Categories: ଖେଳ

୬୪ ବଲ୍‌ରୁ ୧୨୪ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଲେ ଏହି ବ୍ୟାଟ୍ସମ୍ୟାନ୍‌: ମ୍ୟାଚ୍‌ ପରେ ଖୁସିରେ ଦେଲେ ଏମିତି ଉପହାର

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ରାଜସ୍ଥାନ ରୟାଲ୍ସ ଏକ ଫଟୋ ଶେୟାର କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜସ୍ଥାନର ଜୋସ ବଟଲର ୬୪ ବଲରେ ୧୨୪ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ସେ ୧୧ ଚୌକା ଓ ୮ ଛକା ମାରିଥିଲେ। ମ୍ୟାଚ୍‌ ପରେ ସେ ଯୁବ ଖେଳାଳି ଯଶସ୍ବୀ ଜୈଶୱାଲଙ୍କୁ ଏକ ବିଶେଷ ଉପହାର ଦେଇଥିଲେ। ଜୈଶୱାଲଙ୍କୁ ଏକ ଅଟୋଗ୍ରାଫ ବ୍ୟାଟ୍‌ ଉପହାର ଦେଇଥିଲେ। ବଟଲରଙ୍କ ଉପହାରରେ ଜୈଶୱାଲ ବହୁତ ଖୁସି ହୋଇଥିଲେ। ରାଜସ୍ଥାନ ରୟାଲ୍ସ ସୋସିଆଲ ମିଡିଆରେ ଏହି ଉପହାରର କିଛି ଫଟୋ ଶେୟାର କରିଛି। ବଟଲର ଜୈଶୱାଲଙ୍କ ପାଇଁ ବ୍ୟାଟରେ ଏକ ବାର୍ତ୍ତା ମଧ୍ୟ ଲେଖିଥିଲେ। ବ୍ୟାଟ ଉପରେ ସେ ଲେଖିଥିଲେ ଯେ ତାଙ୍କ ପ୍ରତିଭାକୁ ଉପଭୋଗ କରନ୍ତୁ। ମୋର ଶୁଭେଚ୍ଛା ଆପଣଙ୍କ ସହିତ ଅଛି।

Share