Categories: ଖେଳ

ବନ୍ଦ କୋଠରୀରେ ଏମିତି କାମ କରୁଛନ୍ତି ନବବିବାହିତ କ୍ରିକେଟର୍‌‌

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ବିବାହ ପରେ ସେ ପ୍ରଥମ ଥର ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ବୁମରା ଆଇପିଏଲ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ମୁମ୍ବାଇ ଆଇପିଏଲର ଓପନିଂ ମ୍ୟାଚ ଖେଳିବ। ଏହି ଲିଗ ୯ ଏପ୍ରିଲରୁ ଆରମ୍ଭ ହେଉଛି। ମୁମ୍ବାଇ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ସୂଚନାଯୋଗ୍ୟ, ବିବାହ ହେତୁ ସେ ଇଂଲଣ୍ଡ ସିରିଜରୁ ଓହରି ଯାଇଥିବା ଜଶପ୍ରୀତ ବୁମରା ବ୍ୟାୟାମର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସେ ବନ୍ଦ କୋଠରୀରେ ଏହି ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ ଭାଇରାଲ ହୋଇଛି। ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳିମାନଙ୍କ ମଧ୍ୟରୁ ବୁମରା ଅନ୍ୟତମ। ୟୁଏଇର ଶେଷ ସିଜନରେ ମୁମ୍ବାଇ ଦଳ ଚାମ୍ପିଅନ ହୋଇଥିଲା ଏବଂ ବୁମ୍‌ରା ଏଥିରେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ସେ ୧୫ଟି ମ୍ୟାଚରେ ୨୭ ଉଇକେଟ ନେଇଥିଲେ। ୧୪ ରନ ପାଇଁ ୪ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ମୋଟ ଉପରେ, ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୯୨ ମ୍ୟାଚରେ ୧୦୯ ଉଇକେଟ ନେଇଛନ୍ତି। ମୁମ୍ବାଇ ଦଳ ସର୍ବାଧିକ ଥର ଆଇପିଏଲ ଟାଇଟଲ ଜିତିଛି।

Share