Categories: ଖେଳ

ମନ ଜିଣିଲେ ଜାଡେଜା: ପଡିଆରେ କଲେ ଏମିତି କାମ

ମୁମ୍ବାଇ, ୨୦।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ନିଜ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ ଅନେକ କ୍ଷେତ୍ରରେ ରବିନ୍ଦ୍ର ଜାଡେଜାଙ୍କ ପାଇଁ ସ୍ବତନ୍ତ୍ର ଥିଲା। ସିଏସକେ ଅଧିନାୟକ ଭାବରେ ଏମଏସ ଧୋନୀଙ୍କ ଏହା ୨୦୦ ତମ ମ୍ୟାଚ ଥିଲା। ଏଭଳି ପରିସ୍ଥିତିରେ ସମସ୍ତ ଖେଳାଳି ସହଯୋଗ କରିବାକୁ ଚାହୁଁଥିଲେ। ବ୍ୟାଟିଂ ବେଳେ ଜାଡେଜା ପ୍ରଥମ ୮ ରନ ସ୍କୋର କରିଥିଲେ। ଏହା ପରେ ସେ ବୋଲିଂ ବେଳେ ୨୮ ରନ ଦେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ବହୁତ ଭଲ ଫିଲ୍ଡିଂ ମଧ୍ୟ କରି ୪ଟି କ୍ୟାଚ ମଧ୍ୟ ଧରିଥିଲେ। ଉଇକେଟ୍‌ ନେବା ପରେ ପଡିଆରେ ଜାଡେଜା ଡ୍ୟାନ୍ସ କରିବା ସହ ଅଭିନୟ ମଧ୍ୟ କରିଥିଲେ। ଜଡ୍ଡୁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମ୍ୟାଚରେ ଚେନ୍ନାଇ ପ୍ରଥମ ଖେଳି ୯ ଉଇକେଟ ହରାଇ ୧୮୮ସ୍କୋର କରିଥିଲା। ଏହାର ଜବାବରେ ରାଜସ୍ଥାନର ଦଳ କେବଳ ୯ ଉଇକେଟ ହରାଇ ୧୪୩ ରନ କରିପାରିଥିଲା। ଏହି ବିଜୟ ସହ ଚେନ୍ନାଇ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ସେହିପରି ତିନୋଟି ମ୍ୟାଚରେ ଏହା ରାଜସ୍ଥାନର ଦ୍ୱିତୀୟ ପରାଜୟ।

Share