Categories: ଖେଳ

କୋହଲିଙ୍କ ଟେକ ରଖିଲେ ଏହି କ୍ରିକେଟର୍‌

ଶାରଜା,୬।୧୦: ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ୨୦୨୧ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ। ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଚୟନକର୍ତ୍ତାମାନେ ୨୩ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କୁ ଶିଖର ଧାୱନଙ୍କ ସ୍ଥାନରେ ରଖିବା ଅଧିକ ଉପଯୁକ୍ତ ବୋଲି ଭାବିଥିଲେ, କିନ୍ତୁ ଏବେ ଆଇପିଏଲରେ ଇଶାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ତେବେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ କିଶନ ୨୫ ବଲରେ ୫୦ ରନ ସଂଗ୍ରହ କରିଛନ୍ତି।
ଭାରତ ଏକ ସନ୍ତୁଳିତ ଦଳ। ଶିଖର ଯେଉଁ ଫର୍ମରେ ଥିଲେ ମଧ୍ୟ ଇଶାନ କିଶନ ଟି -୨୦ ବିଶ୍ୱକପ ଦଳରେ ମନୋନୀତ ହୋଇଥିଲେ। ଏହି ମ୍ୟାଚ ପୂର୍ବରୁ ଇଶାନ କିଶାନ କ୍ରମାଗତ ଭାବରେ ଫ୍ଲପ ହେଥିଲେ ଏବଂ ଭଲ ପ୍ରଦର୍ଶନ କରିବାକୁ ତାଙ୍କ ଉପରେ ଚାପ ରହିଥିଲା। ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ କିଶନ ୨୫ ବଲରୁ ଅପରାଜିତ ୫୦ ରନ କରିଥିଲେ। ମ୍ୟାଚ୍‌ ପରେ ଇଶାନ କହିଛନ୍ତି ଯେ, ବିରାଟ କୋହଲିଙ୍କ ସହ କଥା ହେବା ପରେ ତାଙ୍କର ଆତ୍ମବିଶ୍ୱାସ ଫେରି ଆସିଛି। ଏହି ମ୍ୟାଚ ପୂର୍ବରୁ ଆଠଟି ମ୍ୟାଚରେ ସେ ମାତ୍ର ୧୦୭ ରନ ସ୍କୋର କରିଥିବା ଇଶାନ ଖରାପ ଫର୍ମ କାରଣରୁ କିଛି ମ୍ୟାଚରୁ ବାଦ ପଡିଥିଲେ। ସେ ଦୃଢ ପ୍ରତ୍ୟାବର୍ତ୍ତନ କରି ନିଜ ଇନିଂସରେ ଦଶ ଡଟ ବଲ ଖେଳିବା ପରେ ୨୫ ବଲରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ।
ମ୍ୟାଚ ପରେ ଇଶାନ କିଶନ କହିଛନ୍ତି, ଫର୍ମକୁ ଫେରି ସ୍କୋର କରିବା ଭଲ ଲାଗେ। ପ୍ରଥମେ ଫିଲ୍ଡିଂ କରିବାର ସଠିକ ନିଷ୍ପତ୍ତି ନେଇଥିଲୁ, କାରଣ ବଲ ବ୍ୟାଟ ଉପରେ ଭଲ ଆସୁ ନ ଥିଲା। ମୁଁ ବିରାଟ ଭୋଇ, ହାର୍ଦ୍ଦିକ ଭାଇ ଏବଂ କେପିଙ୍କ ସହ କଥା ହେଲି ଯାହା ମୋର ଆତ୍ମବିଶ୍ୱାସ ଫେରାଇ ଆଣିଲା। ପରବର୍ତ୍ତୀ ମ୍ୟାଚରେ ଆମକୁ ଏହି ଗତି ବଜାୟ ରଖିବାକୁ ପଡିବ ବୋଳି ସେ କହିଛନ୍ତି।

Share