ମାତ୍ର କିଛି ଘଣ୍ଟା ମଧ୍ୟରେ ମାକ୍ସଓ୍ବେଲଙ୍କଠାରୁ ଅରେଞ୍ଜ୍‌ କ୍ୟାପ ଛଡାଇ ଆଣିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୯।୪: ଆଇପିଏଲ୍‌ର ୧୪ତମ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧାଓ୍ବନଙ୍କ ଚମତ୍କାର ଫର୍ମ ଜାରି ରହିଛି। ସେ ପଞ୍ଜାବ ଏକାଦଶ ପଞ୍ଜାବ ବିପକ୍ଷରେ ୯୨ ରନର୍‌ ପାଳି ଖେଳି ଦଳକୁ ଜିତାଇଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କ ଦ୍ୱିତୀୟ ଅର୍ଦ୍ଧଶତକ। ଏହା ସହ ଧାଓ୍ବନ ଚଳିତ ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି। ଅର୍ଥାତ୍‌ ଏବେ ତାଙ୍କ ପାଖରେ ଅରେଞ୍ଜ୍‌ କ୍ୟାପ୍‌ ରହିଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ୍‌ ମାକ୍ସଓ୍ବେଲ୍‌ଙ୍କଠାରୁ ଅରେଞ୍ଜ କ୍ୟାପ୍‌ ଛଡାଇ ଆଣିଛନ୍ତି। ଧାଓ୍ବନ ୩ଟି ମ୍ୟାଚ୍‌ରେ ହାରାହାରି ୬୨ରେ ୧୮୬ ରନ୍‌ ସ୍କୋର କରିଚନ୍ତି। ସେହିପରି ମାସ୍କଓ୍ବେଲ ୩ଟି ମ୍ୟାଚ୍‌ରେ ୫୮.୬୬ ହାରରେ ୧୭୬ ରନ୍‌ କରିଛନ୍ତି। ଉଭୟ ନିଜ ନିଜ ତୃତୀୟ ମ୍ୟାଚ୍‌ରେ ଅରେଞ୍ଜ କ୍ୟାପ୍‌ ହାସଲ କରିଥିଲେ। ପ୍ରଥମେ ମାକ୍ସଓ୍ବେଲ ଅରେଞ୍ଜ କ୍ୟାପ୍‌ ଲଗାଇଥିବା ବେଳେ ଏହାର କିଛି ଘଣ୍ଟା ପରେ ଧାଓ୍ବନଙ୍କ ପାଖକୁ ଏହି କ୍ୟାପ୍‌ ଆସିଥିଲା।

Share