Categories: ଖେଳ

ଧୋନୀଙ୍କ ଆଗରେ ପୁଣି ହାରିଲେ ଅମ୍ପାୟାର: ଦେଖନ୍ତୁ ଭିଡିଓ

ୟୁଏଇ,୨୦।୯: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଏମଏସ ଧୋନୀଙ୍କ ଡିଆରଏସ୍‌ ନେବା ପ୍ରସଙ୍ଗରେ କୌଣସି ତୁଳନା ନାହିଁ। ତାଙ୍କର ସଠିକ ସମୀକ୍ଷା ଯୋଗୁ ପ୍ରଶଂସକ ଡିଆରଏସ୍‌କୁ ଧୋନୀ ସମୀକ୍ଷା ସିଷ୍ଟମ ଆଖ୍ୟା ଦେଇଛନ୍ତି। ଧୋନୀଙ୍କ ଡିଆରଏସ୍‌ ପ୍ରାୟ ଅଧିକାଂଶ ସମୟ ସଫଳ ହୁଅନ୍ତି। ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଅମ୍ପାୟାରଙ୍କ ଦ୍ୱାରା ଆଉଟ୍‌ ନ କରାଯିବା ପରେ ଧୋନୀ ଡିଆରଏସ୍‌ ନେବା ମାତ୍ରେ ମୁମ୍ବାଇର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ ଆଉଟ୍‌ ହୋଇଥିଲେ। ଫଲରେ ଅମ୍ପାୟାର ମଧ୍ୟ ଧୋନୀଙ୍କ ଆଗରେ ଭୁଲ୍‌ ସାବ୍ୟସ୍ତ ହୋଇଥିଲେ।
ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଚାଲିଥିବା ତୃତୀୟ ଓଭରରେ ମୁମ୍ବାଇର ବ୍ୟାଟ୍ସମ୍ୟାନ ଡି କକ ଦୀପକ ଚହରଙ୍କ ପ୍ରଥମ ବଲ ତାଙ୍କ ପ୍ୟାଡ୍‌ରେ ବାଜିଥିଲା। କିନ୍ତୁ ଅନ ଫିଲ୍ଡ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରି ନ ଥିଲେ। ପରେ ଧୋନୀ ଡିଆରଏସ୍‌ ନେଇଥିଲେ। ତୃତୀୟ ଅମ୍ପାୟାର ଡି କକ ଆଉଟ ଘୋଷଣା କରିଥିଲେ। ଫଳରେ ଧୋନଙ୍କ ଆଖି ଅମ୍ପାୟାରଙ୍କ ଅପେକ୍ଷା ଅଧିକ ତୀକ୍ଷ୍ଣ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଟସ ଜିତି ମୁମ୍ବାଇକୁ ୧୫୭ ରନ ଲକ୍ଷ୍ୟ ଦେଇଥିଲା, କିନ୍ତୁ ମୁମ୍ବାଇର ଦଳ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୩୬ ରନ୍‌ ରନ କରିପାରିଥିଲା। ଫଳରେ ଚେନ୍ନାଇ ୨୦ ରନ୍‌ରେ ମ୍ୟାଚ୍‌ ଜିତିଥିଲା।

Share