Categories: ଖେଳ

ଆଇପିଏଲ୍‌ରେ ବିଶ୍ୱରେକର୍ଡ ହାସଲ କରିବେ ଧୋନୀ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ର ୧୩ତମ ସିଜିନରେ ସେମିତି କିଛି ଖାସ୍‌ ପ୍ରଦର୍ଶନ କରିପାରି ନ ଥିଲେ। ଏବେ ୧୪ତମ ସିଜିନ୍‌ରେ ସେ ଇତିହାସ ରଚିବାକୁ ଯାଉଛନ୍ତି। ଧୋନୀ ଆଇପିଏଲ୍‌ ୨୦୨୧ରେ ୧୫୦ କୋଟି ଟଙ୍କା ରୋଜଗାର କରିବାରେ ପ୍ରଥମ କ୍ରିକେଟର୍‌ ହେବାକୁ ଯାଉଛନ୍ତି। ଆଇପିଏଲ୍‌ ଚେୟାରମ୍ୟାନ୍‌ ବୃଜେଶ ପଟେଲଙ୍କ ସୂଚନାମୁତାବକ, ପ୍ରତ୍ୟେକ ପ୍ରାଞ୍ଚାଇଜି ଖେଳାଳିଙ୍କୁ ରିଟେନ୍‌ କରିପାରିବେ ଏବଂ ଫେବୃଆରୀ ୪ରେ ଟ୍ରେଣ୍ଡିଙ୍ଗ୍‌ ଓ୍ବଣ୍ଡୋ ବନ୍ଦ ହୋଇଯିବ। ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ଧୋନୀଙ୍କୁ ରିଟେନ୍‌ କରିବ। ଫଳରେ ଆଇପିଏଲ୍‌ ତାଙ୍କ ରୋଜଗାର ୧୫୦ କୋଟି ଟଙ୍କାରେ ପହଞ୍ଚିବ। ସୂଚନାଯୋଗ୍ୟ, ଚେନ୍ନାଇ ଧୋନୀଙ୍କୁ ୧୫ କୋଟି ଟଙ୍କାରେ କିଣିଥିଲା। ଏପର୍ଯ୍ୟନ୍ତ ଧୋନୀ ଆଇପିଏଲ୍‌ରେ ମୋଟ ୧୩୭.୮ କୋଟି ଟଙ୍କା ରୋଜଗାର କରିସାରିଛନ୍ତି। ଆଗାମୀ ସିଜିନ୍‌ରେ ତାଙ୍କ ମୂଲ୍ୟ ୧୫ କୋଟି ଟଙ୍କାରୁ ଅଧିକ ହେବ। ଫଳରେ ସେ ୧୫୦ କୋଟିରୁ ଅଦତ୍କ ଟଙ୍କା ରୋଜଗାର କରିବାରେ ପ୍ରଥମ କ୍ରିକେଟର୍‌ ହେବେ।

Share