Posted inଖେଳ

ଦ୍ୱିଶତକ ପୂରଣ କଲେ ବିରାଟ କୋହଲି

ଦୁବାଇ,୨୫।୧୦: ଚଳିତ ଆଇପିଏଲର ୪୪ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ୍‌। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ଏକ ବିରାଟ ରେକର୍ଡ ହାସଲ କରିଛନ୍ତି। ସେ ଆଇପିଏଲର ପଞ୍ଚମ ବ୍ୟାଟ୍ସମ୍ୟାନ୍‌ ଭାବେ ଛକାରେ ଦ୍ୱିଶତକ ପୂରଣ କରିଛନ୍ତି। ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଆରସିବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍‌ର ୧୭ତମ ସଭରରେ ରବିନ୍ଦ୍ର ଜାଡେଜା ବଲ୍‌ରୁ ସେ ଛକା ମାରି ଏହି କୃତିତ୍ୱ ଅର୍ଜନ କରିଛନ୍ତି। ପୂର୍ବରୁ କ୍ରିସ୍‌ ଗେଲ୍‌(୩୩୬ ଛକା), ଏବି ଡିଭିଲିୟର୍ସ(୨୩୧ ଛକା), ଏମ୍‌ଏସ୍‌ ଧୋନୀ(୨୧୬ ଛକା), ରୋହିତ ଶର୍ମା(୨୦୯ ଛକା) ମାରିଥିଲେ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୧ ମ୍ୟାଚରୁ ୩ ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ଚେନ୍ନାଇ ତା’ର ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା। ସେହିପରି ୭ ବିଜୟ ସହ ତୃତୀୟ ସ୍ଥାନରେ ଥିବା ଆରସିବି ତା’ର ଶେଷ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସକୁ ହରାଇଥିଲା। ଆରସିବିର ପ୍ଲେଅଫ ଯିବା ଏକପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ ଚେନ୍ନାଇ ସମ୍ମାନ ରକ୍ଷା ପାଇଁ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କ ବଦଳିଗଲା ଭାଗ୍ୟ, ବେତନ ୪୦୦୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧।୧୨: ଆଇପିଏଲ୍‌ ୨୦୨୨ ପାଇଁ ରିଟେସନ୍‌ ତାଲିକା ବାହାରିଛି। ପଞ୍ଜାବ ବ୍ୟତୀତ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କର ମୂଳ ଖେଳାଳିଙ୍କୁ ବଜାୟ ରଖିଛନ୍ତି। ଅନେକ ଦଳ...

ପୁଣି ଫେଲ ମାରିଲେ ସିନିୟର ଖେଳାଳି

ସେଞ୍ଚୁରିଆନ,୨୯।୧୨: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟରେ ପ୍ରଥମ ପାଳି ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଫେଲ ମାରିଛନ୍ତି ଭାରତୀୟ ଦଳର ସିନିୟର ଖେଳାଳି।...

ଯୁବ ଭାରତୀୟ ଦଳକୁ ରେକର୍ଡ ଏସିଆ କପ୍‌

କଲମ୍ବୋ,୧୪।୯: ବାମହାତୀ ସ୍ପିନର ଅଥର୍ବ ଆଙ୍କୋଲେକରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ୧୯ ବର୍ଷରୁ କମ୍‌ କ୍ରିକେଟ ଏସିଆ କପ୍‌ ଜିତିଛି। ସ୍ଥାନୀୟ ଆର....

ଆଜିର ଦିନରେ ସଚିନ୍‌ ହୋଇଥିଲେ ‘କ୍ରିକେଟ୍‌ର ଭଗବାନ’

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜି ଖାସ୍‌ ଦିନ। ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅର୍ଥାତ୍‌ ଜୁନ୍‌ ୨୯ରେ ଏକଦିବସୀୟ କ୍ରିକେଟରେ ୧୫ ହଜାର...

ଉର୍ବଶୀଙ୍କୁ ହ୍ବାଟସଆପ୍‌ରେ ବ୍ଲକ କଲେ ପନ୍ତ

ନୂଆଦିଲ୍ଲୀ,୧୧।୧- ଭାରତୀୟ କ୍ରିକେଟ ଦଳର ସଦସ୍ୟ ରିଷଭ ପନ୍ତ ଚଳିତବର୍ଷ ନିଜ ଗର୍ଲଫ୍ରେଣ୍ଡର ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏହା ତାଙ୍କ ରିଲେଶନଶିପକୁ ନେଇ ଚାଲିଥିବା...

ହକି ବିଶ୍ୱକପ୍‌ ପାଇଁ ବଶିଷ୍ଠଙ୍କ କ୍ୟାଲେଣ୍ଡର

ଭୁବନେଶ୍ୱର, ୭ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାଠାରୁ ବେଶ୍‌ ଦୂର କେରଳ ରାଜ୍ୟର ସେ ବାସିନ୍ଦା। କାଲିକଟ୍‌ ସହର ମାଲ୍‌ବାର ଖ୍ରୀଷ୍ଟିଆନ କଲେଜର ଇତିହାସ ବିଭାଗର ଆସୋସିଏଟ୍‌ ପ୍ରଫେସର।...

ଟସ୍‌ ଜିତିଲା ରାଜସ୍ଥାନ ରୟାଲ୍ସ

ପୁଣେ,୧୫।୫: ଆଇପିଏଲ ୨୦୨୨ରେ ଆଉ ଅଳ୍ପ କିଛି ଲିଗ ମ୍ୟାଚ ବାକି ଅଛି। ପ୍ଲେ ଅଫ ପାଇଁ ରେସ୍‌ ମଧ୍ୟ ରୋଚକ ସ୍ଥିତିରେ ପହଞ୍ଚିଛି। ଏହି...

ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଲା ରେଷ୍ଟୁରାଣ୍ଟରେ ଖାଇବା

ସିଡ୍‌ନୀ,୨।୧: ଦଳୀୟ ଖେଳାଳିଙ୍କ ହୋଟେଲରେ ନ ଖାଇ ରେଷ୍ଟୁରାଣ୍ଟରେ ଖାଇବା ୫ ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି। ଉପଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ...

Advertisement
Archives

Model This Week