Categories: ଖେଳ

ଫାଇନାଲରେ ଅଧିନାୟକଙ୍କ ପାଇଁ ବଳିଦାନ ଦେଲେ ଏହି ଖେଳାଳି, ପରେ କହିଲେ ଏମିତି

ଆଇପିଏଲ୍‌ରେ ମୁମ୍ବାଇ ଲଗାତର ୨ୟ ଥର ପାଇଁ ବିଜୟମକୁଟ ପିନ୍ଧିଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରି ୫ଥର ଟାଇଟଲ୍‌ ବିଜୟ ହେବାରେ ସମର୍ଥ ହୋଇଛି ଏହି ଦଳ। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ରେ ଚାମ୍ପିୟନ ଏବଂ ୨୦୧୦ରେ ରନର୍ସଅପ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା। ୧୫୭ ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୮.୪ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ମୁମ୍ବାଇର ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡି’କକ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ଓପନିଂ ଯୋଡ଼ିରେ ୨୫ ବଲ୍‌ରୁ ୪୫ ରନ ସଂଗ୍ରହ ପରେ ଡି’କକ୍‌ ଆଉଟ ହୋଇଥିଲେ। ପାଓ୍ବାରପ୍ଲେ ୬ ଓଭରରେ ୬୧ ରନ ସଂଗ୍ରହ କରି ସହଜ ବିଜୟ ପାଇଁ ପଥ ପରିଷ୍କାର କରିଥିଲା ମୁମ୍ବାଇ। ଦ୍ୱିତୀୟ ଉଇକେଟରେ ୪୫ ରନର ଭାଗୀଦାରି ପରେ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ରନ ଆଉଟ ହୋଇଥିଲେ। ପରୋକ୍ଷରେ କହିବାକୁ ଗଲେ ସେ ରୋହିତଙ୍କ ପାଇଁ ନିଜ ଉଇକେଟ ଉତ୍ସର୍ଗ କରିଥିଲେ। ସେ ୨୦ ବଲ୍‌ ଖେଳି ୧୯(୧ ଚୌକା, ୧ ଛକା) ରନ କରିଥିଲେ। ମ୍ୟାଚ୍‌ ପରେ ସୂର୍ଯ୍ୟକୁମାର କହିଛନ୍ତି, ରୋହିତ ଶର୍ମା ଭଲ ବ୍ୟାଟିଂ କରୁଥିଲେ। ସେ ଆରମ୍ଭର ଭଲ ଫର୍ମରେ ଥିଲେ। ତେଣୁ ତାଙ୍କୁ ପାଇଁ ନିଜ ଉଇକେଟ୍‌ ଦେବାକୁ କେବେ ଖରାବ ଭାବିବି ନାହିଁ। ସେ ଜଣେ ମ୍ୟାଚ୍‌ ବିଜେତା ବୋଲି ସେ କହିଛନ୍ତି। ସେପଟେ ରୋହିତ କହିଛନ୍ତି,ମୁଁ ସେଥିପାଇଁ ଦୁଃଖିତ। ମୋତେ ନିଜ ଉଇକେଟ୍‌ ହରାଇବାର ଥିଲା। ସୂର୍ଯ୍ୟକୁମାର ଯେଉଁ ଫର୍ମରେ ଅଛନ୍ତି ତାଙ୍କୁ ସେତେବେଳେ ଆଉଟ୍‌ ହେବାର ନ ଥିଲା ବୋଲି ସେ କହିଛନ୍ତି।

Share