Posted inଖେଳ

ଆଇପିଏଲ-୨୦୨୦: ଅଗଷ୍ଟ ୧୮ ସୁଦ୍ଧା ପ୍ରାୟୋଜକ ଚୂଡ଼ାନ୍ତ

ନୂଆଦିଲ୍ଲୀ, ୧୧।୮(ପି.ଟି.)-
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁଷ୍ଠାନିକଭାବେ ଭାରତ ସରକାରଙ୍କଠାରୁ ଅନୁମତି ପାଇଛି। ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୋମବାର ଏହା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟର ନୂଆ ଟାଇଟଲ ପ୍ରାୟୋଜକଙ୍କ ନାମ ଅଗଷ୍ଟ ୧୮ସୁଦ୍ଧା ଘୋଷଣା କରାଯିବ। ଆଉ ୭ ଦିନ ସମୟ ଥିବାରୁ ଆଗ୍ରହୀ କମ୍ପାନୀମାନେ ସେମାନଙ୍କ ବିଡ୍‌ ଦାଖଲ କରିପାରିବେ ବୋଲିି ସେ ସୂଚନା ଦେଇଛନ୍ତି। ୟୁଏଇରେ ଆଇପିଏଲ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ଅନୁଷ୍ଠିତ ହେବ। ଶାରଜା, ଆବୁଧାବି ଓ ଦୁବାଇରେ ମ୍ୟାଚ ଗୁଡ଼ିକ ଖେଳାଯିବ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୟୁଏଇରେ ଏହି ମର୍କ୍ୱି ଲିଗ୍‌ ଆୟୋଜନ ପାଇଁ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ନିକଟରୁ ଗ୍ରୀନ୍‌ ସିଗ୍‌ନାଲ ମିଳିଥିଲା। ”ଆମେ ଏବେ ଗୃହ ମନ୍ତ୍ରଣାଳୟ ଓ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରୁ ଲିଖିତ ଅନୁମତିପତ୍ର ପାଇଛୁ“ ବୋଲି ପଟେଲ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କୌଣସି ଭାରତୀୟ କ୍ରୀଡ଼ା ସଂଘ ଯେତେବେଳେ ଘରୋଇ ଟୁର୍ନାମେଣ୍ଟ ବିଦେଶରେ କରିବାକୁ ଯାଏ ସେତେବେଳେ ଗୃହ, ବହିର୍ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର କ୍ଲିୟରାନ୍ସ ଆବଶ୍ୟକ କରିଥାଏ। ” ଆମେ ସରକାରଙ୍କ ନିକଟରୁ ମୌଖିକ ଅନୁମତି ପାଇବାପରେ ଏମିରେଟ୍ସ କ୍ରିକେଟ ବୋର୍ଡକୁ ଜଣାଇ ଦେଇଥିଲୁ। ଏବେ ଆମେ ଲିଖିତ କାଗଜପତ୍ର ଆମର ହସ୍ତଗତ ହୋଇଛି। ତେଣୁ ଫ୍ରାଞ୍ଚାଇଜ୍‌ମାନେ ଏଣିକି ସେମାନଙ୍କ ଯୋଜନା ମୁତାବକ ଆଗେଇ ପାରିବେ“ ବୋଲି ବିସିସିଆଇର ଜଣେ ଭେଟେରାନ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅଧିକାଂଶ ଫ୍ରାଞ୍ଚାଇଜ୍‌ ଅଗଷ୍ଟ ୨୦ ପରେ ୟୁଏଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଯିବା ପୂର୍ବରୁ ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ୨ ଥର ବାଧ୍ୟତାମୂଳକ ଭାବେ ଆରଟି-ପିସିଆର(କୋଭିଡ-୧୯) ଟେଷ୍ଟ କରିବାକୁ ପଡ଼ିବ। ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଅଗଷ୍ଟ ୨୨ରେ ୟୁଏଇ ଯିବାକୁ ଯୋଜନା କରିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗ୍ରହ ପ୍ରକାଶ କରିଥିବାରୁ ଯିବା ପୂର୍ବରୁ ଚେନ୍ନାଇର ଚେପକ୍‌ରେ ଏକ ଛୋଟ କ୍ୟାମ୍ପ ଅନୁଷ୍ଠିତ ହେବ।
ଟାଇଟଲ ସ୍ପୋନସରଶିପ୍‌ରୁ ଚାଇନିଜ୍‌ ମୋବାଇଲ କମ୍ପାନୀ ଭିଭୋ ବାଦ୍‌ ପଡ଼ିବାପରେ ବିସିସିଆଇ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଛି। ଭିଭୋ ସହିତ ୪୪୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ନୂଆ ଟାଇଟଲ ସ୍ପନଶର ପାଇଁ ବାବା ରାମଦେବଙ୍କ ପତଞ୍ଜଳି ଆଗ୍ରହ ପ୍ରକାଶ କରିଛି। ”ଭିଭୋ ଓହରି ଯିବାରୁ ଆମକୁ ସେପରି ଝଟ୍‌କା ଲାଗିନାହିଁ। ଟାଇଟଲ ପ୍ରାୟୋଜକ ପାଇଁ ଏକାଧିକ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଭାରତୀୟ କମ୍ପାନୀ ହେଉ କି ବିଦେଶୀ ଯାହାର ବିଡ୍‌ ପସନ୍ଦ ହେବ ତାକୁ ପ୍ରାୟୋଜକ ଅଧିକାର ମିଳିବ। ଆମେ ଅଗଷ୍ଟ ୧୮ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବୁ ବୋଲି ପଟେଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri