Posted inଖେଳ

ଆଇପିଏଲ-୨୦୨୦: ଅଗଷ୍ଟ ୧୮ ସୁଦ୍ଧା ପ୍ରାୟୋଜକ ଚୂଡ଼ାନ୍ତ

ନୂଆଦିଲ୍ଲୀ, ୧୧।୮(ପି.ଟି.)-
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁଷ୍ଠାନିକଭାବେ ଭାରତ ସରକାରଙ୍କଠାରୁ ଅନୁମତି ପାଇଛି। ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୋମବାର ଏହା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟର ନୂଆ ଟାଇଟଲ ପ୍ରାୟୋଜକଙ୍କ ନାମ ଅଗଷ୍ଟ ୧୮ସୁଦ୍ଧା ଘୋଷଣା କରାଯିବ। ଆଉ ୭ ଦିନ ସମୟ ଥିବାରୁ ଆଗ୍ରହୀ କମ୍ପାନୀମାନେ ସେମାନଙ୍କ ବିଡ୍‌ ଦାଖଲ କରିପାରିବେ ବୋଲିି ସେ ସୂଚନା ଦେଇଛନ୍ତି। ୟୁଏଇରେ ଆଇପିଏଲ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ଅନୁଷ୍ଠିତ ହେବ। ଶାରଜା, ଆବୁଧାବି ଓ ଦୁବାଇରେ ମ୍ୟାଚ ଗୁଡ଼ିକ ଖେଳାଯିବ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୟୁଏଇରେ ଏହି ମର୍କ୍ୱି ଲିଗ୍‌ ଆୟୋଜନ ପାଇଁ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ନିକଟରୁ ଗ୍ରୀନ୍‌ ସିଗ୍‌ନାଲ ମିଳିଥିଲା। ”ଆମେ ଏବେ ଗୃହ ମନ୍ତ୍ରଣାଳୟ ଓ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରୁ ଲିଖିତ ଅନୁମତିପତ୍ର ପାଇଛୁ“ ବୋଲି ପଟେଲ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କୌଣସି ଭାରତୀୟ କ୍ରୀଡ଼ା ସଂଘ ଯେତେବେଳେ ଘରୋଇ ଟୁର୍ନାମେଣ୍ଟ ବିଦେଶରେ କରିବାକୁ ଯାଏ ସେତେବେଳେ ଗୃହ, ବହିର୍ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର କ୍ଲିୟରାନ୍ସ ଆବଶ୍ୟକ କରିଥାଏ। ” ଆମେ ସରକାରଙ୍କ ନିକଟରୁ ମୌଖିକ ଅନୁମତି ପାଇବାପରେ ଏମିରେଟ୍ସ କ୍ରିକେଟ ବୋର୍ଡକୁ ଜଣାଇ ଦେଇଥିଲୁ। ଏବେ ଆମେ ଲିଖିତ କାଗଜପତ୍ର ଆମର ହସ୍ତଗତ ହୋଇଛି। ତେଣୁ ଫ୍ରାଞ୍ଚାଇଜ୍‌ମାନେ ଏଣିକି ସେମାନଙ୍କ ଯୋଜନା ମୁତାବକ ଆଗେଇ ପାରିବେ“ ବୋଲି ବିସିସିଆଇର ଜଣେ ଭେଟେରାନ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅଧିକାଂଶ ଫ୍ରାଞ୍ଚାଇଜ୍‌ ଅଗଷ୍ଟ ୨୦ ପରେ ୟୁଏଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଯିବା ପୂର୍ବରୁ ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ୨ ଥର ବାଧ୍ୟତାମୂଳକ ଭାବେ ଆରଟି-ପିସିଆର(କୋଭିଡ-୧୯) ଟେଷ୍ଟ କରିବାକୁ ପଡ଼ିବ। ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଅଗଷ୍ଟ ୨୨ରେ ୟୁଏଇ ଯିବାକୁ ଯୋଜନା କରିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗ୍ରହ ପ୍ରକାଶ କରିଥିବାରୁ ଯିବା ପୂର୍ବରୁ ଚେନ୍ନାଇର ଚେପକ୍‌ରେ ଏକ ଛୋଟ କ୍ୟାମ୍ପ ଅନୁଷ୍ଠିତ ହେବ।
ଟାଇଟଲ ସ୍ପୋନସରଶିପ୍‌ରୁ ଚାଇନିଜ୍‌ ମୋବାଇଲ କମ୍ପାନୀ ଭିଭୋ ବାଦ୍‌ ପଡ଼ିବାପରେ ବିସିସିଆଇ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଛି। ଭିଭୋ ସହିତ ୪୪୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ନୂଆ ଟାଇଟଲ ସ୍ପନଶର ପାଇଁ ବାବା ରାମଦେବଙ୍କ ପତଞ୍ଜଳି ଆଗ୍ରହ ପ୍ରକାଶ କରିଛି। ”ଭିଭୋ ଓହରି ଯିବାରୁ ଆମକୁ ସେପରି ଝଟ୍‌କା ଲାଗିନାହିଁ। ଟାଇଟଲ ପ୍ରାୟୋଜକ ପାଇଁ ଏକାଧିକ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଭାରତୀୟ କମ୍ପାନୀ ହେଉ କି ବିଦେଶୀ ଯାହାର ବିଡ୍‌ ପସନ୍ଦ ହେବ ତାକୁ ପ୍ରାୟୋଜକ ଅଧିକାର ମିଳିବ। ଆମେ ଅଗଷ୍ଟ ୧୮ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବୁ ବୋଲି ପଟେଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri