Categories: ଖେଳ

ମୋତେ ଦୁଃଖ ଲାଗୁଛି, କାହିଁକି ଏମିତି କହିଲେ ବିରାଟ କୋହଲି

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୦)ରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଦିଲ୍ଲୀଠାରୁ ପରାଜିତ ହେବାପରେ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଆମ ଯୋଜନା ମୁତାବକ ଖେଳି ନଥିଲୁ। ଦିଲ୍ଲୀ ଆରମ୍ଭରୁ ଭଲ ଖେଳିଥିଲା। ପରବର୍ତ୍ତୀ ୮ ଓଭରରେ ଆମେ ମ୍ୟାଚକୁ ଫେରିଥିଲୁ, କିନ୍ତୁ ପରେ ମ୍ୟାଚ ଆମ ହାତରୁ ଖସିଗଲା। ଆମକୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଧରିବାକୁ ପଡିବ। ଏହିପରି ପ୍ରଦର୍ଶନ ନିହାତି କଷ୍ଟଦାୟକ। ମୋତେ ଦୁଃଖ ମଧ୍ୟ ଲାଗୁଛି। ଉଭୟ ବୋଲିଂ ଏବଂ ବ୍ୟାଟିଂ ଭଲ ହୋଇଥାନ୍ତା। ଆମେ ଯୋଜନା କାର୍ଯ୍ୟକାରୀ କରିବାକୁ ସକ୍ଷମ ହୋଇପାରି ନ ଥିଲୁ ବୋଲି କୋହଲି କହିଛନ୍ତି। ଏହି ବିଜୟ ସହ ଦିଲ୍ଲୀ ଦଳ ୫ଟି ମ୍ୟାଚରେ ୪ଟି ବିଜୟରୁ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ସେପଟେ ୫ଟି ମ୍ୟାଚରୁ ୩ଟି ବିଜୟ ସହ ଆରସିବି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି।

 

Share