Categories: ଖେଳ

୧୨ ବର୍ଷରୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଏହି ଖେଳାଳି, ଏବେ ଆଇପିଏଲରେ କଲେ ଧମାକା

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ଦ୍ୱିତୀୟ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି ରବି ବିଷ୍ଣୋଇ। କ୍ରିକେଟର ଭବିଷ୍ୟତ କୁହାଯାଉଥିବା ରବିଙ୍କ ପାଇଁ ପ୍ରଥମ ମ୍ୟାଚ୍‌ରେ ଅନିଲ କୁମ୍ବଲେଙ୍କ ପରି ଜଣେ ଭେଟେରାନ ଠିଆ ହୋଇ କରତାଳି ଦେଇଥିଲେ। ଅଣ୍ଡର -୧୯ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଲେଗ ସ୍ପିନର ରବି ବିଷ୍ଣୋଇଙ୍କୁ ପଞ୍ଜାବର ପ୍ରଶିକ୍ଷକ ଅନିଲ କୁମ୍ବଲେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ବିଷ୍ଣୋଇକୁମ୍ବଲେଙ୍କୁ ଆଦୌ ନିରାଶ ମଧ୍ୟ କରି ନ ଥିଲେ। ତାଙ୍କ ସ୍ପିନରେ ରୁଷଭ ପନ୍ତଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ସେ ୪ ଓଭରରେ ମାତ୍ର ୨୨ ରନ ଦେଇଥିଲେ। ରୁଷଭ ପନ୍ତଙ୍କୁ ତାଙ୍କର ପ୍ରଥମ ଆଇପିଏଲ ଶିକାର କରିଥିଲେ। ବିଷ୍ଣୋଇଙ୍କ ଚାରି ଓଭର ଶେଷ ହେବା ମାତ୍ରେ କୋଚ ଅନିଲ କୁମ୍ବଲେ ତାଙ୍କ ପାଇଁ କରତାଳି ଦେଇଥିବାର ନଜର ଆସିଥିଲେ।
ରବି ବିଷ୍ଣୋଇଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ଦ୍ୱରା ଆଇପିଏଲରେ ୨ କୋଟି ମୂଲ୍ୟରେ କ୍ରୟ କରାଯାଇଛି। ପରିବାର ସହ ଯୋଧପୁରରେ ରହୁଥିବା ରବି ମାତ୍ର ୧୨ ବର୍ଷରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। କ୍ରିକେଟ ଖେଳିବା ପାଇଁ ବିଷ୍ଣୁ ଏକ କ୍ରିକେଟ୍‌ ଏକାଡେମୀ ନିର୍ମାଣ ବେଳେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପରେ ଅନେକ ସଂଘର୍ଷ ପରେ ସେ ଅଣ୍ଡର-୧୯ ବିଶ୍ୱକପରେ ସ୍ଥାନ ପାଇଥିଲେ।

Share