Categories: ଖେଳ

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଦୁବାଇ,୭।୧୦: ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମ ଜବରଦସ୍ତ ପ୍ରଦର୍ଶନ ବଜାୟ ରଖି ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ତାଲିକାର ଶୀର୍ଷ ସ୍ଥାନକୁ ପୁଣି ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚରେ ସ୍ଲୋ ଓଭର୍‌ ରେଟ କାରଣରୁ ରାଜସ୍ଥାନ ଟିମର ଅଧିନାୟକ ଷ୍ଟିଭ ସ୍ମିଥଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ସୂଚନାଯୋଗ୍ୟ, ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାୱାର ହିଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୩ ରନ କରିଥିଲା। ତେବେ ୧୯୪ ରନ୍‌ର ଟାର୍ଗେଟ ପାଇଁ ଖେଳିବାକୁ ଯାଇ ରାଜସ୍ଥାନ ୧୩୬ ରନ୍‌ରେ ସୀମିତ ରହିଥିଲା।

Share