Categories: ଖେଳ

ଜାଣନ୍ତୁ ଆଇପିଲ୍‌ରେ କାହାକୁ ମିଳିଲା କେତେ ପୁରସ୍କାର ରାଶି

ଦୁବାଇ, ୧୧।୧୧:ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ଲଗାତର ଦ୍ୱିତୀୟଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍‌ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ରେ ଚାମ୍ପିୟନ ଏବଂ ୨୦୧୦ରେ ରନର୍ସଅପ ହୋଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ ଏହା ପୂର୍ବରୁ କେବେହେଲେ ଫାଇନାଲରେ ପ୍ରବେଶ କରି ନ ଥିଲା। ଦଳ ସର୍ବାଧିକ ୨୦୦୯, ୨୦୧୨ ଓ ୨୦୧୯ରେ ସର୍ବାଧିକ ୩ୟ ସ୍ଥାନ ଅଧିକାର କରିଥିଲା। ଜାଣନ୍ତୁ ଆଇପିଏଲ୍‌ରେ କାହାକୁ ମିଳିଲା କେତେ ପୁରସ୍କାର ରାଶି..
ଚାମ୍ପିୟନ: ମୁମ୍ବାଇ ଇଣ୍ଡିଆନ୍ସ (୨୦ କୋଟି ଟଙ୍କା)
ରନର୍ସଅପ୍‌: ଦିଲ୍ଲୀ କ୍ୟାପିଟାଲ୍ସ (୧୨ କୋଟି ୫୦ ଲକ୍ଷ ଟଙ୍କା)
ପ୍ଲେୟର ଅଫ୍‌ ଦି ମ୍ୟାଚ: ଟ୍ରେଣ୍ଟ ବୋଲ୍ଟ
ପ୍ଲେୟର ଅଫ୍‌ ଦି ସିରିଜ: ଜୋଫ୍ରା ଆର୍ଚର
ଇମର୍ଜିଂ ପ୍ଲେୟର: ଦେବଦତ୍ତ ପଡିକାଲ
ଗେମ୍‌ ଚେଞ୍ଜର ଅଫ୍‌ ଦି ସିଜନ: ଲୋକେଶ ରାହୁଲ
ସୁପର ଷ୍ଟ୍ରାଇକର: କିରନ ପୋଲାର୍ଡ
ସର୍ବାଧିକ ଛକା: ଇଶାନ କିଶନ
ପାଓ୍ବାର ପ୍ଲେୟର୍‌: ଟ୍ରେଣ୍ଟ ବୋଲ୍ଟ
ଫେୟାର ପ୍ଲେ: ମୁମ୍ବାଇ ଇଣ୍ଡିଆନ୍ସ
ମୋଷ୍ଟ ଭାଲୁଏବଲ୍‌ ପ୍ଲେୟର: ଜୋଫ୍ରା ଆର୍ଚର
ପର୍ପଲ କ୍ୟାପ୍‌: କାଗିଶୋ ରାବାଡ଼ା (୩୦ ଉଇକେଟ)
ଅରେଞ୍ଜ୍‌ କ୍ୟାପ: ଲୋକେଶ ରାହୁଲ (୬୭୦ ରନ)

Share