Categories: ଖେଳ

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ। ଚେନ୍ନାଇ ସୁପର କିଙ୍ଗ୍ସର ବିଫଳତା ମଧ୍ୟରେ ଧୋନୀଙ୍କ ଏହା ଶେଷ ଆଇପିଏଲ ହୋଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ଏହାକୁ ସେ ଖଣ୍ଡନ କରିଛନ୍ତି। ଚଳିତ ବର୍ଷ ଆଇପିଏଲ୍‌ର କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ସିଏସକେର ଶେଷ ଲିଗ ମ୍ୟାଚରେ ଧୋନୀ ଘୋଷଣା କରିଛନ୍ତି ଯେ ସେ ଆଇପିଏଲରେ ଖେଳିବେ ଏବଂ ବର୍ତ୍ତମାନ ଅବସର ନେବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଟସ୍‌ବେଳେ କ୍ରିକେଟ ସମୀକ୍ଷକ ଡାନି ମୋରିସନ ପଚାରିଥିଲେ ଯେ ଏହା ହଳଦିଆ ଜର୍ସିରେ ଆପଣଙ୍କର ଶେଷ ଆଇପିଏଲ ମ୍ୟାଚ ହେବ କି? ଧୋନୀ ସିଧାସଳଖ ଏହାର ଉତ୍ତର ଦେଇଛନ୍ତି – ନା, ନା, ଏହା ମୋର ହଳଦିଆ ଜର୍ସିର ଶେଷ ମ୍ୟାଚ ନୁହେଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ଅଲବିଦା କହିଥିବା ଧୋନୀ ୨୦୨୧ ଆଇପିଏଲ୍‌ ମଧ୍ୟ ଖେଳିବେ।

Share