Categories: ଖେଳ

ମ୍ୟାଚ୍‌ ଜିତିବା ପରେ ମାଲିକଙ୍କୁ ବଡ ପାଟିରେ ଏମିତି କହିଲେ ଦୀନେଶ କାର୍ତ୍ତିକ

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏକ ନିଶ୍ଚିତ ପରାଜୟ ମ୍ୟାଚ୍‌କୁ ଜିତିଛି କୋଲକାତା ନାଇଟ ରାଇଡର୍ସ। ଏହି ବିଜୟ ପରେ ଦଳର ମନୋବଳ ବୃଦ୍ଧି ପାଇଛି। ଏହି ମ୍ୟାଚରେ କେକେଆରର ଯୁବ ଓପନର୍‌ ରାହୁଲ ତ୍ରିପାଠୀ ବିଜୟର ହିରୋ ଥିଲେ। ତ୍ରିପାଠୀ ୫୧ ଟି ବଲରେ ୮୧ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି ବି ୨୦ ଅଙ୍କ ଛୁଇଁ ପାରି ନ ଥିଲେ। ଏହି ମ୍ୟାଚ ଦେଖିବା ପାଇଁ ଦଳର ମାଲିକ ଶାହାରୁଖ ଖାନ ମଧ୍ୟ ଉପସ୍ଥିତ ଥିଲେ। ବାୟୋ ବବୁଲ ନିୟମ ହେତୁ ଆଇପିଏଲର ମାଲିକମାନଙ୍କୁ ଏଥର ଖେଲାଳିଙ୍କ ଭେଟିବାକୁ ଅନୁମତି ଦିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ଶାହରୁଖ ଖାନ ଦୂରରୁ ମ୍ୟାଚ ଦେଖୁଥିଲେ। ମ୍ୟାଚ ପରେ କୋଲକତା ଅଧିନାୟକ ଦୀନେଶ କାର୍ତ୍ତିକ ମ୍ୟାନ ଅଫ ଦି ମ୍ୟାଚ ରାହୁଲ ତ୍ରିପାଠୀଙ୍କ ସହ ପ୍ୟାଭିଲିୟନକୁ ଫେରୁଥିଲେ। ଏହି ସମୟରେ କାର୍ତ୍ତିକ ଚିଲ୍ଲାଇ କି କହିଥିଲେ ଶାହାରୁଖ ଭାଇ, ଶାହାରୁଖ ଭାଇ … ରାହୁଲ ତୁମର ବଡ ପ୍ରଶଂସକ। ଏହା ଶୁଣି ଶାହାରୁଖ ହସିଥିଲେ ଏବଂ ହାତ ହଲାଇ ରାହୁଲଙ୍କୁ ପ୍ରଶଂସା କରିଥିଲେ।

Share