Posted inଖେଳ

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ, ୧୧।୧୦: ଚଳିତବର୍ଷ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କଟ୍ରେଲଙ୍କୁ ଦଳରୁ ଓହରି ଯାଇଛନ୍ତି। ଏଥିସହିତ ଦଳ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ ଗେଲଙ୍କୁ ନେଇ ଚିନ୍ତିତ ଅଛି। କାରଣ ଗେଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ସେ ନିଜେ ଫଟୋ ଶେୟାର କରି ଏ ବିଷୟରେ ସୂଚନା ଦେଇଥିଲେ। ଗେଲ ହେଉଛି ପଞ୍ଜାବର ଶେଷ ଭରସା। ଦଳକୁ ସେ ସଙ୍କଟ ରକ୍ଷା କରିବେ ବୋଲି ପଞ୍ଜାବ ପ୍ରଶଂସକମାନେ ଆଶା ପ୍ରକାଶ କରିଛନ୍ତି। ଶେଷ ମ୍ୟାଚରେ ମଧ୍ୟ ବିଶ୍ୱାସ କରାଯାଉଥିଲା ଯେ ତାଙ୍କୁ ଦଳରେ ସୁଯୋଗ ଦିଆଯିବ। କିନ୍ତୁ ସେ ଚୂଡାନ୍ତ ଏକାଦେଶରେ ସ୍ଥାନ ଦିଆଯାଇ ନ ଥିଲା। ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ ଗେଲଙ୍କୁ ଏହି ମ୍ୟାଚରେ ଖେଳିବାର କାରଣ ଦର୍ଶାଇଥିଲେ। ସେ କହିଛନ୍ତି ଯେ ଗେଲ ଏହି ମ୍ୟାଚରେ ଖେଳିବାର ଥିଲା, କିନ୍ତୁ ସେ ଗତ ଦୁଇ ଦିନ ହେବ ଅସୁସ୍ଥ ଅଛନ୍ତି। ତାଙ୍କ ଖାଦ୍ୟ ବିଷାକ୍ତ ହୋଇଯାଇଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହା ପରେ ଗେଲ ଡାକ୍ତରଖାନାର ଏକ ଫଟୋ ଶେୟାର କରି ମୁଁ ଯୁଦ୍ଧ ନ କରି କେବେବି ପଛକୁ ଫେରିବି ନାହିଁ। ମୁଁ ୟୁନିଭର୍ସ ବସ ବୋଲି କହିଛନ୍ତି। ସୂଚନାଯୋଗ୍ୟ, କିଙ୍ଗସ ଏକାଦଶ ପଞ୍ଜାବ ଏପର୍ଯ୍ୟନ୍ତ ଖେଳାଯାଇଥିବା ୭ଟି ମ୍ୟାଚ ମଧ୍ୟରୁ ମୋଟ ୬ଟି ପରାଜୟବରଣ କରିଛି। ମାତ୍ର ଗୋଟିଏ ମ୍ୟାଚ୍‌ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri