Categories: ଜାତୀୟ

ଜନ୍ମଦିନରେ ଏଭଳି କାରନାମା କଲେ ଏହି ଖେଳାଳି

ପାଟନା,୨୮।୧୦: ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ୮୮ ରନ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ଦିନ ୱାର୍ଣ୍ଣର ନିଜର ୩୪ତମ ଜନ୍ମଦିନ ପାଳନ କରୁଥିଲେ। ତାଙ୍କ ଜନ୍ମଦିନରେ ସେ କେବଳ ଅର୍ଦ୍ଧଶତକୀୟ ଇନିଂସ ଖେଳି ନ ଥିଲେ, ବରଂ ଭଲ ଫିଲ୍ଡିଂ ଏବଂ ଆଇପିଏଲ୍‌ ଇତିହାସରେ ପ୍ରଥମଥର ପାଇଁ ବୋଲିଂ ମଧ୍ୟ ମଧ୍ୟ କରିଥିଲେ। ଦ୍ୱାଦଶ ଓଭରର ତୃତୀୟ ବଲରେ ବିଜୟ ଶଙ୍କର ଶ୍ରେୟାସ ଆୟରଙ୍କୁ ଆଉଟ୍‌ କରିଥିଲେ କିନ୍ତୁ ପଞ୍ଚମ ବଲ ଫିଙ୍ଗିବା ପରେ ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା। ଏହା ପରେ ସେ ପଡିଆରୁ ପଳାଇଥିଲେ। ୬ଷ୍ଠ ବଲ୍‌ ଓ୍ବର୍ନର ବୋଲିଂ କରିଥିଲେ। ସେହି ବଲ୍‌ରେ ସେ ଓ୍ବାଇଡ୍‌ ଫିଙ୍ଗିଥିଲେ। ପରେ ତାଙ୍କୁ ଆଉ ଗୋଟିଏ ବଲ୍‌ ପକାଇବାକୁ ପଡିଥିଲା। ସେହି ବଲ୍‌ରେ ରିଷଭ୍‌ ପନ୍ତ ସିଙ୍ଗଲ୍‌ ନେଇଥିଲେ।

Share