Categories: ଖେଳ

ସୁପର୍‌ ଓଭର୍‌ ମ୍ୟାଚ୍‌ ପରେ ଶୋଇ ନ ଥିଲେ କେ.ଏଲ. ରାହୁଲ, ଜାଣନ୍ତୁ କାହିଁକି

ଦୁବାଇ,୨୧।୧୦: ଆଇପିଏଲ୍‌ ୨୦୨୦ରେ ଏବେ ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ଏହି ବିଜୟ ସହ ଦଳ ଟୁର୍ନାମେଣ୍ଟରେ ପ୍ଲେ-ଅଫ୍‌ ଖେଲିବା ଆଶା ଉଜ୍ଜିବୀତ ରଖିଛି। ବିଜୟ ପରେ ଅଧିନାୟକ କେ.ଏଲ ରାହୁଲ ପ୍ରକାଶ କରିଛନ୍ତି ଯେ, ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ପାଇଥିବା ଦଳକୁ ପରାସ୍ତ କରିବାକୁ ତାଙ୍କ ଦଳ ଲକ୍ଷ୍ୟ ରଖିଥିଲା। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପୂର୍ବ ମ୍ୟାଚ ସୁପର ଓଭରରେ ଶେଷ ହେବା ପରେ ସେ ରାତିସାରା ଶୋଇ ପାରି ନ ଥିଲେ। ଆମେ ଏହାକୁ ପୂର୍ବରୁ ସମାପ୍ତ କରି ସୁପର ଓଭରକୁ ଟାଣିବା ଉଚିତ୍‌ ନ ଥିଲା। ସେହି ମ୍ୟାଚ ଆମକୁ ଶିକ୍ଷା ଦେଇଥିଲା ବୋଲି ରାହୁଲ କହିଛନ୍ତି। ଯେତେବେଳେ ଆପଣ ୬ ଜଣ ବ୍ୟାଟ୍ସମ୍ୟାନ ଏବଂ ଜଣେ ଅଲରାଉଣ୍ଡରଙ୍କ ସହ ଖେଳୁଛନ୍ତି, ସେତେବେଳେ ଶ୍ରେଷ୍ଠ ଚାରିଜଣଙ୍କ ମଧ୍ୟରୁ ଜଣେଙ୍କୁ ଏକ ଭୂମିକା ଗ୍ରହଣ କରିବାକୁ ପଡିବ। ଜଣେ ମ୍ୟାଚ ଶେଷରେ ରହିବାକୁ ପଡିବ। ଆମକୁ ଏହା ବିଚାର କରିବାକୁ ପଡିବ। ଆମକୁ ଏହାକୁ ଉନ୍ନତ କରିବାକୁ ପଡିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସେହି ମ୍ୟାଚରେ ପଞ୍ଜାବ ସୁପର ଓଭରରେ ମୁମ୍ବାଇଠାରୁ ଜିତିଥିଲା।

Share