Categories: ଖେଳ

ରାଇନାଙ୍କ ସହ ସବୁ ସମ୍ପର୍କ ତୁଟାଇବ ସିଏସ୍‌କେ

ଚେନ୍ନାଇ,୨।୧୦: ଆଇପିଏଲରେ ୩ଟି ମ୍ୟାଚରୁ ୨ ପରାଜୟବରଣ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି ଚେନ୍ନାଇ ସୁପର କିଙ୍ଗ୍ସ। ଲଗାତାର ୨ଟି ମ୍ୟାଚ ହାରିଯିବା ପରେ ଧୋନୀଙ୍କ ଦଳ ପୁଣିଥରେ ବିଜୟ ସନ୍ଧାନରେ ଶୁକ୍ରବାର ପଡ଼ିଆକୁ ଓହ୍ଲାଇବ। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଦୁଇ ଭେଟେରାନ ସୁରେଶ ରାଇନା ଏବଂ ହରଭଜନ ସିଂକୁ ଦଳରୁ ହଟାଇବାକୁ ପ୍ରସ୍ତୁତି ଚାଲିଛି। ରିପୋର୍ଟ ଅନୁଯାୟୀ, ଏହି ଦୁଇ ଖେଳାଳିଙ୍କ ଚୁକ୍ତି ଶେଷ କରିବାକୁ ସିଏସକେ ଯୋଜନା କରୁଛି। ଏହି ଦୁଇ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ମାଲିକ ଏନ ଶ୍ରୀନିବାସନ ରାଇନାଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କୁହାଯାଉଛି ଯେ ଆଇପିଏଲ ଛାଡିବା ପରେ ଦଳର ମାଲିକ ତାଙ୍କ ଉପରେ ଖପ୍ପା ଅଛନ୍ତି। ନିକଟରେ ସେ ଏକ ବିବୃତ୍ତିରେ କହିଛନ୍ତି ଯେ ହୋଟେଲ ରୁମକୁ ନେଇ ରାଇନା ଭାରତ ଫେରିଥିଲେ। ଚଳିତ ସିଜିନରେ ଖେଳିବା ପାଇଁ ରାଇନା ସିଏସ୍‌କେରୁ ୧୧ କୋଟି ଏବଂ ଭଜିଙ୍କୁ ୨ କୋଟି ଟଙ୍କା ପାଇବାକୁ ଥିଲା। କିନ୍ତୁ ଉଭୟ ଏହି ସିଜିନ ପାଇଁ ଫ୍ରାଞ୍ଚାଇଜ ଦଳରୁ କୌଣସି ଟଙ୍କା ପାଇବେ ନାହିଁ।

Share