ଆଇପିଏଲ୍‌-୧୪ : ଭାଗ୍ୟ ବଦଳାଇବା ଆଶାରେ ଆରସିବି

ଚେନ୍ନାଇ,୮।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଲିଗ୍‌ ଆୟୋଜନ କରିବାକୁ ବଦ୍ଧପରିକର ଅଛି। ଏହା କ୍ରିକେଟ ଓ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଶୁଭଙ୍କର। ଲିଗ୍‌ ଆରମ୍ଭ ହେବାକୁ ଯାଉଥିବାରୁ ସାରା ଦେଶରେ କ୍ରିକେଟ ପ୍ରଶଂସକ ବେଶ୍‌ ଉତ୍ସାହିତ ରହିଛନ୍ତି। ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିବା ରୋହିତ ଏଥର ହ୍ୟାଟ୍ରିକ ଟାଇଟଲ ହାସଲ କରିବାକୁ ପ୍ରୟାସ କରିବେ। ସେହିପରି ଭାଗ୍ୟର ସହାୟତା ପାଉ ନ ଥିବା ଓ ଅଣ୍ଡର ଆଚିଭର କୁହାଯାଉଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ରଥମଥର ପାଇଁ ଚାମ୍ପିୟନ କରାଇବାକୁ ଅଧିନାୟକ କୋହଲି ଏଥର ପ୍ରାଣପଣେ ଚେଷ୍ଟା କରିବେ। ମହାମାରୀ ପାଇଁ ମାତ୍ର ୫ ମାସ ମଧ୍ୟରେ ଆଇପିଏଲ୍‌ର ଦୁଇଟି ସଂସ୍କରଣ ଆୟୋଜନ ହେବା ଫ୍ରାଞ୍ଚାଇଜ୍‌ ମାଲିକ ଓ ପ୍ରାୟୋଜକଙ୍କ ପାଇଁ ସେତେଟା ସୁବିଧାଜନକ ହୋଇ ନ ଥାଇପାରେ। ସାରା ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏଥର ଆଇପିଏଲ୍‌ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

ଶୁକ୍ରବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ଭାରତ ଅଧିନାୟକ କୋହଲି ଓ ହ୍ବାଇଟବଲ୍‌ ଦଳର ଉପଅଧିନାୟକ ରୋହିତ ମୁହଁାମୁହିଁ ହେବେ। କରୋନା କାରଣରୁ ବିନା ଦର୍ଶକରେ ମ୍ୟାଚ୍‌ଗୁଡିକ ଖେଳାଯିବ। କେତେଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ପଜିଟିଭ ବୋଲି ଜଣାପଡିବା ପରେ ବୋର୍ଡ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ମ୍ୟାଚ୍‌ଗୁଡିକ ପାଇଁ ବାୟୋ ବବଲକୁ ଆହୁରି କଡ଼ାକଡ଼ି କରାଯାଇଛି। ଆଇପିଏଲକୁ ସୁନ୍ଦର ଭାବେ ଆୟୋଜନ କରିବାକୁ ବିସିସିଆଇ ଆଶା ରଖିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ମହାମାରୀ ସତ୍ତ୍ୱେ ଗତ ସଂସ୍କରଣ ଅତି ସୁନ୍ଦର ଭାବେ ସଫଳତାର ସହ ଆୟୋଜିତ ହୋଇଥିଲା। ଭାରତରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଆଇପିଏଲ୍‌ର ଗୁରୁତ୍ୱ ଆହୁରି ବଢିଯାଇଛି। ବିଭିନ୍ନ ଦେଶର ପ୍ରାୟ ସବୁ ବିଶ୍ୱସ୍ତରୀୟ ଖେଳାଳି ଭିନ୍ନ ଭିନ୍ନ ଦଳ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଇପିଏଲ୍‌ ମାଧ୍ୟମରେ ଟି୨୦ ବିଶ୍ୱକପ୍‌ ପାଇଁ ଏମାନେ ଅଭ୍ୟାସ ଓ ପ୍ରସ୍ତୁତି କରିବାର ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ।

ଆଇପିଏଲରେ ରୋହିତ ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଥର ୬ ଥର ଚାମ୍ପିୟନ ହେବା ସହ ମୁମ୍ବାଇ ଲିଗ୍‌ର ପ୍ରଥମ ହ୍ୟାଟ୍ରିକ ଟାଇଟଲ ହାସଲ କରିବାକୁ ପ୍ରୟାସ କରିବ। ଦୁଇ ଦଶନ୍ଧିର ଟି୨୦ ଯୁଗରେ ମୁମ୍ବାଇର ସଫଳତାକୁ ଆଦୌ ଅଣଦେଖା କରିହେବ ନାହିଁ। ଯଦି ରୋହିତ ଫେଲ୍‌ ମାରନ୍ତି ତା’ହେଲେ କ୍ୱିଣ୍ଟନ ଡିକକ୍‌ ଅଛନ୍ତି। ଓପନର ହିସାବରେ ଯଦି ଦୁଇଜଣ ବିଫଳ ହୁଅନ୍ତି ତେବେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ସଫଳ ହେବେ। ଯଦି ଟପ୍‌ ଅର୍ଡର ବିଫଳ ହୁଏ ତେବେ ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା ଦକ୍ଷତା ପ୍ରତିପାଦନ କରିବେ। କିରନ ପୋଲାର୍ଡ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ଦଳକୁ ବଡ଼ ସ୍କୋର ପ୍ରଦାନ କରିବେ। ଚେନ୍ନାଇ ଟ୍ରାକ୍‌ରେ ଅବଶ୍ୟ ସ୍ପିନର ସୁବିଧାଜନକ ସ୍ଥିତିରେ ରହିବେ। ଟ୍ରେଣ୍ଟ ବୋଲ୍ଟ ନିଜ ସୁଇଂ ଓ ରାହୁଲ ଚହର ଗୁଗ୍‌ଲି ମାଧ୍ୟମରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବେ। ନିଜ ଖରାପ ଦିନରେ ମୁମ୍ବାଇ ହାରିପାରେ। କିନ୍ତୁ ଭଲ ଦିନରେ ମୁମ୍ବାଇ ପ୍ରତିପକ୍ଷ ଦଳ ପାଇଁ ଦୁଃସ୍ବପ୍ନ ସାବ୍ୟସ୍ତ ହେବ ବୋଲି ଇଂଲଣ୍ଡ ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ସତର୍କ କରାଇଛନ୍ତି।

ରୋହିତଙ୍କ ବିପକ୍ଷରେ ରହିଛନ୍ତି କୋହଲି। ନୂଆ ରୂପରେ ବାଙ୍ଗାଲୋର ଏଥର କୋହଲିଙ୍କ ନେତୃତ୍ୱରେ ଅଲଗା କିଛି କରି ଦେଖାଇବାକୁ ପ୍ରସ୍ତୁତ ରହିଛି। ଦଳରେ ଗ୍ଲେନ ମ୍ୟାକ୍ସଓ୍ବେଲ ଓ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିଶନ ସାମିଲ ହୋଇଛନ୍ତି। ଯୁବ ଓପନର ଦେବଦତ୍ତ ପଡିକାଲ ଦ୍ୱିତୀୟ ସେସନରେ ଖେଳିବେ। ସ୍ପିନର ୟୁଜବେନ୍ଦ୍ର ଚହଲ ଅବଶ୍ୟ ପୁରୁଣା ଫର୍ମରେ ନାହାନ୍ତି। ମୁମ୍ବାଇ ତୁଳନାରେ ବାଙ୍ଗାଲୋର ଟିକିଏ ସମସ୍ୟାରେ ଥିବାପରି ଜଣାପଡୁଛି। ମହମ୍ମଦ ସାମି ଓ ନବଦୀପ ସଇନି ହ୍ବାଇଟ୍‌ ବଲ୍‌ରେ ସେତେଟା ପ୍ରଭାବୀ ହେବା ଜଣାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri