Posted inଖେଳ

ଆଇପିଏଲ୍‌-୧୪: ମୁମ୍ବାଇ-ବାଙ୍ଗାଲୋର ଉଦ୍‌ଘାଟନୀ ମ୍ୟାଚ

* ଏପ୍ରିଲ ୯ରେ ଆରମ୍ଭ, ମେ’ ୩୦ରେ ଫାଇନାଲ
* ବିନା ଦର୍ଶକରେ ୬ଟି ଭେନ୍ୟୁରେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ରବିବାର ବିଧିବଦ୍ଧଭାବେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ଲିଗ୍‌ ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହୋଇ ମେ’ ୩୦ରେ ଶେଷ ହେବ। କୌଣସି ଦଳ ଘରୋଇ ଗ୍ରାଉଣ୍ଡରେ ଖେଳିବାର ସୁଯୋଗ ପାଇବେ ନାହିଁ। କୋଭିଡ୍‌-୧୯ ମହାମାରୀର ପ୍ରଭାବ ସତ୍ତ୍ୱେ ମୁମ୍ବାଇରେ ଲିଗ୍‌ ମ୍ୟାଚ୍‌ ଆୟୋଜନ କରାଯିବ। ମୁମ୍ବାଇ ସମେତ ୬ଟି ସହରରେ ମ୍ୟାଚ୍‌ ଆୟୋଜିତ ହେବ। ଟୁର୍ନାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକ ବିନା ଦର୍ଶକରେ ମୁମ୍ବାଇରେ ହେବ। ଅନ୍ୟ ଭେନ୍ୟୁଗୁଡ଼ିକ ହେଲା ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ ଓ କୋଲକାତା। ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ସମେତ ପ୍ଲେ-ଅଫ୍‌ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଏପ୍ରିଲ ୯ରେ ଚେନ୍ନାଇରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍‌ର ପ୍ରଥମ ୪ ସପ୍ତାହ ପାଇଁ ଅର୍ଥାତ୍‌ ଏପ୍ରିଲ୍‌ ୯ରୁ ମେ ୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ସମୟ ମଧ୍ୟରେ ୩୩ଟି ମ୍ୟାଚ୍‌ ଖେଳାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ କୋଲକାତାରେ କୌଣସି ମ୍ୟାଚ୍‌ ଆୟୋଜନ ହେବନାହିଁ। ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାର ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୪ଟି ଭେନ୍ୟୁରେ ମ୍ୟାଚ୍‌ ଖେଳିବେ। ମୋଟ ୫୬ଟି ମ୍ୟାଚ୍‌ରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ ୧୦ଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ସେହିପରି ଅହମଦାବାଦ ଓ ଦିଲ୍ଲୀରେ ୮ଟି ଲେଖାଏ ମ୍ୟାଚ ଆୟୋଜନ ହେବ। ସବୁ ମ୍ୟାଚ ନିରପେକ୍ଷ ଭେନ୍ୟୁରେ ଖେଳାଯିବ। କୌଣସି ଦଳ ସେମାନଙ୍କର ଘରୋଇ ଭେନ୍ୟୁରେ ମ୍ୟାଚ୍‌ ଖେଳିବେ ନାହିଁ। ୬ଟିରୁ ୪ଟି ଭେନ୍ୟୁରେ ସବୁ ଦଳ ଲିଗ୍‌ ମ୍ୟାଚ୍‌ ଖେଳିବେ।
ଲିଗ୍‌ରେ ମୋଟ ୧୧ଟି ଡବଲ୍‌ ହେଡର୍‌ ରହିବ। ୬ଟି ଦଳ ଅପରାହ୍ନରେ ୩ଟି ଲେଖାଏ ମ୍ୟାଚ୍‌ ଖେଳିବେ। ସେହିପରି ଦୁଇଟି ଦଳ ଅପରାହ୍ନ ୨ଟି ଲେଖାଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବେ। ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ସ୍ବତନ୍ତ୍ର ଭାବେ ସ୍ଥିରୀକୃତ ହୋଇଛି। ଯାହାଫଳରେ ପ୍ରତ୍ୟେକ ଦଳ ଲିଗ୍‌ ପର୍ଯ୍ୟାୟରେ ମାତ୍ର ୩ଥର ଯାତ୍ରା କରିବେ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍‌ ବିନା ଦର୍ଶକରେ ଷ୍ଟାଡିୟମରେ ଖେଳାଯିବ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦର୍ଶକଙ୍କୁ ଅନୁମତି ଦେବା ନେଇ ବିଚାର କରାଯିବାର ସମ୍ଭାବନା ରହିଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଆଇପିଏଲ୍‌ର ଗତ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri