Posted inଖେଳ

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୭।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନବମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଦଳରେ ସନ୍ତୁଳନ ଆଣିବାକୁ ଚେଷ୍ଟା କରିବ। ଦୁଇଟି ମ୍ୟାଚ୍‌ ଖେଳି ହାଇଦ୍ରାବାଦ ଦୁଇଟିରେ ପରାଜୟ ବରଣ କରି ଚାପରେ ରହିଛି। ଅପରପକ୍ଷରେ ମୁମ୍ବାଇ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ବରଣ କରିଛି।
ଚେନ୍ନାଇର ଏହି ଟ୍ରାକ୍‌ରେ ହାଇଦ୍ରାବାଦ ୧୫୦ ରନର ଟାର୍ଗେଟକୁ ଚେଜ୍‌ କରିବାରେ ବିଫଳ ହୋଇଥିଲା। ହାଇଦ୍ରାବାଦ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ୧୫୦ ରନ ଚେଜ୍‌ କରି ନ ପାରି ବାଙ୍ଗାଲୋରଠାରୁ ୬ ରନରେ ପରାସ୍ତ ହୋଇଥିଲା। ସେହିପରି ପ୍ରଥମ ମ୍ୟାଚ୍‌ରେ ୧୮୮ ରନର ପିଛା କରି କୋଲକାତାଠାରୁ ୧୦ ରନରେ ପରାସ୍ତ ହୋଇଥିଲା। ତେଣୁ ଚେଜ୍‌ କରିବା ଏବେ ହାଇଦ୍ରାବାଦ ପାଇଁ ସମସ୍ୟା ସୃଷ୍ଟି କରିଛି। ଦଳରେ ସାମର୍ଥ୍ୟ ଓ ଗଭୀରତା ନାହିଁ ଓ ବେଞ୍ଚ୍‌ ଷ୍ଟ୍ରେନ୍ଥ ମଧ୍ୟ ଭଲ ନାହିଁ ବୋଲି କୁହାଯାଇପାରେ। ଏପରି ସ୍ଥଳେ ମୁମ୍ବାଇ ଭଳି ଶକ୍ତିଶାଳୀ ଦଳକୁ ଭେଟିବା ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଅନ୍ତିମ ଦଳ ଚୟନ ନେଇ ଅଧିନାୟକ ଓ୍ବାର୍ନରଙ୍କ ସମ୍ମୁଖରେ କେତୋଟି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ତିମ ଦଳ ଚୟନରେ ହାଇଦ୍ରାବାଦ ସେତେଟା ପରିପକ୍ୱତା ପ୍ରଦର୍ଶନ କରିନାହିଁ ବୋଲି କେତେକ ଭାବୁଛନ୍ତି। ଦୁଇ ଉଇକେଟକିପର ଜନି ବେୟାରଷ୍ଟୋ ଓ ରିଦ୍ଧିମାନ ଶାହାଙ୍କୁ ଏକାଠି ଖେଳାଇବାର ଅର୍ଥ କିଛି ନାହିଁ। ପୁଣି ରିଦ୍ଧିମାନ ଓପନର ଭାବେ ବିଫଳ ହୋଇଛନ୍ତି। ୨୦୦୮ରୁ ପ୍ରଥମ ସଂସ୍କରଣରୁ ଆଇପିଏଲ୍‌ ଖେଳୁଥିଲେ ମଧ୍ୟ ରିଦ୍ଧିମାନ ରନ ସଂଗ୍ରହରେ ଆଦୌ ସ୍ଥିରତା ପ୍ରଦର୍ଶନ କରିନାହାନ୍ତି। ସେପଟେ ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମାଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନ ଓ ଅଭିଜ୍ଞ କେଦାର ଯାଦବ ଡଗ୍‌ ଆଉଟ୍‌ରେ ବସିଛନ୍ତି। ତେଣୁ ଦଳରେ ଶାହାଙ୍କ ଭୂମିକା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। କେଦାର ଓ ଅଭିଷେକ ଅଫ୍‌ ବ୍ରେକ୍‌ ବୋଲିଂ କରିବାର କ୍ଷମତା ରଖନ୍ତି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଓ୍ବାର୍ନର ଓ ରସିଦ ଖାଁ ଖେଳିବା ନିଶ୍ଚିତ ମନେହେଉଛି। ସେହିପରି ଫିଟ୍‌ନେସ୍‌ ହାସଲ କରିଥିବା କେନ୍‌ ଓ୍ବିଲିୟମସନ ଖେଳିବା ନିଶ୍ଚିତ। ସ୍ପିନ୍‌ ବୋଲିଂକୁ ଖେଳିବାରେ ଓ୍ବିଲିୟମସନ ସିଦ୍ଧହସ୍ତ। ସେହିପରି ମନୀଷ ପାଣ୍ଡେ ଓ ଅବଦୁଲ ସମାଦ ବାଙ୍ଗାଲୋର ବାମହାତୀ ସ୍ପିନର ଶାହାବାଜ ଅହମଦଙ୍କ ବୋଲିଂ କ୍ରସ୍‌- ବ୍ୟାଟେଡ୍‌ ଶଟ୍‌ ଖେଳି ଓ୍ବାର୍ନରଙ୍କୁ ଖୁସି କରିଛନ୍ତି। ପାଣ୍ଡେ ଇତିମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ପଡିଛନ୍ତି। ତେଣୁ ଏତେ ଶୀଘ୍ର ଭାରତୀୟ ଦଳରେ ସେ ସ୍ଥାନ ହାସଲ କରିବାକୁ ଯାଉ ନ ଥିବା ବେଳେ ଏବେ ହାଇଦ୍ରାବାଦ ପାଇଁ ମ୍ୟାଚ୍‌ ଫିନିଶର ଭୂମିକା ନିଭାଇବାକୁ ପ୍ରୟାସ କରିବେ। ଆଇପିଏଲ ଏବେ ତାଙ୍କୁ ନିଜ ତ୍ରୁଟି ସୁଧାରିବାକୁ ଓ ନିଜର ଦକ୍ଷତା ପ୍ରମାଣ କରିବାକୁ ସୁଯୋଗ ସୃଷ୍ଟି କରିଛି। ୩୦୦୦ ଆଇପିଏଲ୍‌ ରନ ସଂଗ୍ରହ କରିବାରେ ସେ ଅତ୍ୟନ୍ତ ମନ୍ଥରତା ଅବଲମ୍ବନ କରିଛନ୍ତି। ଚିପକ ଷ୍ଟାଡିୟମରେ ଲେଟ୍‌ ଖେଳିବା ଓ କ୍ରିଜ୍‌ର ଡେପ୍‌ଥରୁ ଫାଇଦା ଉଠାଇବାର ଆବଶ୍ୟକତା ରହିଛି। ଓ୍ବିଲିୟମସନ ଏହା ଅବଶ୍ୟ କରି ଦେଖାଇଛନ୍ତି। ବୋଲିଂରେ ଟି. ନଟରାଜନ ଗତ ସଂସ୍କରଣ ଭଳି ଫର୍ମରେ ନାହାନ୍ତି। ଭୁବନେଶ୍ୱର କୁମାର ମଧ୍ୟ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି। ସନ୍ଦୀପ ଶର୍ମା ଓ ସିଦ୍ଧାର୍ଥ କାଉଲ ବିକଳ୍ପ ସୃଷ୍ଟି କରିଥିଲେ ମଧ୍ୟ ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌କୁ ସେତେଟା ସମସ୍ୟାରେ ପକାଇବେ ନାହିଁ ବୋଲି ମନେହେଉଛି।
ରୋହିତ ଶର୍ମା, କ୍ୱିଣ୍ଟନ ଡିକକ, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କୁ ନେଇ ମୁମ୍ବାଇ ଟପ୍‌ ଅର୍ଡର ବେଶ୍‌ ଶକ୍ତିଶାଳୀ ମନେହେଉଛି। ମୁମ୍ବାଇ ତା’ର ପ୍ରଥମ ମ୍ୟାଚରେ ବାଙ୍ଗାଲୋରଠାରୁ ୨ ରନରେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମୁକାବିଲାରେ ମୁମ୍ବାଇ କୋଲକାତାକୁ ୧୦ ରନରେ ହରାଇଥିଲା। ଏହି ବିଜୟ ପରେ ମୁମ୍ବାଇ ତା’ର ଦଳରେ ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ତେବେ ପର୍ଯ୍ୟାପ୍ତ ବିକଳ୍ପ ଥିବାରୁ ମୁମ୍ବାଇ ବ୍ୟାଟିଂ ଲାଇନଅପ୍‌ରେ ସାମାନ୍ୟ ପରିବର୍ତ୍ତନ କରିପାରେ।
ମୁମ୍ବାଇ ଇଣ୍ଡିଆନ୍ସ ଦଳ:
ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଧବଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଷନ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, କ୍ୱିଣ୍ଟନ ଡିକକ୍‌, ରାହୁଲ ଚହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ ଲିନ୍‌, ସୌରଭ ତିଓ୍ବାରୀ, ମୋହସିନ ଖାଁ, ଆଡମ ମିଲନେ, ନାଥନ କୁଲଟର ନାଇଲ, ପୀୟୂଷ ଚାଓ୍ବଲା, ମାର୍କ ଜନସନ, ୟୁଧବୀର ସିଂ, ଜେମ୍ସ ନିଶାମ ଓ ଅର୍ଜୁନ ତେନ୍ଦୁଲକର ା
ସନରାଇଜର୍ସ ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।
ମ୍ୟାଚ୍‌ ଆରମ୍ଭ: ୭.୩୦
ସ୍ଥାନ: ଚେପକ ଷ୍ଟାଡିୟମ, ଚେନ୍ନାଇ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri