ପାୱାର ପ୍ଲାଣ୍ଟରେ ଆଇଓଟି ପ୍ରଯୁକ୍ତି ନିୟୋଜିତ

ଭୁବନେଶ୍ୱର,୧୬ା୧୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଣ୍ଟରେ ଜଳ ଖର୍ଚ୍ଚ କମ୍‌ କରିବା ପାଇଁ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ (ଆଇଓଟି) ପ୍ରଯୁକ୍ତିକୁ ନିୟୋଜିତ କରାଯାଇଛି। ଯେହେତୁ ପାୱାର ପ୍ଲାଣ୍ଟ ପାଇଁ କୁଲିଂ ୱାଟରର ଆବଶ୍ୟକତା ରହୁଛି, ସେଥିପାଇଁ ଉକ୍ତ ପ୍ରଯୁକ୍ତି ଦ୍ୱାରା ରିୟଲ ଟାଇମ ଅପରେଶନାଲ ଡାଟା ସହ ଉପଯୁକ୍ତ ଜଳ ସଂରକ୍ଷଣ ହୋଇପାରିବ। ବିଶେଷକରି କମ୍ପାନୀ ଏହି ପ୍ରଯୁକ୍ତି ଦ୍ୱାରା ଉନ୍ନତ ଜଳ ସଂରକ୍ଷଣ ସାଙ୍ଗକୁ ଜଳର ଗୁଣବତ୍ତା, ମାପିବା ଓ କ୍ଷୟ ହ୍ରାସ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ଷମ ମାପଦଣ୍ଡଗୁଡ଼ିକ ମଧ୍ୟ ପୂରଣ କରିପାରିବ। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ ବିଜ୍‌ନେସ୍‌) ରାହୁଲ ଶର୍ମା କହିଛନ୍ତି, କମ୍ପାନୀ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ବୃହତ୍‌ ନିର୍ମାତା ହୋଇଥିବାରୁ ଆମେ ଭବିଷ୍ୟତକୁ ଆଖି ଆଗରେ ରଖି ଉପତ୍ାଦନ କରୁଛୁ। ଆମର କାର୍ଯ୍ୟକୁ ଅଧିକ ବିକାଶଶୀଳ ଓ ନିର୍ଭରଯୋଗ୍ୟ କରିବା ଲାଗି ଆମକୁ ଅତ୍ୟାଧୁନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଡିଜିଟାଇଜେଶନ ପ୍ରୋଗ୍ରାମକୁ ତ୍ୱରାନ୍ବିତ କରିବା ଲାଗି ସବୁକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିବାକୁ ହେବ।
ବେଦାନ୍ତ ଷ୍ଟାର୍ଟ ଅପ୍‌ ଇନ୍‌କ୍ୟୁବେଟର ମାଧ୍ୟମରେ କମ୍ପାନୀ ନୂଆ ଯୁଗର ଷ୍ଟାର୍ଟଅପ ସହ ଉପତ୍ାଦନରେ ନୂତନତା ଓ ଡିଜିଟାଇଜେସନ ଶକ୍ତି ବ୍ୟବହାର କରୁଛି। ବ୍ୟବସାୟିକ ବିଷୟରେ ଯେଉଁଠାରେ ଷ୍ଟାର୍ଟଅପ୍‌ଗୁଡ଼ିକ ଦକ୍ଷତାଠାରୁ ଆରମ୍ଭକରି ଶକ୍ତି ସଂରକ୍ଷଣ ସମାଧାନ, ଜଳ, ବର୍ଜ୍ୟବସ୍ତୁ ପରିଚାଳନା ପ୍ରଭୃତି କାର୍ଯ୍ୟ ସହ ଜଡ଼ିତ। ଏହା ଭାରତର ଉପତ୍ାଦନ ଦୃଶ୍ୟପଟରେ ଏକ ମୌଳିକ ପରିବର୍ତ୍ତନ ଆଣିବା ସହ ବିକଶିତ ଦେଶଗୁଡ଼ିକୁ ପ୍ରେରଣା ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri