Posted inଖେଳ

ଭାରତ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ ଲଗାଇଲେ ପାକିସ୍ତାନର ଇଞ୍ଜାମାମ-ଉଲ-ହକ୍

ନୂଆଦିଲ୍ଲୀ,୨୬।୬: ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ଅଧିନାୟକ ଇଞ୍ଜାମାମ-ଉଲ-ହକ ଏକ ବିଚିତ୍ର ଦାବି କରିଛନ୍ତି ଯେ ”ଭାରତର ଦ୍ରୁତ ବୋଲର ମାନେ ୨୦୨୪ ଟି -୨୦ ବିଶ୍ୱକପ ଅଭିଯାନରେ ଲଗାତାର ବଲରେ ଟାମ୍ପରିଂ କରୁଛନ୍ତି। ଇଞ୍ଜାମାମ କହିଛନ୍ତି ଯେ ଭାରତର ବୋଲରମାନେ ବଲ୍କୁ ରିଭର୍ସ ସୁଇଙ୍ଗ୍ ସୁନିଶ୍ଚିତ କରିବା ପାଇଁ ବଲ୍ ଟାମ୍ପରିଂ କରୁଛନ୍ତି, ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସେମାନଙ୍କ ସଫଳତା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ”

ଅର୍ଶଦୀପ ଏବଂ ଜସପ୍ରୀତ ବୁମ୍ରାଙ୍କ ପରି ଭାରତର ତାରକା ବୋଲରମାନେ ବଲ୍‌ରେ ଶୀର୍ଷ ଫର୍ମରେ ଅଛନ୍ତି, ଯାହା ଟି -୨୦ ବିଶ୍ୱକପ୍‌ରେ ଦଳର ସଫଳତାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ଇଞ୍ଜାମାମ ଏବଂ ଅନ୍ୟ ଜଣେ ପୂର୍ବତନ ପାକିସ୍ତାନୀ ଅଧିନାୟକ ସଲିମ ମଲିକ ଜୁନ୍ ୨୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସୁପର ୮ ମୁକାବିଲାରେ ଆର୍ଶଦୀପଙ୍କ ରିଭର୍ସ ସୁଇଙ୍ଗ ସମ୍ପର୍କରେ ଆଲୋଚନା କରି ଏପରି କହିଛନ୍ତି। ଉଭୟ ପୂର୍ବତନ କ୍ରିକେଟର ଦାବି କରିଛନ୍ତି ଯେ ୧୪ କିମ୍ବା ୧୫ ଓଭରରେ ଏକ ପେସର ପାଇଁ ବଲ୍ ରିଭର୍ସ ସୁଇଙ୍ଗ୍ ପାଇବା ସହଜ ନୁହେଁ।

ଅଷ୍ଟ୍ରେଲିଆର ୨୦୫ ରନ୍ ପଛରେ ୧୬ ତମ ଓଭରରେ ଆର୍ସଦୀପଙ୍କର ରିଭର୍ସ ସ୍ୱିଙ୍ଗ୍ ହେବାର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ୨୨ ବର୍ଷୀୟ ଆର୍ଶଦୀପ ୩୭ ରନ ବ୍ୟୟ କରି ୩ ୱିକେଟ ଅକ୍ତିଆର କରିଥିଲେ। ଯାହା ଅଷ୍ଟ୍ରେଲିଆ ବିପକ୍ଷ ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚୁଡ଼ି ପଠାଉଛି ପିନ୍ଧି ଦିଅ…ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୭: ଆଇସିସିର ପ୍ରତିଟି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ଗୁରୁତ୍ୱ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ୍‌ ଇଣ୍ଡିଆ...

ଭାରତ-ଜିମ଼୍ବାୱେ ମ୍ୟାଚ୍‌ରେ ଜୟସ଼୍ବାଲ ଏବଂ ଶୁଭମନ ଗିଲ୍‌ଙ୍କ ୪ ରେକର୍ଡ

ନୂଆଦିଲ୍ଲୀ, ୧୪।୦୭: ଭାରତ-ଜିମ଼୍ବାୱେ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିବା ସହିତ ସିରିଜ୍‌ କବ୍‌ଜା କରିଛି । ଜଶସ଼୍ବୀ ଜୟସ଼୍ବାଲଙ୍କ ଅପରାଜିତ ୯୩...

ପାକିସ୍ତାନକୁ ହରାଇ WCL 2024 ଟାଇଟଲ୍‌ ଜିତିଲା ଇଣ୍ଡିଆ ଚାମ୍ପିଅନ୍ସ

ବର୍ମିଂଘମ,୧୪।୭: ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡସ୍‌(ଡବ୍ଲ୍ୟୁସିଏଲ୍‌) ୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ। ଏଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଯୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଚାମ୍ପିଅନ୍ସ...

ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ

ଅଲିମ୍ପିକ୍ସର ନବମ ସଂସ୍କରଣ ୧୯୨୪ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ଜାତୀୟ ପତାକା ତଳେ ଖେଳିଥିବା ଭାରତ ଫିଲ୍ଡ ହକିରେ ଐତିହାସିକ ସ୍ବର୍ଣ୍ଣ ପଦକ...

୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଲକ୍ଷ୍ୟରେ ବ୍ରିଟେନ୍‌

ବର୍ଲିନ୍‌,୧୪।୭(ପି.ଟି.): ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ ଫୁଟବଲ ୨୦୨୪ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଖେଳାଯିବ। ସ୍ପେନ ଦଳ ଚତୁର୍ଥ ୟୁରୋ କପ୍‌...

ଟିକିମୋହିନୀଙ୍କୁ ଦୁଇଟି ସ୍ବର୍ଣ୍ଣ

ଭୁବନେଶ୍ୱର, ୧୪।୭(ସରୋଜ ଜେନା): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା...

ଚତୁର୍ଥ ଟି୨୦ରେ ଜିମ୍ବାୱେକୁ ହରାଇ ସିରିଜ କବଜା କଲା ଭାରତ

ମୁମ୍ବାଇ,୧୩।୭: ଶନିବାର ହରାରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଚତୁର୍ଥ ଟି୨୦ ମୁକାବିଲାକୁ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଛି ଭାରତୀୟ ଟିମ୍। ଏଥି ସହିତ ପାଞ୍ଚ ମ୍ୟାଚ୍...

ମଇଦାନରେ ପତ୍ନୀଙ୍କୁ ଦେଖି ଏଭଳି କଲେ ଇରଫାନ୍‌ ପଠାନ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ Video ଭାଇରାଲ

ନୂଆଦିଲ୍ଲୀ,୧୩।୭: ଓ୍ବାଲ୍ଡ ଚାମ୍ପିଅନ୍ସଶିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଫାଇନାଲରେ ଇଣ୍ଡିଆ ଚାମ୍ପିଅନ୍ସ ଟିମ୍‌ ସହ ପାକିସ୍ତାନ ଚାମ୍ପିଅନ୍ସ ମୁହାଁମୁହିଁ ହେବ। ଏହି ମୁକାବିଲାକୁ ନେଇ ଭିନ୍ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri