Posted inଖେଳ

ଭାରତ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ ଲଗାଇଲେ ପାକିସ୍ତାନର ଇଞ୍ଜାମାମ-ଉଲ-ହକ୍

ନୂଆଦିଲ୍ଲୀ,୨୬।୬: ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ଅଧିନାୟକ ଇଞ୍ଜାମାମ-ଉଲ-ହକ ଏକ ବିଚିତ୍ର ଦାବି କରିଛନ୍ତି ଯେ ”ଭାରତର ଦ୍ରୁତ ବୋଲର ମାନେ ୨୦୨୪ ଟି -୨୦ ବିଶ୍ୱକପ ଅଭିଯାନରେ ଲଗାତାର ବଲରେ ଟାମ୍ପରିଂ କରୁଛନ୍ତି। ଇଞ୍ଜାମାମ କହିଛନ୍ତି ଯେ ଭାରତର ବୋଲରମାନେ ବଲ୍କୁ ରିଭର୍ସ ସୁଇଙ୍ଗ୍ ସୁନିଶ୍ଚିତ କରିବା ପାଇଁ ବଲ୍ ଟାମ୍ପରିଂ କରୁଛନ୍ତି, ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସେମାନଙ୍କ ସଫଳତା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ”

ଅର୍ଶଦୀପ ଏବଂ ଜସପ୍ରୀତ ବୁମ୍ରାଙ୍କ ପରି ଭାରତର ତାରକା ବୋଲରମାନେ ବଲ୍‌ରେ ଶୀର୍ଷ ଫର୍ମରେ ଅଛନ୍ତି, ଯାହା ଟି -୨୦ ବିଶ୍ୱକପ୍‌ରେ ଦଳର ସଫଳତାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ଇଞ୍ଜାମାମ ଏବଂ ଅନ୍ୟ ଜଣେ ପୂର୍ବତନ ପାକିସ୍ତାନୀ ଅଧିନାୟକ ସଲିମ ମଲିକ ଜୁନ୍ ୨୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସୁପର ୮ ମୁକାବିଲାରେ ଆର୍ଶଦୀପଙ୍କ ରିଭର୍ସ ସୁଇଙ୍ଗ ସମ୍ପର୍କରେ ଆଲୋଚନା କରି ଏପରି କହିଛନ୍ତି। ଉଭୟ ପୂର୍ବତନ କ୍ରିକେଟର ଦାବି କରିଛନ୍ତି ଯେ ୧୪ କିମ୍ବା ୧୫ ଓଭରରେ ଏକ ପେସର ପାଇଁ ବଲ୍ ରିଭର୍ସ ସୁଇଙ୍ଗ୍ ପାଇବା ସହଜ ନୁହେଁ।

ଅଷ୍ଟ୍ରେଲିଆର ୨୦୫ ରନ୍ ପଛରେ ୧୬ ତମ ଓଭରରେ ଆର୍ସଦୀପଙ୍କର ରିଭର୍ସ ସ୍ୱିଙ୍ଗ୍ ହେବାର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ୨୨ ବର୍ଷୀୟ ଆର୍ଶଦୀପ ୩୭ ରନ ବ୍ୟୟ କରି ୩ ୱିକେଟ ଅକ୍ତିଆର କରିଥିଲେ। ଯାହା ଅଷ୍ଟ୍ରେଲିଆ ବିପକ୍ଷ ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri