Posted inଖେଳ

ଭାରତ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ ଲଗାଇଲେ ପାକିସ୍ତାନର ଇଞ୍ଜାମାମ-ଉଲ-ହକ୍

ନୂଆଦିଲ୍ଲୀ,୨୬।୬: ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ଅଧିନାୟକ ଇଞ୍ଜାମାମ-ଉଲ-ହକ ଏକ ବିଚିତ୍ର ଦାବି କରିଛନ୍ତି ଯେ ”ଭାରତର ଦ୍ରୁତ ବୋଲର ମାନେ ୨୦୨୪ ଟି -୨୦ ବିଶ୍ୱକପ ଅଭିଯାନରେ ଲଗାତାର ବଲରେ ଟାମ୍ପରିଂ କରୁଛନ୍ତି। ଇଞ୍ଜାମାମ କହିଛନ୍ତି ଯେ ଭାରତର ବୋଲରମାନେ ବଲ୍କୁ ରିଭର୍ସ ସୁଇଙ୍ଗ୍ ସୁନିଶ୍ଚିତ କରିବା ପାଇଁ ବଲ୍ ଟାମ୍ପରିଂ କରୁଛନ୍ତି, ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସେମାନଙ୍କ ସଫଳତା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ”

ଅର୍ଶଦୀପ ଏବଂ ଜସପ୍ରୀତ ବୁମ୍ରାଙ୍କ ପରି ଭାରତର ତାରକା ବୋଲରମାନେ ବଲ୍‌ରେ ଶୀର୍ଷ ଫର୍ମରେ ଅଛନ୍ତି, ଯାହା ଟି -୨୦ ବିଶ୍ୱକପ୍‌ରେ ଦଳର ସଫଳତାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ଇଞ୍ଜାମାମ ଏବଂ ଅନ୍ୟ ଜଣେ ପୂର୍ବତନ ପାକିସ୍ତାନୀ ଅଧିନାୟକ ସଲିମ ମଲିକ ଜୁନ୍ ୨୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସୁପର ୮ ମୁକାବିଲାରେ ଆର୍ଶଦୀପଙ୍କ ରିଭର୍ସ ସୁଇଙ୍ଗ ସମ୍ପର୍କରେ ଆଲୋଚନା କରି ଏପରି କହିଛନ୍ତି। ଉଭୟ ପୂର୍ବତନ କ୍ରିକେଟର ଦାବି କରିଛନ୍ତି ଯେ ୧୪ କିମ୍ବା ୧୫ ଓଭରରେ ଏକ ପେସର ପାଇଁ ବଲ୍ ରିଭର୍ସ ସୁଇଙ୍ଗ୍ ପାଇବା ସହଜ ନୁହେଁ।

ଅଷ୍ଟ୍ରେଲିଆର ୨୦୫ ରନ୍ ପଛରେ ୧୬ ତମ ଓଭରରେ ଆର୍ସଦୀପଙ୍କର ରିଭର୍ସ ସ୍ୱିଙ୍ଗ୍ ହେବାର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ୨୨ ବର୍ଷୀୟ ଆର୍ଶଦୀପ ୩୭ ରନ ବ୍ୟୟ କରି ୩ ୱିକେଟ ଅକ୍ତିଆର କରିଥିଲେ। ଯାହା ଅଷ୍ଟ୍ରେଲିଆ ବିପକ୍ଷ ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri