Categories: ଖେଳ

ଏହି ମହାନ କ୍ରିକେଟର୍‌ଙ୍କୁ ହୃଦ୍‌ଘାତ

ଲାହୋର,୨୮।୯: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ-ଉଲ-ହକ ହୃଦଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସାରେ ଇଞ୍ଜାମାମ ସଫଳ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଇଞ୍ଜାମାମଙ୍କ ଅବସ୍ଥା ସ୍ଥିର ରହିଛି, କିନ୍ତୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ତେବେ ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।
ଗତ ୩ ଦିନ ହେବ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଇଞ୍ଜାମାମ। କିନ୍ତୁ ସୋମବାର ତାଙ୍କୁ ଯାଞ୍ଚ କରାଯାଇଥିଲା। ପରେ ଜଣାପଡିଥିଲା ଯେ ସେ ହୃଦଘାତରେ ପୀଡିତ ଥିଲେ। ଏହା ପରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଲାହୋରର ଏକ ଡାକ୍ତରଖାନାକୁ ନେବାକୁ ପଡିଥିଲା। ସେଠାରେ ତାଙ୍କର ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ସେ ବିପଦମୁକ୍ତ କୁହାଯାଉଛି।
୫୧ ବର୍ଷୀୟ ଇଞ୍ଜାମାମ ଦିନିକିଆରେ ପାକିସ୍ତାନ ପାଇଁ ସର୍ବାଧିକ ରନ ସ୍କୋରର ରହିଆସିଛନ୍ତି। ସେ ୩୭୫ ଟି ମ୍ୟାଚରେ ୧୧୭୦୧ ରନ ସଂଗ୍ରହ କରିଛନ୍ତି। ଏଥି ସହିତ ସେ ଟେଷ୍ଟରେ ପାକିସ୍ତାନ ପାଇଁ ତୃତୀୟ ଶ୍ରେଷ୍ଠ ସ୍କୋରର ଅଟନ୍ତି। ୧୧୯ଟି ମ୍ୟାଚରେ ସେ ୮୮୨୯ ରନ କରିଛନ୍ତି। ସେ ଦେଶର ଅନ୍ୟତମ ସଫଳ ଅଧିନାୟକ ମଧ୍ୟ ରହିଛନ୍ତି। ସେ ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ସେବେଠାରୁ ସେ ଦୀର୍ଘ ଦିନ ଧରି ପାକିସ୍ତାନ କ୍ରିକେଟ ସହ ଜଡିତ ଥିଲେ। ସେ ପ୍ରଥମେ ଦଳର ବ୍ୟାଟିଂ ପରାମର୍ଶଦାତା ହୋଇଥିଲେ ଏବଂ ପରେ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟ ଚୟନକର୍ତ୍ତା ହୋଇଥିଲେ। ସେ ଆଫଗାନିସ୍ତାନର ମୁଖ୍ୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Share