Posted inଖେଳ

ଭାରତୀୟ କ୍ରିକେଟର୍‌ଙ୍କୁ ଟି-ଶାର୍ଟ ପ୍ରଦାନ କରିଥିଲେ ଏହି ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ, ୧।୭- ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁବର୍ଷ ହେବ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ ଅନୁଷ୍ଠିତ ହୋଇନାହିଁ। ଦୁଇଦେଶର କ୍ରିକେଟ୍‌ ପ୍ରଶଂସକ ଏବେବି ଚାହିଁ ରହିଛନ୍ତି ଯେ କେବେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଆରମ୍ଭ ହେବ ଏବଂ ସେମାନେ ଏକ ରୋମାଞ୍ଚକ ମ୍ୟାଚ୍‌ର ମଜା ଉଠାଇବେ। ଦୁଇ ଦେଶ ମଧ୍ୟରେ ଯେବେବି କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି ସେତେବେଳେ ରୋମାଞ୍ଚ ଶୀର୍ଷସ୍ତରରେ ପହଞ୍ଚତ୍ଥାଏ। ବିଶେଷ କରି ପଡ଼ିଆ ମଧ୍ୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଝଗଡ଼ା ଲାଗିବାର ଅନେକ ଦୃଷ୍ଟାନ୍ତ ମଧ୍ୟ ରହିଛି। କିନ୍ତୁ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ମଧ୍ୟ ରହିଛି। ଯାହାକୁ ହୁଏତ ଅନେକ ପ୍ରଶଂସକ ଜାଣି ନ ଥିବେ। ୨୦୦୪ ମସିହାରେ ଭାରତ ଯେତେବେଳେ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ ଗସ୍ତରେ ଯାଇଥିଲା ସେତେବେଳେ ପାକିସ୍ତାନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ୍‌ ସମସ୍ତ ଭାରତୀୟ ଖେଳାଳିଙ୍କୁ ଟି-ଶାର୍ଟ ଉପହାର ଆକାରରେ ପ୍ରଦାନ କରିଥିବା ଜଣାପଡ଼ିଛି। ନିକଟରେ ଏକ ସାକ୍ଷାତ୍‌କାର ଅବସରରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ଏହି ଘଟଣାର ଖୁଲାସା କରିଛନ୍ତି। ଆକାଶ କହିଛନ୍ତି, ‘୨୦୦୪ରେ ଯେତେବେଳେ ଆମେ ପାକିସ୍ତାନ ଗସ୍ତରେ ଯାଇଥିଲୁ ସେତେବେଳେ ଇଞ୍ଜି ଭାଇ ତାଙ୍କ ଘରକୁ ପୁରା ଟିମ୍‌କୁ ନିମନ୍ତ୍ରଣ କରିଥିଲେ। ସେତେବେଳେ ତାଙ୍କର ଏକ ଗାର୍ମେଣ୍ଟ ଫ୍ୟାକ୍ଟ୍ରିର ଥିଲା। ଯେଉଁଠାରେ ଟି-ଶାର୍ଟ ପ୍ରସ୍ତୁତ କରାଯାଉଥିଲା। ସେ ଆମ ପାଖକୁ ଆସି ଟି-ଶାର୍ଟର ଏକ ବଣ୍ଡଲ୍‌ ଦେଇଥିଲେ। ସେତେବେଳେ ପୁରା ଦଳ ଏହି ଟି-ଶାର୍ଟ ବ୍ୟବହାର କରିଥିଲେ। ଇଞ୍ଜି ଭାଇ କହିଥିଲେ ଯେତେବେଳେ ଖେଳାଳି ଓ ଟିମ୍‌ କଥା ଉଠିଥାଏ ତେବେ କୌଣସି ସମସ୍ୟା ନାହିଁ। ଆମେ ସମସ୍ତେ ଖେଳାଳି ଓ ଭଲ ବନ୍ଧୁ’।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri