Categories: ଜାତୀୟ

ଭୂମି ପୂଜନ ପାଇଁ ସୁନ୍ନି ଓ୍ବାକଫ ବୋର୍ଡକୁ ନିମନ୍ତ୍ରଣ

ଅଯୋଧ୍ୟା,୨।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏନେଇ ସୁନ୍ନି ଓ୍ବାକଫ ବୋର୍ଡକୁ ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବ ସୌହାର୍ଦର ଏକ ମଞ୍ଚ ସାଜିବ ବୋଲି କୁହାଯାଉଛି। ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁନ୍ନି ସେଣ୍ଟ୍ରାଲ୍‌ ବୋର୍ଡର ଅଧ୍ୟକ୍ଷ ଜଫର ଫାରୁଖି, ଅଯୋଧ୍ୟାର ସମାଜସେବୀ ପଦ୍ମଶ୍ରୀ ମହମ୍ମଦ ଶରିଫ୍‌, ବାବରୀ ମସଜିଦ୍‌ ସମର୍ଥକ ଇକବାଲ ଅନସାରୀ ଆଦିଙ୍କୁ ନିମନ୍ତ୍ରଣ କରାଯାଇଛି। ଇକବାଲ ଅନସାରୀଙ୍କ ପିତା ହାତିମ୍‌ ଅନସାରୀ ବାବରୀ ମସଜିଦ୍‌ର ପ୍ରମୁଖ ସମର୍ଥକ ଥିଲେ। ରାମମନ୍ଦିର ଆନ୍ଦୋଳନ ମୁଖ୍ୟ ରାମଚନ୍ଦ୍ର ପରମହଂସଙ୍କ ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା। ଦୁଇ ବନ୍ଧୁ ସାଥିହୋଇ କୋର୍ଟରେ ମକଦୋମା ଲଢ଼ିବାକୁ ଆସୁଥିଲେ। ଭୂମି ପୂଜନରେ ଯୋଗଦେବା ପାଇଁ ରାମଦେବ, ମା ଅମୃତାନନ୍ଦମୟୀ, ପ୍ରଣବ ପାଣ୍ଡ୍ୟାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ବାବରୀ ମସଜିଦ୍‌ ଧ୍ୱଂସ ସମୟରେ ମୃତ୍ୟୁ ଘଟିଥିବା କୋଠାରୀ ବନ୍ଧୁଙ୍କ ଭଉଣୀ ପୂର୍ଣ୍ଣିମା କୋଠାରୀଙ୍କୁ ନିମନ୍ତ୍ରଣ କରାଯାଇଥିବା କୁହାଯାଉଛି।

Share