Posted inଜାତୀୟ

ଓଓ୍ବାଇସିଙ୍କୁ ନିମନ୍ତ୍ରଣ, ଆଡଭାନୀଙ୍କୁ ଉପେକ୍ଷା

ଅଯୋଧ୍ୟା/ନୂଆଦିଲ୍ଲୀ,୩ା୮: ଯଦି ଅଯୋଧ୍ୟାର ଆରାଧ୍ୟ ଦେବତା ରାମ ତେବେ ଏହାର ରାଜନୈତିକ ଭଗବାନ ଲାଲ କୃଷ୍ଣ ଆଡଭାନୀ ବୋଲି କୁହାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପାର ଅନେକ ନେତା ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନ ଉତ୍ସବରେ ଯୋଗଦେଉଥିବାବେଳେ ରାମମନ୍ଦିର ଆନ୍ଦୋଳନର ପୁରୋଧା ଆଡଭାନୀ ଓ ମୁରଲୀ ମନୋହର ଜୋଷୀଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇ ନାହିଁ। ୧୯୯୦ ଦଶକରେ ଅଯୋଧ୍ୟା ରଥଯାତ୍ରା ଜରିଆରେ ରାମ ଜନ୍ମଭୂମି ଆନ୍ଦୋଳନକୁ ଶିଖରରେ ପହଞ୍ଚାଇଥିବା ଏହି ଦୁଇ ବରିଷ୍ଠ ନେତା ଗ୍ରାଉଣ୍ଡବ୍ରେକିଂ ସେରେମନିକୁ ଯିବେ ନାହିଁ। ନିଜ ଘରେ ବସି ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜନ କାର୍ଯ୍ୟକ୍ରମ ଦେଖିବେ। କାରଣ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ କରାଯାଇଥିବା ଚୂଡ଼ାନ୍ତ ଅତିଥି ତାଲିକାରେ ଏହି ଦୁଇ ବର୍ଷୀୟାନ ନେତାଙ୍କ ନାମ ନାହିଁ। ଅନ୍ୟପଟେ ଟ୍ରଷ୍ଟ ପକ୍ଷରୁ ଉଭୟଙ୍କୁ ଫୋନ୍‌ କରି ନିମନ୍ତ୍ରଣ କରାଯାଇଥିବା ନେଇ ବାହାରେ ପ୍ରଚାର ଚାଲିଛି। ତେବେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ କୌଣସି ପ୍ରକାର ନିମନ୍ତ୍ରଣ କରାଯାଇ ନାହିଁ ବୋଲି ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ।
ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟକ୍ରମକୁ ମୂଳରୁ ବିରୋଧ କରିଆସୁଥିବା ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଭାଜପା ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ତେଲଙ୍ଗାନା ଭାଜପା ନେତା ତଥା ମୁଖ୍ୟ ମୁଖପାତ୍ର କ୍ରିଷ୍ଣା ସାଗର ରାଓ ଭୂମି ପୂଜନରେ ସାମିଲ ହେବାକୁ ଓଓ୍ବାଇସିଙ୍କୁ ନିମନ୍ତ୍ରଣ କରିଛନ୍ତି। ବାମପନ୍ଥୀ ନେତା ଏବଂ ଓଓ୍ବାଇସି ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦିଅନ୍ତୁ, ଯଦ୍ଦ୍ବାରା ସେମାନେ ନିଜ ନିଜ ଦଳର ଧର୍ମନିରପେକ୍ଷ ଆଭିମୁଖ୍ୟ ଓ ଭାଇଚାରା ପ୍ରତି ସେମାନଙ୍କ ବ୍ୟକ୍ତିଗତ ସହିଷ୍ଣୁତାକୁ ପ୍ରଦର୍ଶନ କରିପାରିବେ ବୋଲି କ୍ରିଷ୍ଣା ରାଓ ସାଗର କହିଛନ୍ତି।
ପ୍ରକାଶ ଯେ, ୧୯୯୨ ଡିସେମ୍ବର ୬ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ଷୋଡ଼ଶ ଶତାବ୍ଦୀର ବାବ୍ରି ମସ୍‌ଜିଦକୁ ଭାଙ୍ଗି ଦିଆଯାଇଥିଲା। ଉକ୍ତ ବିବାଦୀୟ ସ୍ଥଳକୁ ଭଗବାନ ରାମଙ୍କ ଜନ୍ମଭୂମି ବୋଲି ମନେକରୁଥିବା ହିନ୍ଦୁ କର ସେବକମାନେ ଏହି ଢାଞ୍ଚାକୁ ଧରାଶାୟୀ କରିଦେଇଥିଲେ। ଦୀର୍ଘ ଆଇନଗତ ଲଢ଼େଇ ପରେ ସୁପ୍ରିମକୋର୍ଟ ଗତ ନଭେମ୍ବର ୯ରେ ଏକ ଟ୍ରଷ୍ଟ ଗଠନ ସକାଶେ ନିର୍ଦ୍ଦେଶ ଦେବା ସହ ଉକ୍ତ ଭୂମିକୁ ରାମମନ୍ଦିର ନିର୍ମାଣ ପାଇଁ ହସ୍ତାନ୍ତର କରିବାକୁ ରାୟ ଦେଇଥିଲେ। ମସ୍‌ଜିଦ ନିର୍ମାଣ ପାଇଁ ଏକ ବିକଳ୍ପ ସ୍ଥାନରେ ୫ ଏକର ଜମି ମୁସଲମାନ ପକ୍ଷଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରାଯାଇଛି। ସରକାରଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଏହି ଟ୍ରଷ୍ଟ ରାମମନ୍ଦିର ନିର୍ମାଣ ପୂର୍ବରୁ ଭୂମି ପୂଜନର ଆୟୋଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri