Posted inଜାତୀୟ

ଓଓ୍ବାଇସିଙ୍କୁ ନିମନ୍ତ୍ରଣ, ଆଡଭାନୀଙ୍କୁ ଉପେକ୍ଷା

ଅଯୋଧ୍ୟା/ନୂଆଦିଲ୍ଲୀ,୩ା୮: ଯଦି ଅଯୋଧ୍ୟାର ଆରାଧ୍ୟ ଦେବତା ରାମ ତେବେ ଏହାର ରାଜନୈତିକ ଭଗବାନ ଲାଲ କୃଷ୍ଣ ଆଡଭାନୀ ବୋଲି କୁହାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପାର ଅନେକ ନେତା ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନ ଉତ୍ସବରେ ଯୋଗଦେଉଥିବାବେଳେ ରାମମନ୍ଦିର ଆନ୍ଦୋଳନର ପୁରୋଧା ଆଡଭାନୀ ଓ ମୁରଲୀ ମନୋହର ଜୋଷୀଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇ ନାହିଁ। ୧୯୯୦ ଦଶକରେ ଅଯୋଧ୍ୟା ରଥଯାତ୍ରା ଜରିଆରେ ରାମ ଜନ୍ମଭୂମି ଆନ୍ଦୋଳନକୁ ଶିଖରରେ ପହଞ୍ଚାଇଥିବା ଏହି ଦୁଇ ବରିଷ୍ଠ ନେତା ଗ୍ରାଉଣ୍ଡବ୍ରେକିଂ ସେରେମନିକୁ ଯିବେ ନାହିଁ। ନିଜ ଘରେ ବସି ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜନ କାର୍ଯ୍ୟକ୍ରମ ଦେଖିବେ। କାରଣ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ କରାଯାଇଥିବା ଚୂଡ଼ାନ୍ତ ଅତିଥି ତାଲିକାରେ ଏହି ଦୁଇ ବର୍ଷୀୟାନ ନେତାଙ୍କ ନାମ ନାହିଁ। ଅନ୍ୟପଟେ ଟ୍ରଷ୍ଟ ପକ୍ଷରୁ ଉଭୟଙ୍କୁ ଫୋନ୍‌ କରି ନିମନ୍ତ୍ରଣ କରାଯାଇଥିବା ନେଇ ବାହାରେ ପ୍ରଚାର ଚାଲିଛି। ତେବେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ କୌଣସି ପ୍ରକାର ନିମନ୍ତ୍ରଣ କରାଯାଇ ନାହିଁ ବୋଲି ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ।
ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟକ୍ରମକୁ ମୂଳରୁ ବିରୋଧ କରିଆସୁଥିବା ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଭାଜପା ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ତେଲଙ୍ଗାନା ଭାଜପା ନେତା ତଥା ମୁଖ୍ୟ ମୁଖପାତ୍ର କ୍ରିଷ୍ଣା ସାଗର ରାଓ ଭୂମି ପୂଜନରେ ସାମିଲ ହେବାକୁ ଓଓ୍ବାଇସିଙ୍କୁ ନିମନ୍ତ୍ରଣ କରିଛନ୍ତି। ବାମପନ୍ଥୀ ନେତା ଏବଂ ଓଓ୍ବାଇସି ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦିଅନ୍ତୁ, ଯଦ୍ଦ୍ବାରା ସେମାନେ ନିଜ ନିଜ ଦଳର ଧର୍ମନିରପେକ୍ଷ ଆଭିମୁଖ୍ୟ ଓ ଭାଇଚାରା ପ୍ରତି ସେମାନଙ୍କ ବ୍ୟକ୍ତିଗତ ସହିଷ୍ଣୁତାକୁ ପ୍ରଦର୍ଶନ କରିପାରିବେ ବୋଲି କ୍ରିଷ୍ଣା ରାଓ ସାଗର କହିଛନ୍ତି।
ପ୍ରକାଶ ଯେ, ୧୯୯୨ ଡିସେମ୍ବର ୬ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ଷୋଡ଼ଶ ଶତାବ୍ଦୀର ବାବ୍ରି ମସ୍‌ଜିଦକୁ ଭାଙ୍ଗି ଦିଆଯାଇଥିଲା। ଉକ୍ତ ବିବାଦୀୟ ସ୍ଥଳକୁ ଭଗବାନ ରାମଙ୍କ ଜନ୍ମଭୂମି ବୋଲି ମନେକରୁଥିବା ହିନ୍ଦୁ କର ସେବକମାନେ ଏହି ଢାଞ୍ଚାକୁ ଧରାଶାୟୀ କରିଦେଇଥିଲେ। ଦୀର୍ଘ ଆଇନଗତ ଲଢ଼େଇ ପରେ ସୁପ୍ରିମକୋର୍ଟ ଗତ ନଭେମ୍ବର ୯ରେ ଏକ ଟ୍ରଷ୍ଟ ଗଠନ ସକାଶେ ନିର୍ଦ୍ଦେଶ ଦେବା ସହ ଉକ୍ତ ଭୂମିକୁ ରାମମନ୍ଦିର ନିର୍ମାଣ ପାଇଁ ହସ୍ତାନ୍ତର କରିବାକୁ ରାୟ ଦେଇଥିଲେ। ମସ୍‌ଜିଦ ନିର୍ମାଣ ପାଇଁ ଏକ ବିକଳ୍ପ ସ୍ଥାନରେ ୫ ଏକର ଜମି ମୁସଲମାନ ପକ୍ଷଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରାଯାଇଛି। ସରକାରଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଏହି ଟ୍ରଷ୍ଟ ରାମମନ୍ଦିର ନିର୍ମାଣ ପୂର୍ବରୁ ଭୂମି ପୂଜନର ଆୟୋଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri