ବିବାହ କାର୍ଡରେ ଦିଆଯାଉଛି ମଦ, ଚାଖଣା, ପାଣି ବୋତଲ…

ମହାରାଷ୍ଟ୍ରରେ ଏକ ନିଆରା ବିବାହ କାର୍ଡ ଭାଇରାଲ ହେଉଛି। ଏହି ବିବାହ କାର୍ଡ ବହୁତ ଚର୍ଚ୍ଚାରେ ରହିଛି। କାରଣ ଏହି କାର୍ଡ ଖୋଲିବା ମାତ୍ରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କାର୍ଡରେ ଏକ ମଦ ବୋତଲ ସହିତ ଚାଖଣା ଦେଖିବାକୁ ମିଳୁଛି।
ଘଟଣାଟି ମହାରାଷ୍ଟ୍ରର ଚନ୍ଦ୍ରପୁରର। କାର୍ଡର ପ୍ରଥମ ପୃଷ୍ଠାରେ ଗଣେଶଙ୍କ ଫଟୋ ମୁଦ୍ରିତ ହୋଇଛି। ପରବର୍ତ୍ତୀ ପୃଷ୍ଠାରେ, ବିବାହ ତାରିଖ ଏବଂ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି । ପରେ ମଦ ବୋତଲ ସହିତ ଚାଖଣା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଏକ ବୋତଲ ମିନେରାଲ ପାଣି ମଧ୍ୟ ଏହା ସହିତ ରଖାଯାଇଛି। କୌତୁହଳ ବିଷୟ ହେଉଛି ଏହି ଘଟଣା ସେହି ଜିଲାରୁ ଆସିଛି ଯେଉଁଠାରେ ମଦ ନିଷେଧ ହୋଇଛିି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ମଦ୍ୟପାନ ନିଷେଧାଦେଶ ଉପରେ ପ୍ରଶ୍ନ ଉଠିଛି।
ଯେତେବେଳେ କାର୍ଡ ଛାପିଥିବା ବ୍ୟକ୍ତିଙ୍କୁ ଏ ବିଷୟରେ ପଚରାଗଲା, ସେ ସ୍ବୀକାର କରିଛନ୍ତି ଯେ, ଏହି କାର୍ଡ ତାଙ୍କ ପୁଅର ବିବାହରେ ଛପା ହୋଇଥିଲା। ଏହି ବିବାହ ଚନ୍ଦ୍ରପୁରର ଏକ ହୋଟେଲରେ ହୋଇଥିଲା। ତେବେ ମଦ ନିଷେଧାଦେଶ ହେତୁ ଚନ୍ଦ୍ରପୁର ଜିଲାରେ ଏହି କାର୍ଡ ବଣ୍ଟନ କରାଯାଇ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ନାଗପୁର ଏବଂ ବିଭିନ୍ନ ଜଲାର କିଛି ସମ୍ପର୍କୀୟଙ୍କୁ ଏଭଳି କାର୍ଡ ଦିଆଯାଇଛି। ଜଣେ ସମ୍ପର୍କୀୟ ଏହି ଭିଡିଓକୁ ଭାଇରାଲ କରିଛନ୍ତି। ଜିଲାରେ ମଦ ନିଷେଧାଦେଶ ହେତୁ ଚନ୍ଦ୍ରପୁରରେ ବଣ୍ଟାଯାଇଥିବା କାର୍ଡରେ ଶୁଖିଲା ଫଳ ଦିଆଯାଇଥିଲା।

Share