ନିବେଶକଙ୍କ ସମ୍ପତ୍ତି ଦିନକରେ ୨.୧୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୭।୩: ଗତ କିଛିଦିନ ହେବ ବିଭିନ୍ନ କାରଣ ପାଇଁ ଦଲାଲ ଷ୍ଟ୍ରିଟ୍‌ରେ କାରବାର ମାନ୍ଦା ରହୁଥିଲା। ଏପରିକି ଗତ ସପ୍ତାହର କାରବାରରେ ମଧ୍ୟ ପରିବର୍ତ୍ତନ ହେଉଥିଲା। ବିଶେଷକରି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ବୃଦ୍ଧି କରାଇପାରିଛନ୍ତି। ସେହିଭଳି ସୋମବାର ସେନ୍‌ସେକ୍ସ ପ୍ରାୟ ୪୧୬ ପଏଣ୍ଟ ବଢ଼ି ଥିବା ବେଳେ ନିଫ୍ଟି ମଧ୍ୟ ପ୍ରାୟ ୧୧୭ ବୃଦ୍ଧି ସହ କାରବାର ବନ୍ଦ କରିଥିଲା। ଏପରିକି ଶେୟାର ବଜାରର ସୂଚନା ଅନୁଯାୟୀ ଦିନକ ମଧ୍ୟରେ ନିବେଶକମାନେ ପ୍ରାୟ ୨.୧୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବଢ଼ିଛି। ସେହିପରି ସୋମବାର ଷ୍ଟକ୍‌ ବଜାରର କାରବାରରେ ପାୱାର ଏବଂ ୟୁଟିଲିଟି କ୍ଷେତ୍ରର ଶେୟାରଗୁଡିକରେ ବ୍ୟାପକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହାଛଡ଼ା ବିଏସ୍‌ଇ ସେନ୍‌ସେକ୍ସରେ ଅଏଲ ଆଣ୍ଡ ଗ୍ୟାସ୍‌, ଆଇଟି ଏବଂ ଟେକ୍‌ କମ୍ପାନୀର ଶେୟାର ସୂଚକାଙ୍କ ମଧ୍ୟ ୧% ବଢ଼ିଛି। ବିଶେଷକରି ବିଏସ୍‌ଇର ମିଡ୍‌କ୍ୟାପ୍‌ ଏବଂ ସ୍ମଲକ୍ୟାପ୍‌ ଇଣ୍ଡେକ୍ସ ମଧ୍ୟ ଯଥାକ୍ରମେ ୦.୭୪% ଏବଂ ୦.୯୦% ବୃଦ୍ଧି ସହ ବଜାର କାରବାର ବନ୍ଦ ହୋଇଛି। ଉଲ୍ଲେଖଯୋଗ୍ୟ, ବିଏସ୍‌ଇର ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ସୋମବାର ୨.୧୨ ଲକ୍ଷ କୋଟି ବଢ଼ି ୨୬୫.୫୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଏହାର ପୂର୍ବ କାରବାର (ଶୁକ୍ରବାର) ଫଳାଫଳରେ ୨୬୩.୪୨ ଲକ୍ଷ କୋଟି ଟଙ୍କା ରହିଥିଲା। ଏହିପରି ବିଏସ୍‌ଇରେ ଲିଷ୍ଟେଡ୍‌ କମ୍ପାନୀଗୁଡିକର ମାର୍କେଟ୍‌ କ୍ୟାପ୍‌ ସୋମବାର ପ୍ରାୟ ୨.୦୭ ଲକ୍ଷ କୋଟି ଟଙ୍କା ବଢିଛି। ଗତ ୨ଦିନରେ ବିଏସ୍‌ଇର ସମସ୍ତ କମ୍ପାନୀର ମାର୍କେଟ୍‌ କ୍ୟାପ୍‌ ପ୍ରାୟ ୫.୫ଲକ୍ଷ କୋଟି ଟଙ୍କା ବଢ଼ିଛି। ବିଶେଷକରି ଗତ ୨ ଦିନ ମଧ୍ୟରେ ବିଏସ୍‌ଇର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ସେନ୍‌ସେକ୍ସ ପ୍ରାୟ ୧,୩୦୦ ଅଙ୍କ ବଢ଼ିଛି। ଫଳରେ ଶେୟାର ବଜାର ନିବେଶକଙ୍କ ସମ୍ପତ୍ତି ଗତ ୨ଦିନରେ ପ୍ରାୟ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିଛି। ଅପରପକ୍ଷରେ ନିଫ୍ଟି-୫୦ରେ ମଧ୍ୟ ୧୧୭ ପଏଣ୍ଟ ବଢ଼ି ୧୭,୭୧୧ ଅଙ୍କରେ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri