ନିବେଶକଙ୍କ ସମ୍ପତ୍ତି ଦିନକରେ ୨.୧୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୭।୩: ଗତ କିଛିଦିନ ହେବ ବିଭିନ୍ନ କାରଣ ପାଇଁ ଦଲାଲ ଷ୍ଟ୍ରିଟ୍‌ରେ କାରବାର ମାନ୍ଦା ରହୁଥିଲା। ଏପରିକି ଗତ ସପ୍ତାହର କାରବାରରେ ମଧ୍ୟ ପରିବର୍ତ୍ତନ ହେଉଥିଲା। ବିଶେଷକରି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ବୃଦ୍ଧି କରାଇପାରିଛନ୍ତି। ସେହିଭଳି ସୋମବାର ସେନ୍‌ସେକ୍ସ ପ୍ରାୟ ୪୧୬ ପଏଣ୍ଟ ବଢ଼ି ଥିବା ବେଳେ ନିଫ୍ଟି ମଧ୍ୟ ପ୍ରାୟ ୧୧୭ ବୃଦ୍ଧି ସହ କାରବାର ବନ୍ଦ କରିଥିଲା। ଏପରିକି ଶେୟାର ବଜାରର ସୂଚନା ଅନୁଯାୟୀ ଦିନକ ମଧ୍ୟରେ ନିବେଶକମାନେ ପ୍ରାୟ ୨.୧୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବଢ଼ିଛି। ସେହିପରି ସୋମବାର ଷ୍ଟକ୍‌ ବଜାରର କାରବାରରେ ପାୱାର ଏବଂ ୟୁଟିଲିଟି କ୍ଷେତ୍ରର ଶେୟାରଗୁଡିକରେ ବ୍ୟାପକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହାଛଡ଼ା ବିଏସ୍‌ଇ ସେନ୍‌ସେକ୍ସରେ ଅଏଲ ଆଣ୍ଡ ଗ୍ୟାସ୍‌, ଆଇଟି ଏବଂ ଟେକ୍‌ କମ୍ପାନୀର ଶେୟାର ସୂଚକାଙ୍କ ମଧ୍ୟ ୧% ବଢ଼ିଛି। ବିଶେଷକରି ବିଏସ୍‌ଇର ମିଡ୍‌କ୍ୟାପ୍‌ ଏବଂ ସ୍ମଲକ୍ୟାପ୍‌ ଇଣ୍ଡେକ୍ସ ମଧ୍ୟ ଯଥାକ୍ରମେ ୦.୭୪% ଏବଂ ୦.୯୦% ବୃଦ୍ଧି ସହ ବଜାର କାରବାର ବନ୍ଦ ହୋଇଛି। ଉଲ୍ଲେଖଯୋଗ୍ୟ, ବିଏସ୍‌ଇର ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ସୋମବାର ୨.୧୨ ଲକ୍ଷ କୋଟି ବଢ଼ି ୨୬୫.୫୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଏହାର ପୂର୍ବ କାରବାର (ଶୁକ୍ରବାର) ଫଳାଫଳରେ ୨୬୩.୪୨ ଲକ୍ଷ କୋଟି ଟଙ୍କା ରହିଥିଲା। ଏହିପରି ବିଏସ୍‌ଇରେ ଲିଷ୍ଟେଡ୍‌ କମ୍ପାନୀଗୁଡିକର ମାର୍କେଟ୍‌ କ୍ୟାପ୍‌ ସୋମବାର ପ୍ରାୟ ୨.୦୭ ଲକ୍ଷ କୋଟି ଟଙ୍କା ବଢିଛି। ଗତ ୨ଦିନରେ ବିଏସ୍‌ଇର ସମସ୍ତ କମ୍ପାନୀର ମାର୍କେଟ୍‌ କ୍ୟାପ୍‌ ପ୍ରାୟ ୫.୫ଲକ୍ଷ କୋଟି ଟଙ୍କା ବଢ଼ିଛି। ବିଶେଷକରି ଗତ ୨ ଦିନ ମଧ୍ୟରେ ବିଏସ୍‌ଇର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ସେନ୍‌ସେକ୍ସ ପ୍ରାୟ ୧,୩୦୦ ଅଙ୍କ ବଢ଼ିଛି। ଫଳରେ ଶେୟାର ବଜାର ନିବେଶକଙ୍କ ସମ୍ପତ୍ତି ଗତ ୨ଦିନରେ ପ୍ରାୟ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିଛି। ଅପରପକ୍ଷରେ ନିଫ୍ଟି-୫୦ରେ ମଧ୍ୟ ୧୧୭ ପଏଣ୍ଟ ବଢ଼ି ୧୭,୭୧୧ ଅଙ୍କରେ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri