ନିବେଶକଙ୍କ କ୍ଷତି ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ( ଏନ୍‌ଏସ୍‌ଇ)ରେ କାରବାର ପ୍ରଭାବିତ ହୋଇଛି। ଗତ ୪ ସପ୍ତାହ ମଧ୍ୟରେ ପ୍ରଥମ ଥର ଲାଗି ସେନ୍‌ସେକ୍ସ ଏବଂ ନିଫ୍ଟି କାରବାରରେ ବଡ଼ ହ୍ରାସ ହୋଇଛି। ଫଳରେ ନିବେଶକ ୨.୩୩ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜାର ପୁଞ୍ଜିକରଣ ୧୯୫.୪୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଏହା ପୂର୍ବ ସେସନରେ ୧୯୭.୬୬ ଲକ୍ଷ କୋଟି ଟଙ୍କା ରହିଥିଲା। ଚଳିତ ସପ୍ତାହର ପ୍ରଥମ ୪ ଟ୍ରେଡିଂ ଦିନରେ ସେନ୍‌ସେକ୍ସ ରେକର୍ଡ ଉଚ୍ଚ ସ୍ତରରେ ରହିଥିଲା। ମାତ୍ର ପ୍ରଫିଟ ବୁକିଂ ଏବଂ ବିଶ୍ୱ ବଜାରର ଧୀମା ରେସ୍‌ପନ୍ସ ଯୋଗୁ ଭାରତୀୟ ଶେୟାର ବଜାର ପ୍ରଭାବିତ ହୋଇଛି।
ଶୁକ୍ରବାର ସେନ୍‌ସେକ୍ସ ୫୪୯ ପଏଣ୍ଟ(୧.୧୧%) ଖସି ୪୯,୦୩୪ ସ୍ତରରେ ରହିଛି। ସେହିଭଳି ନିଫ୍ଟିରେ ୧୬୧ ପଏଣ୍ଟ (୧.୧୧%) ହ୍ରାସ ପାଇବା ଯୋଗୁ ଏହା ୧୪,୪୩୩ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଏହା ପୂର୍ବରୁ ନିଫ୍ଟି ତୃତୀୟ ସପ୍ତାହ ଲାଗି ଏବଂ ସେନ୍‌ସେକ୍ସ ୧୧ ସପ୍ତାହ ଲାଗି ଊର୍ଦ୍ଧ୍ୱରେ ରହିଥିଲା। ସପ୍ତାହ ମଧ୍ୟରେ ସେନ୍‌ସେକ୍ସ ୨୫୨ ପଏଣ୍ଟ (୦.୫୧%) ନିଫ୍ଟି ୮୬ ପଏଣ୍ଟ (୦.୬୦%) ବଢ଼ିଥିବା ନଜରକୁ ଆସିଛି। ବିଏସ୍‌ଇରେ ଟେକ୍‌ ମହିନ୍ଦ୍ରା, ଏଚ୍‌ସିଏଲ୍‌ ଟେକ୍‌, ଓଏନ୍‌ଜିସି, ଏସିଆନ ପେଣ୍ଟସ, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ ଏବଂ ଇନ୍‌ଫୋସିସ୍‌ ଭଳି କମ୍ପାନୀର ଶେୟାର ଶୁକ୍ରବାର ପ୍ରାୟ ୩.୯୨% ନିମ୍ନରେ ରହିଛି। ସେହିଭଳି ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ନିଫ୍ଟି ଆଇଟି ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶେୟାର କାରବାର ୨.୨୪% ଖସିଛି।
ବ୍ୟାଙ୍କିଙ୍ଗ୍‌,ଆଇଟି ଏବଂ ଅଟୋମୋବାଇଲ ଷ୍ଟକ୍‌ କାରବାର ଚାପରେ ରହିଛି। ଆଗାମୀ ଦିନରେ ବଜାରରେ ସୁଧାର ଧାରା ଆସିପାରେ ବୋଲି ନିବେଶକ ଆଶା ରଖିଛନ୍ତି। ଭାରତୀୟ ଶେୟାର ବଜାରରେ ବିଦେଶୀ ନିବେଶକମାନେ ନେଟ୍‌ କ୍ରେତା ରହିଛନ୍ତି। ଗୁରୁବାର ଏହି ନିବେଶକମାନେ ୧୦୭୬ କୋଟି ଟଙ୍କା ଶେୟାର କ୍ରୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri