ନିବେଶକଙ୍କ କ୍ଷତି ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ( ଏନ୍‌ଏସ୍‌ଇ)ରେ କାରବାର ପ୍ରଭାବିତ ହୋଇଛି। ଗତ ୪ ସପ୍ତାହ ମଧ୍ୟରେ ପ୍ରଥମ ଥର ଲାଗି ସେନ୍‌ସେକ୍ସ ଏବଂ ନିଫ୍ଟି କାରବାରରେ ବଡ଼ ହ୍ରାସ ହୋଇଛି। ଫଳରେ ନିବେଶକ ୨.୩୩ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜାର ପୁଞ୍ଜିକରଣ ୧୯୫.୪୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଏହା ପୂର୍ବ ସେସନରେ ୧୯୭.୬୬ ଲକ୍ଷ କୋଟି ଟଙ୍କା ରହିଥିଲା। ଚଳିତ ସପ୍ତାହର ପ୍ରଥମ ୪ ଟ୍ରେଡିଂ ଦିନରେ ସେନ୍‌ସେକ୍ସ ରେକର୍ଡ ଉଚ୍ଚ ସ୍ତରରେ ରହିଥିଲା। ମାତ୍ର ପ୍ରଫିଟ ବୁକିଂ ଏବଂ ବିଶ୍ୱ ବଜାରର ଧୀମା ରେସ୍‌ପନ୍ସ ଯୋଗୁ ଭାରତୀୟ ଶେୟାର ବଜାର ପ୍ରଭାବିତ ହୋଇଛି।
ଶୁକ୍ରବାର ସେନ୍‌ସେକ୍ସ ୫୪୯ ପଏଣ୍ଟ(୧.୧୧%) ଖସି ୪୯,୦୩୪ ସ୍ତରରେ ରହିଛି। ସେହିଭଳି ନିଫ୍ଟିରେ ୧୬୧ ପଏଣ୍ଟ (୧.୧୧%) ହ୍ରାସ ପାଇବା ଯୋଗୁ ଏହା ୧୪,୪୩୩ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଏହା ପୂର୍ବରୁ ନିଫ୍ଟି ତୃତୀୟ ସପ୍ତାହ ଲାଗି ଏବଂ ସେନ୍‌ସେକ୍ସ ୧୧ ସପ୍ତାହ ଲାଗି ଊର୍ଦ୍ଧ୍ୱରେ ରହିଥିଲା। ସପ୍ତାହ ମଧ୍ୟରେ ସେନ୍‌ସେକ୍ସ ୨୫୨ ପଏଣ୍ଟ (୦.୫୧%) ନିଫ୍ଟି ୮୬ ପଏଣ୍ଟ (୦.୬୦%) ବଢ଼ିଥିବା ନଜରକୁ ଆସିଛି। ବିଏସ୍‌ଇରେ ଟେକ୍‌ ମହିନ୍ଦ୍ରା, ଏଚ୍‌ସିଏଲ୍‌ ଟେକ୍‌, ଓଏନ୍‌ଜିସି, ଏସିଆନ ପେଣ୍ଟସ, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ ଏବଂ ଇନ୍‌ଫୋସିସ୍‌ ଭଳି କମ୍ପାନୀର ଶେୟାର ଶୁକ୍ରବାର ପ୍ରାୟ ୩.୯୨% ନିମ୍ନରେ ରହିଛି। ସେହିଭଳି ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ନିଫ୍ଟି ଆଇଟି ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶେୟାର କାରବାର ୨.୨୪% ଖସିଛି।
ବ୍ୟାଙ୍କିଙ୍ଗ୍‌,ଆଇଟି ଏବଂ ଅଟୋମୋବାଇଲ ଷ୍ଟକ୍‌ କାରବାର ଚାପରେ ରହିଛି। ଆଗାମୀ ଦିନରେ ବଜାରରେ ସୁଧାର ଧାରା ଆସିପାରେ ବୋଲି ନିବେଶକ ଆଶା ରଖିଛନ୍ତି। ଭାରତୀୟ ଶେୟାର ବଜାରରେ ବିଦେଶୀ ନିବେଶକମାନେ ନେଟ୍‌ କ୍ରେତା ରହିଛନ୍ତି। ଗୁରୁବାର ଏହି ନିବେଶକମାନେ ୧୦୭୬ କୋଟି ଟଙ୍କା ଶେୟାର କ୍ରୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri