ନିବେଶକଙ୍କ ସମ୍ପତ୍ତି ୩.୪୧ ଲକ୍ଷ କୋଟି ବଢ଼ିଲା

ମୁମ୍ବାଇ: ମଙ୍ଗଳବାର ଭାରତୀୟ ପୁଞ୍ଜିବଜାରରେ କାରବାର ବେଶ୍‌ ଉତ୍ସାହଜନକ ରହିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୮୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ବଢିଥିବା ନଜରକୁ ଆସିଛି। ଫଳରେ ନିବେଶକଙ୍କ ସମ୍ପତ୍ତି ୩.୪୧ ଲକ୍ଷ କୋଟି ଟଙ୍କା ବଢ଼ିଛି। ରିୟଲ ଇଷ୍ଟେଟ, ମେଟାଲ ଏବଂ ଫାଇନାନ୍ସିଆଲ ଷ୍ଟକ୍‌ କାରବାର ଉନ୍ନତ ହେବାରୁ ପୁଞ୍ଜିବଜାରର ସ୍ଥିତି ବେଶ୍‌ ଭଲ ରହିଥିବା ଜଣାପଡିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୩୪ ପଏଣ୍ଟ (୧.୭୨%) ବଢ଼ିବା ଯୋଗୁ ଏହା ୪୯,୩୯୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟି ୨୪୦ ପଏଣ୍ଟ(୧.୬୮%) ଊର୍ଦ୍ଧ୍ୱରେ ରହିବା ଯୋଗୁ ରେକର୍ଡ ସ୍ତର ୧୪,୫୨୧ ପଏଣ୍ଟ ଛୁଇଁଛି।
ସେନ୍‌ସେକ୍ସରେ ଭଲ କାରବାର କରିଥିବା କମ୍ପାନୀଗୁଡିକ ମଧ୍ୟରେ ବଜାଜ ଫିନ୍‌ସର୍ଭ, ବଜାଜ ଫାଇନାନ୍ସ, ସନ୍‌ଫାର୍ମା, ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏଲ୍‌ଆଣ୍ଡଟି ରହିଛି। ଏହି କମ୍ପାନୀଗୁଡିକର ଶେୟାର ୬.୭୭% ବଢିଛି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ନିଫ୍ଟି ରିୟଲିଟି, ମେଟାଲ ଏବଂ ପିଏସ୍‌ୟୁ ବ୍ୟାଙ୍କ କାରବାର ପ୍ରାୟ ୪.୧୯% ବଢ଼ିଛି। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ବିଶ୍ୱ ବଜାରକୁ ନଜରରେ ରଖି ନିବେଶକ ନିବେଶ ବଢ଼ାଇବାରୁ ବଜାରରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ଶେୟାର ବଜାର ବିଶେଷଜ୍ଞ କହିଛନ୍ତି। ବାଇଡେନ କେତେକ ଭଲ ପଦକ୍ଷେପ ଘୋଷଣା କରିବେ ବୋଲି ନିବେଶକ ଆଶାବାଦୀ ରହିଛନ୍ତି। ଆମେରିକା ପୁଣି ଥରେ ଏକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିପାରେ ବୋଲି କୁହାଯାଉଛି। ସୋମବାର ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ପୁଞ୍ଜିବଜାରରେ ୫୬୦ କୋଟି ଟଙ୍କା ନିବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri