୭.୭ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ମୁମ୍ବାଇ,୨୬।୨: ସାରା ବିଶ୍ୱରେ କୋଭିଡ୍‌ ମହାମାରୀର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ସହ ଅର୍ଥନୀତିରେ ମଧ୍ୟ ସୁଧାର ଆସୁଥିଲା। ଏଭଳି ସ୍ଥିତିରେ ଉଭୟ ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଏହାର ପ୍ରଭାବ ପୁଣି ଥରେ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବା ଆଶଙ୍କା ରହୁଛି। କ୍ରମାଗତ ୭ ଦିନ ହେବ ସାରା ବିଶ୍ୱର ଶେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ ସହ ବଜାର କାରବାର ମଧ୍ୟ ଆଶା ଓ ଆଶଙ୍କା ମଧ୍ୟରେ ରହିଥିଲା। ଅପରପକ୍ଷରେ ଯୁଦ୍ଧର ପ୍ରଭାବ ଭାରତୀୟ ଶେୟାର ବଜାରରେ ପଡ଼ିଥିବା ମଧ୍ୟ ଆକଳନ କରାଯାଉଛି। ଶୁକ୍ରବାର ଭାରତୀୟ ନିବେଶକମାନେ ଶେୟାର ହ୍ରାସର ଶିକାର ହୋଇଛନ୍ତି। ଏହା ଫଳରେ ନିବେଶକମାନେ ୭.୭ ଲକ୍ଷ କୋଟି ଟଙ୍କା ଯୋଡ଼ିଥିବା ସୂଚନା ମିଳିଛି। ଫଳରେ ୭ ଦିନର କାରବାର ପରେ ୮ମ ଦିନରେ ଦଲାଲ ଷ୍ଟ୍ରିଟ୍‌ରେ କିଛି ପରିମାଣରେ ଉତ୍ସାହ ଦେଖାଦେଇଛି। ଶୁକ୍ରବାର ବେଞ୍ଚମାର୍କ ସୂଚକାଙ୍କ ସେନ୍‌ସେକ୍ସ ଏବଂ ନିଫ୍ଟି ୨.୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଶେୟାର ବଜାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୩୨୯ ପଏଣ୍ଟ ବୃଦ୍ଧି ଘଟି ୫୫,୮୫୯ ଅଙ୍କରେ କାରବାର ଶେଷ କରିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟ ୫୦ରେ ୪୧୦ ପଏଣ୍ଟ ବଢ଼ି ୧୬,୬୫୮ ଅଙ୍କରେ ରହିଛି। ଫଳରେ ବିଏସ୍‌ଇର ସୂଚନା ଅନୁସାରେ ସେନ୍‌ସେକ୍ସ ୧୩୨୮.୬୧ ପଏଣ୍ଟ (୪.୭୨%) ବୃଦ୍ଧି ଘଟି ୫୫,୮୫୮.୫୨ରେ କାରବାର ଶେଷ କରିଥିବା ବେଳେ ନିଫ୍ଟିରେ ମଧ୍ୟ ୪୧୦.୪୫ ପଏଣ୍ଟ (୪.୭୮%) ବଢ଼ି ୧୬,୬୫୮.୪୦ ଅଙ୍କରେ ରହିଥିବା ସୂଚନା ମିଳିଛି। ଇକ୍ୱିଟିରେ ଦୃଢ ଼ଲାଭରେ ସାହାଯ୍ୟକରି ବିଏସ୍‌ଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୭,୭୨,୮୭୩.୬ କୋଟି ଟଙ୍କା ବୃଦ୍ଧି ପାଇ ୨,୪୯,୯୭,୦୫୩.୩୯ କୋଟିରେ ପହଞ୍ଚିଛି। ନିବେଶକଙ୍କ ଧନ ସମ୍ପଦର ସୂଚକ ବଜାର ପୁଞ୍ଜୀକରଣ ଗୁରୁବାର ୨,୪୨,୨୪,୧୭୯.୭୯ କୋଟିରେ ପହଞ୍ଚିଛି। ଏହାର ସମସ୍ତ ସେକ୍ଟରାଲ ଇଣ୍ଡେକ୍ସ ଶୁକ୍ରବାର ବାଉନ୍ସ ହୋଇଛି। ଏଥିରେ ରିଅଲିଟି, ପାୱାର, ୟୁଟିଲିଟି, ମୌଳିକ ସାମଗ୍ରୀ ଏବଂ ଶିଳ୍ପସଂସ୍ଥାର ୫.୬୮% ବୃଦ୍ଧି ପାଇଛି। ସେହିଭଳି କ୍ଷୁଦ୍ର କ୍ୟାପ୍‌, ମିଡ୍‌କ୍ୟାପ୍‌ ଏବଂ ଲାର୍ଜକ୍ୟାପ୍‌ ଇଣ୍ଡେକ୍ସଗୁଡ଼ିକ ମଧ୍ୟ ୪.୧୭% ପର୍ଯ୍ୟନ୍ତ ବୃଦ୍ଧି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri