୭.୭ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ମୁମ୍ବାଇ,୨୬।୨: ସାରା ବିଶ୍ୱରେ କୋଭିଡ୍‌ ମହାମାରୀର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ସହ ଅର୍ଥନୀତିରେ ମଧ୍ୟ ସୁଧାର ଆସୁଥିଲା। ଏଭଳି ସ୍ଥିତିରେ ଉଭୟ ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଏହାର ପ୍ରଭାବ ପୁଣି ଥରେ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବା ଆଶଙ୍କା ରହୁଛି। କ୍ରମାଗତ ୭ ଦିନ ହେବ ସାରା ବିଶ୍ୱର ଶେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ ସହ ବଜାର କାରବାର ମଧ୍ୟ ଆଶା ଓ ଆଶଙ୍କା ମଧ୍ୟରେ ରହିଥିଲା। ଅପରପକ୍ଷରେ ଯୁଦ୍ଧର ପ୍ରଭାବ ଭାରତୀୟ ଶେୟାର ବଜାରରେ ପଡ଼ିଥିବା ମଧ୍ୟ ଆକଳନ କରାଯାଉଛି। ଶୁକ୍ରବାର ଭାରତୀୟ ନିବେଶକମାନେ ଶେୟାର ହ୍ରାସର ଶିକାର ହୋଇଛନ୍ତି। ଏହା ଫଳରେ ନିବେଶକମାନେ ୭.୭ ଲକ୍ଷ କୋଟି ଟଙ୍କା ଯୋଡ଼ିଥିବା ସୂଚନା ମିଳିଛି। ଫଳରେ ୭ ଦିନର କାରବାର ପରେ ୮ମ ଦିନରେ ଦଲାଲ ଷ୍ଟ୍ରିଟ୍‌ରେ କିଛି ପରିମାଣରେ ଉତ୍ସାହ ଦେଖାଦେଇଛି। ଶୁକ୍ରବାର ବେଞ୍ଚମାର୍କ ସୂଚକାଙ୍କ ସେନ୍‌ସେକ୍ସ ଏବଂ ନିଫ୍ଟି ୨.୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଶେୟାର ବଜାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୩୨୯ ପଏଣ୍ଟ ବୃଦ୍ଧି ଘଟି ୫୫,୮୫୯ ଅଙ୍କରେ କାରବାର ଶେଷ କରିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟ ୫୦ରେ ୪୧୦ ପଏଣ୍ଟ ବଢ଼ି ୧୬,୬୫୮ ଅଙ୍କରେ ରହିଛି। ଫଳରେ ବିଏସ୍‌ଇର ସୂଚନା ଅନୁସାରେ ସେନ୍‌ସେକ୍ସ ୧୩୨୮.୬୧ ପଏଣ୍ଟ (୪.୭୨%) ବୃଦ୍ଧି ଘଟି ୫୫,୮୫୮.୫୨ରେ କାରବାର ଶେଷ କରିଥିବା ବେଳେ ନିଫ୍ଟିରେ ମଧ୍ୟ ୪୧୦.୪୫ ପଏଣ୍ଟ (୪.୭୮%) ବଢ଼ି ୧୬,୬୫୮.୪୦ ଅଙ୍କରେ ରହିଥିବା ସୂଚନା ମିଳିଛି। ଇକ୍ୱିଟିରେ ଦୃଢ ଼ଲାଭରେ ସାହାଯ୍ୟକରି ବିଏସ୍‌ଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୭,୭୨,୮୭୩.୬ କୋଟି ଟଙ୍କା ବୃଦ୍ଧି ପାଇ ୨,୪୯,୯୭,୦୫୩.୩୯ କୋଟିରେ ପହଞ୍ଚିଛି। ନିବେଶକଙ୍କ ଧନ ସମ୍ପଦର ସୂଚକ ବଜାର ପୁଞ୍ଜୀକରଣ ଗୁରୁବାର ୨,୪୨,୨୪,୧୭୯.୭୯ କୋଟିରେ ପହଞ୍ଚିଛି। ଏହାର ସମସ୍ତ ସେକ୍ଟରାଲ ଇଣ୍ଡେକ୍ସ ଶୁକ୍ରବାର ବାଉନ୍ସ ହୋଇଛି। ଏଥିରେ ରିଅଲିଟି, ପାୱାର, ୟୁଟିଲିଟି, ମୌଳିକ ସାମଗ୍ରୀ ଏବଂ ଶିଳ୍ପସଂସ୍ଥାର ୫.୬୮% ବୃଦ୍ଧି ପାଇଛି। ସେହିଭଳି କ୍ଷୁଦ୍ର କ୍ୟାପ୍‌, ମିଡ୍‌କ୍ୟାପ୍‌ ଏବଂ ଲାର୍ଜକ୍ୟାପ୍‌ ଇଣ୍ଡେକ୍ସଗୁଡ଼ିକ ମଧ୍ୟ ୪.୧୭% ପର୍ଯ୍ୟନ୍ତ ବୃଦ୍ଧି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପାନ କରି ବିମାନରେ ଯାଇ ପାରିବେନି ପାଇଲଟ କେବିନ୍‌ କ୍ରୁ, ଡିଜିସିଏ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୪।୯ : ମଦ୍ୟପାନ କରି ବିମାନ ଉଡ଼ାଣ ରୋକିକା ଲାଗି ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)...

ଡକାର ର଼୍ୟାଲି ପାଇଁ ହିରୋର ପ୍ରସ୍ତୁତି

ନୂଆଦିଲ୍ଲୀ,୨୯-୧୧: ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଡକାର ର଼୍ୟାଲି ପାଇଁ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ମୋଟୋସ୍ପୋର୍ଟସ ଟିମ୍‌...

ନାଲ୍‌କୋ ନିବେଶ କରିବ ୩୦ ହଜାର କୋଟି

  ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ) ୨୦୨୭-୨୮ ଆର୍ଥତ୍କ ବର୍ଷ ସୁଦ୍ଧା ସମ୍ପ୍ରସାରଣ ଯୋଜନା ଅଧୀନରେ ପ୍ରାୟ ୩୦ ହଜାର କୋଟି...

ଭାରତରେ ରିଟେଲ ଷ୍ଟୋର୍‌ ଖୋଲିବ ଆପଲ୍‌

ନୂଆଦିଲ୍ଲୀ,୩୦-୮: ମହଙ୍ଗା ଫୋନ ଏବଂ ସଫ୍ଟଓ୍ବେର ତିଆରି କରୁଥିବା ଆମେରିକା କମ୍ପାନୀ ଆପଲ୍‌ ଭାରତରେ ଏହାର ରିଟେଲ ଷ୍ଟୋର୍‌ ଖୋଲିବାକୁ ନେଇ ଉତ୍ସୁକ ବୋଲି କହିଛି।...

ତାଜମହଲ ଦେଖିବାକୁ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ…

ଆଗ୍ରା, ୨୯।୯ : ୨୦୨୧-୨୨ ମସିହାରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହି ସୂଚନା...

୯୫,୩୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨-୧୧: ଉନ୍ନତ ପାର୍ବଣ ଚାହିଦା ସତ୍ତ୍ୱେ ଚଳିତ ବର୍ଷ ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ନିମ୍ନରେ ରହିଛି।...

ଅଶୋଧିତ ତୈଳ ଦର ୨୮ବର୍ଷରେ ସର୍ବବୃହତ ବୃଦ୍ଧି;୭ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୧୭-୯: ବିଶ୍ୱର ସର୍ବବୃହତ ତୈଳ ଉତ୍ପାଦକ କମ୍ପାନୀ ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ତୈଳ ବଜାରରେ ତେଲ ଦରରେ ନିଆଁ ଲାଗିଛି। ସୋମବାର...

ଶ୍ରମ କୋଡ୍‌ ବିଲ୍‌କୁ ବିରୋଧ:୨୬ ନଭେମ୍ବରରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ

ନୂଆଦିଲ୍ଲୀ : ଶ୍ରମ କୋଡ୍‌ ବିଲ୍‌କୁ ନିକଟରେ ସଂସଦର ଅନୁମୋଦନ ମିଳିଛି। ଏହାକୁ ବିରୋଧକରି ଦେଶର ଶ୍ରମ ସଙ୍ଗଠନଗୁଡ଼ିକ ନଭେମ୍ବର ୨୬ରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ...

Advertisement
Archives

Model This Week