ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା): ଭାରତ ସାମୁଦ୍ରିକ ସପ୍ତାହ-୨୦୨୫(ଆଇଏମ୍‌ଡବ୍ଲ୍ୟୁ) ପାଳନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରଠାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ରୋଡ୍‌-ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଭୁବନେଶ୍ୱରରେ ଇଣ୍ଡିଆନ ମେରିଟାଇମ୍‌ ସେକ୍ଟରର ପରିବର୍ତ୍ତନକୁ ନାଭିଗେଟ୍‌ କରିବା: ଭଲ୍ୟୁମ୍‌ରୁ ଭିଜନକୁ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଲୋକ ସଭା ସଦସ୍ୟ ବିଭୁ ପ୍ରସାଦ ତରାଇ, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ସଚିବ ଉଷା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ସ୍ବାଗତ ଭାଷଣରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନ୍ଧ କହିଲେ, ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁଥିବା ଆଇଏମ୍‌ଡବ୍ଲ୍ୟ-୨୦୨୫ରେ ୧୦୦ରୁ ଅଧିକ ଦେଶ, ୨୦୦ ଅନ୍ତର୍ଜାତୀୟ ବକ୍ତା, ୫୦୦ ପ୍ରଦର୍ଶକ ଓ ୧ ଲକ୍ଷ ପ୍ରତିନିଧି ଯୋଗଦେବେ। ଏହା ପୋର୍ଟ ମଡର୍ନାଇଜେଶନ, କ୍ଷମତା ବୃଦ୍ଧି, ଗ୍ରୀନ୍‌ ଶିପିଂ, ଶିପ୍‌ ବିଲ୍ଡିଂ, ଇନ୍ସୁରାନ୍ସ ଓ ଫାଇନାନ୍ସ, ମେରିଟାଇମ୍‌ ସୁରକ୍ଷା ଆଦି ବିଷୟରେ ଚର୍ଚ୍ଚାର ପ୍ଲାଟ୍‌ଫର୍ମ ହେବ। ମନ୍ତ୍ରଣାଳୟ ୧୦ ଲକ୍ଷ କୋଟିରୁ ଅଧିକ ଏମ୍‌ଓୟୁ ସାଇନ୍‌ କରିବ। ସେଥିମଧ୍ୟରୁ ଓଡ଼ିଶାର ପାରାଦୀପ ପୋର୍ଟ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ଆକର୍ଷଣ କରିବ ବୋଲି ଆଶା କରାଯାଉଛି। ସେ ଗୁଜରାଟର ଭାବନଗରରେ ପ୍ରଧାନମନ୍ତ୍ରୀଙ୍କ ଇଭେଣ୍ଟରେ ଓଡ଼ିଶା ସରକାରଙ୍କ ସହ ସ୍ବାକ୍ଷରିତ ହୋଇଥିବା ମେଜର୍‌ ପୋର୍ଟ(୨୧,୫୦୦ କୋଟି), ମହାନଦୀ ମାଉଥ୍‌ରେ ଶିପ୍‌ବିଲ୍ଡିଂ ହବ୍‌(୨୪,୭୦୦ କୋଟି) ଓ ପୁରୀରେ କ୍ରୁଜ୍‌ ଟର୍ମିନାଲ ଉପରେ ଏମ୍‌ଓୟୁକୁ ଉଲ୍ଲେଖ କରି ‘ୱାନ୍‌ ନେଶନ ୱାନ୍‌ ପୋର୍ଟ’ ପ୍ରୋସେସ୍‌ ଡକ୍ୟୁମେଣ୍ଟ ଆଦି ସମ୍ପର୍କରେ କହିଥିଲେ। ସେହିପରି ଉଷା ପାଢ଼ୀ କହିଲେ, ବର୍ତ୍ତମାନର ୮୦ ଏମ୍‌ଟିପିଏ ପୋର୍ଟ କ୍ଷମତାକୁ ୨୦୪୭ ସୁଦ୍ଧା ୫୦୦ ଏମ୍‌ଟିପିଏ କରିବା ପାଇଁ ଆଧୁନିକୀକରଣ, ନୂଆ ଭିତ୍ତିଭୂମି ଓ ଓଡ଼ିଶା ମେରିଟାଇମ୍‌ ବୋର୍ଡ ପ୍ରସ୍ତାବିତ ରହିଛି। ସେ ମେରିଟାଇମ୍‌ ସେକ୍ଟରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ହେମନ୍ତ ଶର୍ମା ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍‌ ଓ ମେରିଟାଇମ୍‌ ସେକ୍ଟର ପରସ୍ପରର ଅଭିବୃଦ୍ଧିରେ ସହାୟକ ହେଉଥିବା କହିଥିଲେ। ଓଡ଼ିଶାର ୮-୯% ଆର୍ଥିକ ବୃଦ୍ଧି ରାଷ୍ଟ୍ରୀୟ ହାରକୁ ଅତିକ୍ରମ କରୁଥିବା ସେ କହିଥିଲେ। ଏମ୍‌ପି ଡ. ତରାଇ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ସଂଯୁକ୍ତ ଉଦ୍ୟମକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ସ୍ବାଇଁ ଓଡ଼ିଶାକୁ ଭାରତର ପୂର୍ବମୁଖୀ ମେରିଟାଇମ୍‌ ଗେଟ୍‌ୱେ, ପୂର୍ବୋଦୟ ଓ ସଷ୍ଟେନେବଲ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍‌ର ଡ୍ରାଇଭର୍‌ ଭାବେ ପ୍ରସ୍ତୁତ ବୋଲି କହିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ଡେପୁଟି ଚେୟାରମ୍ୟାନ (ଇନ୍‌ଚାର୍ଜ) ଏ.କେ. ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?