ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା): ଭାରତ ସାମୁଦ୍ରିକ ସପ୍ତାହ-୨୦୨୫(ଆଇଏମ୍‌ଡବ୍ଲ୍ୟୁ) ପାଳନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରଠାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ରୋଡ୍‌-ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଭୁବନେଶ୍ୱରରେ ଇଣ୍ଡିଆନ ମେରିଟାଇମ୍‌ ସେକ୍ଟରର ପରିବର୍ତ୍ତନକୁ ନାଭିଗେଟ୍‌ କରିବା: ଭଲ୍ୟୁମ୍‌ରୁ ଭିଜନକୁ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଲୋକ ସଭା ସଦସ୍ୟ ବିଭୁ ପ୍ରସାଦ ତରାଇ, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ସଚିବ ଉଷା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ସ୍ବାଗତ ଭାଷଣରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନ୍ଧ କହିଲେ, ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁଥିବା ଆଇଏମ୍‌ଡବ୍ଲ୍ୟ-୨୦୨୫ରେ ୧୦୦ରୁ ଅଧିକ ଦେଶ, ୨୦୦ ଅନ୍ତର୍ଜାତୀୟ ବକ୍ତା, ୫୦୦ ପ୍ରଦର୍ଶକ ଓ ୧ ଲକ୍ଷ ପ୍ରତିନିଧି ଯୋଗଦେବେ। ଏହା ପୋର୍ଟ ମଡର୍ନାଇଜେଶନ, କ୍ଷମତା ବୃଦ୍ଧି, ଗ୍ରୀନ୍‌ ଶିପିଂ, ଶିପ୍‌ ବିଲ୍ଡିଂ, ଇନ୍ସୁରାନ୍ସ ଓ ଫାଇନାନ୍ସ, ମେରିଟାଇମ୍‌ ସୁରକ୍ଷା ଆଦି ବିଷୟରେ ଚର୍ଚ୍ଚାର ପ୍ଲାଟ୍‌ଫର୍ମ ହେବ। ମନ୍ତ୍ରଣାଳୟ ୧୦ ଲକ୍ଷ କୋଟିରୁ ଅଧିକ ଏମ୍‌ଓୟୁ ସାଇନ୍‌ କରିବ। ସେଥିମଧ୍ୟରୁ ଓଡ଼ିଶାର ପାରାଦୀପ ପୋର୍ଟ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ଆକର୍ଷଣ କରିବ ବୋଲି ଆଶା କରାଯାଉଛି। ସେ ଗୁଜରାଟର ଭାବନଗରରେ ପ୍ରଧାନମନ୍ତ୍ରୀଙ୍କ ଇଭେଣ୍ଟରେ ଓଡ଼ିଶା ସରକାରଙ୍କ ସହ ସ୍ବାକ୍ଷରିତ ହୋଇଥିବା ମେଜର୍‌ ପୋର୍ଟ(୨୧,୫୦୦ କୋଟି), ମହାନଦୀ ମାଉଥ୍‌ରେ ଶିପ୍‌ବିଲ୍ଡିଂ ହବ୍‌(୨୪,୭୦୦ କୋଟି) ଓ ପୁରୀରେ କ୍ରୁଜ୍‌ ଟର୍ମିନାଲ ଉପରେ ଏମ୍‌ଓୟୁକୁ ଉଲ୍ଲେଖ କରି ‘ୱାନ୍‌ ନେଶନ ୱାନ୍‌ ପୋର୍ଟ’ ପ୍ରୋସେସ୍‌ ଡକ୍ୟୁମେଣ୍ଟ ଆଦି ସମ୍ପର୍କରେ କହିଥିଲେ। ସେହିପରି ଉଷା ପାଢ଼ୀ କହିଲେ, ବର୍ତ୍ତମାନର ୮୦ ଏମ୍‌ଟିପିଏ ପୋର୍ଟ କ୍ଷମତାକୁ ୨୦୪୭ ସୁଦ୍ଧା ୫୦୦ ଏମ୍‌ଟିପିଏ କରିବା ପାଇଁ ଆଧୁନିକୀକରଣ, ନୂଆ ଭିତ୍ତିଭୂମି ଓ ଓଡ଼ିଶା ମେରିଟାଇମ୍‌ ବୋର୍ଡ ପ୍ରସ୍ତାବିତ ରହିଛି। ସେ ମେରିଟାଇମ୍‌ ସେକ୍ଟରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ହେମନ୍ତ ଶର୍ମା ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍‌ ଓ ମେରିଟାଇମ୍‌ ସେକ୍ଟର ପରସ୍ପରର ଅଭିବୃଦ୍ଧିରେ ସହାୟକ ହେଉଥିବା କହିଥିଲେ। ଓଡ଼ିଶାର ୮-୯% ଆର୍ଥିକ ବୃଦ୍ଧି ରାଷ୍ଟ୍ରୀୟ ହାରକୁ ଅତିକ୍ରମ କରୁଥିବା ସେ କହିଥିଲେ। ଏମ୍‌ପି ଡ. ତରାଇ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ସଂଯୁକ୍ତ ଉଦ୍ୟମକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ସ୍ବାଇଁ ଓଡ଼ିଶାକୁ ଭାରତର ପୂର୍ବମୁଖୀ ମେରିଟାଇମ୍‌ ଗେଟ୍‌ୱେ, ପୂର୍ବୋଦୟ ଓ ସଷ୍ଟେନେବଲ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍‌ର ଡ୍ରାଇଭର୍‌ ଭାବେ ପ୍ରସ୍ତୁତ ବୋଲି କହିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ଡେପୁଟି ଚେୟାରମ୍ୟାନ (ଇନ୍‌ଚାର୍ଜ) ଏ.କେ. ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri