୩୦ହଜାର କୋଟିର ନିବେଶ, ୪୮ହଜାର ନିଯୁକ୍ତି ଆଶା, ୧୧ ଚୁକ୍ତି ଚୂଡ଼ାନ୍ତ

ଭୁବନେଶ୍ୱର,୮।୪(ଅନୁରାଧା ମହାରଣା): ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ସୋମବାର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ୧୪ କମ୍ପାନୀ ସହ ୩ହଜାର କୋଟିର ନିବେଶ ଓ ୨୧ହଜାର ୩୯୦ ନିଯୁକ୍ତି ସୃଷ୍ଟି ପାଇଁ ଆଲୋଚନା କରିଛନ୍ତି। ଏଥିସହ ଅତିରିକ୍ତ ୨୭,୫୯୫ କୋଟି ଟଙ୍କାର ୧୧ଟି ଚୁକ୍ତି ସ୍ବାକ୍ଷର ପାଇଁ ଚୂଡ଼ାନ୍ତ ହୋଇଥିବାବେଳେ ୨୭ହଜାର ନିଯୁକ୍ତି ପାଇଁ ବାଟ ଫିଟିଛି। ତେଣୁ ମୋଟ ୩୦ ହଜାର ୫୯୫ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୪୮,୩୯୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କୁ ଟିମ୍‌ ଓଡ଼ିଶା ପକ୍ଷରୁ ତାଜ୍‌ ପ୍ୟାଲେସଠାରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ନଏଡାସ୍ଥିତ ଏଚ୍‌ସିଏଲ୍‌ ଟେକ୍‌ କ୍ୟାମ୍ପସ୍‌ ପରିଦର୍ଶନ କରିଥିଲେ। ଓଡ଼ିଶାରେ ଆଇଟି ଶିଳ୍ପ କ୍ଷେତ୍ରରେ ନିବେଶ ଉପରେ ଏଚ୍‌ସିଏଲ୍‌ର ଚେୟାର ପର୍ସନ ରୋଶନୀ ନାଦାର ମାଲ୍‌ହୋତ୍ରାଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ ଏଚ୍‌ସିଏଲ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂସ୍କୃତି ଓ ବୈଷୟିକ ଜ୍ଞାନକୌଶଳର ସମ୍ମିଶ୍ରଣରେ ପ୍ରଦର୍ଶିତ କିରନ ନାଦାର ମ୍ୟୁଜିୟମ୍‌ ଅଫ୍‌ ଆର୍ଟକୁ ପରିଦର୍ଶନ କରିଥିଲେ। ପରେ ସେ ତାଜ୍‌ ପ୍ୟାଲେସ୍‌ଠାରେ ଦେଶର ବହୁ ଶିଳ୍ପ ନେତୃତ୍ୱଙ୍କ ସହ ଓ୍ବାନ୍‌ ଅନ୍‌ ଓ୍ବାନ୍‌ ଆଲୋଚନା କରିଥିଲେ। ବିଭିନ୍ନ ଷ୍ଟେକ୍‌ ହୋଲ୍ଡର୍‌ ଓ ଶିଳ୍ପପତିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ନିବେଶ ଅନୁକୂଳ କରିବା ଦିଗରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

କ୍ଲାରେନେକ୍ସ କେମିକାଲ୍‌ସର ପରିଚାଳନା ନିର୍ଦ୍ଦେଶକ ମନୀଷ କିରିଙ୍କ ସହ ପାରାଦୀପରେ ସ୍ବତନ୍ତ୍ର କେମିକାଲ ୟୁନିଟ୍‌ ସ୍ଥାପନ ନେଇ ଆଲୋଚନା କରିଥିଲେ। ଗୋକଲଦାସ ଏକ୍ସପର୍ଟସ୍‌ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହଙ୍କ ସହ ଓଡ଼ିଶାରେ ବସ୍ତ୍ର ଉପତ୍ାଦନ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏସ୍‌ଏଲ୍‌ଏମ୍‌ଜି ବେଭେରେଜ୍‌ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପାରିତୋଷ ଲଧାନୀ ରାଜ୍ୟରେ ବେଭେରେଜ ମାନୁଫାକ୍ଚରିଂ ୟୁନିଟ୍‌ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ରୁଚି ସୋୟାଫୁଡ୍‌ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଆସ୍ଥାନା ମଧ୍ୟ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଓ ଅନ୍ୟାନ୍ୟ ୟୁନିଟ୍‌ ସ୍ଥାପନ କରିବାକୁ ସ୍ଥିର କରିଛନ୍ତି। ରାଜ୍ୟରେ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍‌ ସିଷ୍ଟମ୍‌ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସେମ୍‌କଏନ୍‌ଫ୍ରାଟେକ୍‌ର ପରିଚାଳନା ନିର୍ଦ୍ଦେଶକ ନୀରଜ କୁମାର ସିଂଘଲଙ୍କ ସହ ଆଲୋଚନା ହୋଇଛି। ସେହିପରି ପାଣିଜାହାଜ ନିର୍ମାଣ ଓ ମରାମତି ସୁବିଧା ଓଡ଼ିଶାରେ ଉପଲବ୍ଧ କରାଇବା ପାଇଁ ଚୌଗୁଲେ ଗ୍ରୁପ୍‌ର ଚେୟାରମ୍ୟାନ ବିଜୟ ଭି ଚୌଗୁଲେଙ୍କ ସହ ସାକ୍ଷାତ ପରେ ସୂଚନା ମିଳିଛି। ସେହିପରି ରାଜ୍ୟରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ କରିଥିବା ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ହିମାଦ୍ରୀ ସ୍ପେଶାଲିଟି, ଆଇଆର୍‌ଇଏଲ, ଆଇନକ୍ସ ଜିଏଫ୍‌ଏଲ ଗ୍ରୁପ୍‌, ଅଫ୍‌ ବିଜ୍‌ନେସ୍‌, କ୍ୱାଣ୍ଟ୍‌ ସୋଲାର ଆଦି ରହିଛି।

ମଙ୍ଗଳବାର ଦ୍ୱିତୀୟ ଦିନରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌), ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି, ଇଣ୍ଡିଆନ୍‌ ଷ୍ଟ୍ରାଟେଜିକ୍‌ ପେଟ୍ରୋକେମିକାଲ ରିଜର୍ଭସ୍‌ ଲିମିଟେଡ୍‌ ଓ ଅନ୍ୟାନ୍ୟ କମ୍ପାନୀ ସହ ନିବେଶ ସଂକ୍ରାନ୍ତ ଆଲୋଚନା କରାଯିବ। ଆଇଓସିଏଲ୍‌ ସହ ଚୁକ୍ତି ପାରାଦୀପରେ ଡୁଆଲ୍‌ ଫିଡ୍‌ ନାପଥା କ୍ରାକର ଏବଂ ଡାଉନ୍‌ଷ୍ଟ୍ରମିମ୍‌ ୟୁନିଟ୍‌ ସ୍ଥାପନ ପୂର୍ବକ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ। ପୂର୍ବୋଦୟ ଯୋଜନା ଅଧୀନରେ ପୂର୍ବଭାରତ ବିଶେଷକରି ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନାକୁ ନୂଆରୂପ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହାୟକ ହେବ ବୋଲି କୁହାଯାଉଛି। ଏଥିସହ ରାଜ୍ୟରେ କେମିକାଲ, ପେଟ୍ରୋକେମିକାଲ ଓ ଖାଦ୍ୟ ଶିଳ୍ପ ସୁଦୃଢ଼ୀକରଣ ଆଶା ଉଜ୍ଜୀବିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିବାବେଳେ ଏପ୍ରିଲ ୯ରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri