ସାର୍ବଜନୀନ ହେଲାନି ତଦନ୍ତ ରିପୋର୍ଟ

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ବନଖଣ୍ଡରେ ଅସୁରକ୍ଷିତ ଗଜରାଜ। ଚନ୍ଦକା ଅଞ୍ଚଳରୁ ଖସି ଆସିଥିବା ଏକ ହାତୀପଲ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ରହୁଛନ୍ତି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗ୍ରାମରେ ପ୍ରବେଶ କରି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। କୌଣସି ସ୍ଥାନରେ ହାତୀ ଉପଦ୍ରବ କିମ୍ବା ହାତୀ ଅସୁସ୍ଥ ହେଲେ ବନ ବିଭାଗର ଚେତା ପଶିଥାଏ। ବାରମ୍ବାର ହାତୀ ଓ ମଣିଷ ଲଢ଼େଇ ଜାରି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ୨୦୨୧ ଡିସେମ୍ବର ୨୫ ରାତିରେ ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଭୂଷଣ୍ଡପୁର ନିକଟ ରେଳ ଲାଇନ ଦେଇ ଏକ ହାତୀପଲ ଅତିକ୍ରମ କରୁଥିଲେ। ଏହି ସମୟରେ ଆସୁଥିବା ମାଲବାହୀ ଟ୍ରେନ ଧକ୍କାରେ ଦୁଇଟି ହାତୀ ଗୁରୁତର ଆହତ ହୋଇଥିଲେ। ଏହା ପରଦିନ ଉଭୟ ହାତୀଙ୍କ ମୃତଦେହ ରେଳ ଲାଇନ ନିକଟ ରାସ୍ତାକଡ଼ରୁ ବନ ବିଭାଗ ଜବତ କରିଥିଲା। ତେବେ ଟ୍ରେନ୍‌ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ପରେ ବନ ବିଭାଗ ଏବଂ ପୂର୍ବତଟ ରେଲଓ୍ବେ ଆରୋପ ପ୍ରତ୍ୟାରୋପରେ ନିଜ ଉପରୁ ଦୋଷ ଖସାଇଦେଲେ। ଏନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପିସିସିଏଫ୍‌ ଏବଂ ରେଳ ବିଭାଗ ସହ ଏକ ବୈଠକ ବସିଥିଲା। ୨ଜଣ ଏସିଏଫ୍‌ ଏବଂ ରେଳ ବିଭାଗର କେତେଜଣ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ପୂର୍ବତଟ ରେଲଓ୍ବେ ଏବଂ ଜଙ୍ଗଲ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା, ତାହାର ତଦନ୍ତ କରିଥିଲେ। ତେବେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନ କରାଯାଇ ଚାପିଦେଲେ। ଅନ୍ୟପଟେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ରେଳଲାଇନରେ ସୌରଚାଳିତ ଝଟକା (ଇଲେକ୍ଟ୍ରି ସୌର କରେଣ୍ଟ), ରାଡାର ସ୍ଥାପନ ସହ ଆଗୁଆ ସୂଚନା, ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଘଟଣାକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଉଭୟ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କାର୍ଯ୍ୟକାରୀ ହେଲା ନାହିଁ। ତୁରନ୍ତ ଏଥିପ୍ରତି ଉଭୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

 

ଜଙ୍ଗଲ ରାସ୍ତାରେ ହାତୀ ଚଳପ୍ରଚଳ କରିବା ସ୍ବାଭାବିକ କଥା। ଯେପରି ହାତୀଙ୍କ ଚଳପ୍ରଚଳରେ କୌଣସି ବାଧା ନ ଉପୁଜିବ, ସେଥିପାଇଁ ଟ୍ରେନ୍‌ ଲାଇନ ଯାଇଥିବା ଅଞ୍ଚଳରେ ଅଣ୍ଡରପାସ କିମ୍ବା ଫ୍ଲାଏଓଭର ନିର୍ମାଣ କରାଯାଉ। ଅନେକ ସମୟରେ ଜଙ୍ଗଲରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁବରଣ କରୁଥିବା ନଜିର ରହିଛି। ତେଣୁ ବନ, ରେଳ ଏବଂ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ସମନ୍ବୟ ରହିବା ଆବଶ୍ୟକ। ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିବା ସହ ପରୀକ୍ଷାମୂଳକ ଭାବେ ହାଇ ଟେକ୍ନୋଲୋଜି ସେନ୍‌ସର ବ୍ୟବସ୍ଥା କରାଗଲେ ଅଘଟଣକୁ ଏଡ଼ାଯାଇପାରିବ।
– ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍‌
୨୦୧୨ ମସିହାରେ ଗଞ୍ଜାମ ଜିଲା ରମ୍ଭା ନିକଟରେ ଟ୍ରେନ୍‌ ଧକ୍କାରେ ଏକକାଳୀନ ୫ ହାତୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ବନ ବିଭାଗ ଏବଂ ରେଲଓ୍ବେ ବିଭାଗ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ କରିଥିଲେ। ଯାଞ୍ଚ କମିଟି ଗଠନ କରାଯାଇ ତଦନ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ହାତୀ-ମଣିଷ ଲଢ଼େଇରେ ଉଭୟଙ୍କ ଜୀବନ ଯାଉଛି। ବନ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି।
– ଶ୍ରୀରଞ୍ଜନ ମଙ୍ଗରାଜ, ଭାଜପା କୃଷକ ନେତା
ହାତୀଙ୍କ ମୃତ୍ୟୁ ଉପରେ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି। ଏକ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇ ଏହା ଉପରେ ଅଧିକ ତର୍ଜମା ହେବା ଆବଶ୍ୟକ। ଜଙ୍ଗଲ ଦେଇ ଯାଇଥିବା ରେଳଧାରଣାରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ବନ ଏବଂ ରେଳ ବିଭାଗର ଦାୟିତ୍ୱ। ପରସ୍ପର ମଧ୍ୟରେ ସମନ୍ବୟ ରହିବା ଜରୁରୀ।
– ଧନେଶ୍ୱର ବିଧାର, ପରିବେଶପ୍ରେମୀ
ଟାଙ୍ଗୀ ବନାଞ୍ଚଳରେ ୧୮ ଟିକିଆ ହାତୀପଲ ରହିଛନ୍ତି। ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଗଜମିତ୍ରଙ୍କୁ ନିୟୋଜିତ କରାଯାଇଛି। ହାତୀ ଗଁାମୁହଁା ହେଲେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସୂଚନା ଦିଆଯାଉଛି। ହାତୀ ଚଲାପଥରେ ଗଜରାଜ ଯୋଜନାରେ ସୌରଚାଳିତ ଲାଇଟ୍‌ ଲଗାଯାଇଛି। ଭୂଷଣ୍ଡପୁର ରେଳଲାଇନ ଦକ୍ଷିଣପଟ ଗେଟ ରାସ୍ତାରେ ସୌରଚାଳିତ ଝଟକା ନିର୍ମାଣ କାର୍ଯ୍ୟ ଜାରି ରହିଛି।
– ଦେବାଶିଷ ଭୋଇ, ଟାଙ୍ଗୀ ବନ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri