Posted inଜାତୀୟ

ଉଦୟପୁର ହତ୍ୟାକାଣ୍ଡରେ ପାକିସ୍ତାନୀ ସଂଗଠନ ସମ୍ପୃକ୍ତି ନେଇ ତଦନ୍ତ ଜାରି, ୩୨ ଅନ୍‌ଲାଇନ୍‌ ପାଠ୍ୟକ୍ରମରେ ଜେହାଦୀ ତାଲିମ୍‌ …

ନୂଆଦିଲ୍ଲୀ, ୨୯।୬ : ଉଦୟପୁର ହତ୍ୟାକାଣ୍ଡର ପାକିସ୍ତାନୀ ସଂଗଠନର ସମ୍ପୃକ୍ତି ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଟେଲର କହ୍ନେୟାଙ୍କ ଗଳା କାଟିଥିବା ଉଭୟ ଅଭିଯୁକ୍ତ ପାକିସ୍ତାନର ଦାୱତ-ଇ-ଇସଲାମି ସଂଗଠନ ସହ ଜଡିତ ଥିଲେ। ଏହି ସଂଗଠନ ୧୦୦ରୁ ଅଧିକ ଦେଶରେ ସକ୍ରିୟ ଏବଂ ଇସଲାମର ପ୍ରଚାର ପାଇଁ ବିଭିନ୍ନ ଅନଲାଇନ ପାଠ୍ୟକ୍ରମ ମଧ୍ୟ ଚଳାଉଛି। ଏହାପୂର୍ବରୁ ଭାରତର ଏହି ଇସଲାମିକ ସଂଗଠନ ମଧ୍ୟ ଧର୍ମ ପରିବର୍ତ୍ତନ କରାଉଥିବା ଅଭିଯୋଗ ହୋଇଛି।

ଏହି ସଂସ୍ଥା ଦ୍ୱାରା ଦାନ ବାକ୍ସ ବିଭିନ୍ନ ସ୍ଥାନକୁ ରଖାଯାଇଥିବାର ଖବର ମଧ୍ୟ ଆସିଛି। ଅଭିଯୋଗ ହୋଇଛି ଯେ ଦାନ ମାଧ୍ୟମରେ ଆସୁଥିବା ଟଙ୍କା ଭୁଲ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଦାୱତ-ଇ-ଇସଲାମ ନିଜକୁ ଏକ ଅଣ-ରାଜନୈତିକ ଇସଲାମ ସଂଗଠନ ଭାବରେ ଉଲ୍ଲେଖ କରିଥାଏ। ଏହା ୧୯୮୧ରେ ପାକିସ୍ତାନର କରାଚିରେ ଗଠିତ ହୋଇଥିଲା। ମୌଲାନା ଆବୁ ବିଲାଲ ମହମ୍ମଦ ଇଲିୟାସ ଏହି ଇସଲାମିକ ସଂଗଠନ ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ଗତ ଚାରି ଦଶନ୍ଧି ଧରି ଭାରତରେ ସକ୍ରିୟ ଅଛି। ସଂଗଠନର ଉଦ୍ଦେଶ୍ୟ ହେଉଛି ଶାରିଆ ଆଇନ ପ୍ରଚାର କରିବା ଏବଂ ଏହାର ଶିକ୍ଷାକୁ କାର୍ଯ୍ୟକାରୀ କରିବା। ବର୍ତ୍ତମାନ, ଏହି ସଂଗଠନ ୧୦୦ ରୁ ଅଧିକ ଦେଶରେ ଏହାର ନେଟୱାର୍କ ପ୍ରସାର କରିଛି।

ଦୋୱତ-ଇ-ଇସଲାମିର ନିଜସ୍ବ ୱେବସାଇଟ ଅଛି। ୱେବସାଇଟ ଜରିଆରେ ଏହି ଇସଲାମିକ ସଂଗଠନ ଶାରିଆ ନିୟମ ଅନୁଯାୟୀ ଅନଲାଇନରେ ଇସଲାମୀୟ ଶିକ୍ଷା ପ୍ରଚାର କରୁଛି। ଏହାର ୱେବସାଇଟରେ ପ୍ରାୟ ୩୨ ପ୍ରକାରର ଇସଲାମିକ ପାଠ୍ୟକ୍ରମ ଉପଲବ୍ଧ। ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାରର ପାଠ୍ୟକ୍ରମ ରହିଛି। ଏହା ବ୍ୟତୀତ ଏହି ସଂଗଠନ ମୁସଲମାନମାନଙ୍କୁ କୁରାନ ଏବଂ ଶାରିଆ ନିୟମ ସବୁ ପଢ଼ିବାକୁ ପ୍ରସ୍ତୁତ କରିଥାଏ।

ଏହି ପାଠ୍ୟକ୍ରମ ମାଧ୍ୟମରେ, ଜେହାଦି ହେବାକୁ ସ୍ବତନ୍ତ୍ର ତାଲିମ ଦିଆଯାଇଥାଏ। ଉଦୟପୁର ମାମଲାର ଉଭୟ ଅଭିଯୁକ୍ତ ଅନଲାଇନ ପାଠ୍ୟକ୍ରମ ସହିତ ଜଡିତ ଥିଲେ।

ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଉଦୟପୁରରେ କହ୍ନେୟାଲାଲଙ୍କୁ ହତ୍ୟା କରିଥିବା ଉଭୟ ଅଭିଯୁକ୍ତ ମହମ୍ମଦ ରିଆଜ ଏବଂ ଗୌସ ମହମ୍ମଦ ଦାୱତ-ଇ-ଇସଲାମି ନାମକ ଏକ ସଂଗଠନ ସହ ଜଡିତ। ଉଭୟେ ଇସଲାମିକ ସଂଗଠନର ଅନଲାଇନ ପାଠ୍ୟକ୍ରମ ପଢୁଥିଲେ। ହତ୍ୟା ପରେ ଉଭୟ ଅଭିଯୁକ୍ତ ଅଜମେର ଦରଗାହ ଜିଆରତକୁ ଯାଉଥିଲେ।

ଏହି ସଂଗଠନ ସମଗ୍ର ବିଶ୍ୱରେ ସୁନ୍ନି ମୌଳିକତାକୁ ପ୍ରୋତ୍ସାହିତ କରିଥାଏ। ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରିଛନ୍ତି। ଏସଆଇଟି ଦଳ ଉଦୟପୁରରେ ପହଞ୍ଚିଛନ୍ତି। ଏହି ହତ୍ୟା ମାମଲାର ଏନଆଇଏ ମଧ୍ୟ ତଦନ୍ତ କରିବ। ଏନଆଇଏ ଦଳ ବୁଧବାର ଉଦୟପୁରରେ ପହଞ୍ଚିବେ। ଏହି ହତ୍ୟାକାଣ୍ଡ ପଛରେ ଅନ୍ତର୍ଜାତୀୟ ଷଡଯନ୍ତ୍ରର ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସୁଛି। ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଆତଙ୍କବାଦୀ ସଂଗଠନ ଅଲ କାଏଦା ମଧ୍ୟ ଧମକ ଦେଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri