ପ୍ଲାଣ୍ଟ ବନ୍ଦ ବେଳେ ତଦନ୍ତ

ଯାଜପୁର ଅଫିସ,୪ା୭: ଜଳ ପ୍ରଦୂଷଣକୁ ନେଇ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିମିଟେଡ୍‌(ବିଆର୍‌ପିଏଲ୍‌) କାରଖାନାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦ୍ୱାରା ହୋଇଥିବା ତଦନ୍ତ ରିପୋର୍ଟ ଜୁଲାଇ ୧ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ ଦାଖଲ ହୋଇଛି। ଏହାସହ ଉକ୍ତ ରିପୋର୍ଟ ଉପରେ ଏସ୍‌ପିସିବିର ଆଇନ ଅଧିକାରୀ ସନ୍ତୋଷ କୁମାର କୁଅଁର ନୋଟାରି ନିକଟରେ ସତ୍ୟପାଠ କରିଛନ୍ତି। ରିପୋର୍ଟର ‘ବି-୧’ ପାରାରେ ପେଲେଟ ପ୍ଲାଣ୍ଟର କ୍ଷମତା ବାର୍ଷିକ ୪ ମେଟ୍ରିକ ଟନ(ଏମ୍‌ଟି) ଏବଂ ଏହା ତଦନ୍ତ ସମୟରେ ବନ୍ଦ ରହିଥିଲା ବୋଲି ଦର୍ଶାଯାଇଛି। ତେବେ ପ୍ଲାଣ୍ଟ ବନ୍ଦ ସମୟରେ ତଦନ୍ତ ଏବଂ ରିପୋର୍ଟ କିପରି ପ୍ରସ୍ତୁତ ହେଲା ବୋଲି ଅଭିଯୋଗକାରୀ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ପ୍ରଶ୍ନ କରାଯାଇଛି। ସାଧାରଣତଃ ରକ୍ଷଣାବେକ୍ଷଣ ପାଇଁ ପ୍ଲାଣ୍ଟ ବନ୍ଦ କରାଗଲେ କମ୍ପାନୀ କର୍ତ୍ତୃପକ୍ଷ ଏସ୍‌ପିସିବିର ଦୃଷ୍ଟି ଆକର୍ଷଣ କରିଥାନ୍ତି। ପୁଣି ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ଏସ୍‌ପିସିବିର ଅନୁମତି ନେଇଥାନ୍ତି। ଏହିକ୍ରମରେ ଗତ ୨୦ ତାରିଖଠାରୁ ରକ୍ଷଣାବେକ୍ଷଣ ପାଇଁ କାରଖାନାକୁ ଅଚଳ କରିବାକୁ ଏସ୍‌ପିସିବିକୁ ସୂଚନା ଦିଆଯାଇଥିଲା। ହେଲେ ଶୁକ୍ରବାର କାରଖାନା ଚିମିନିରୁ ବିଷାକ୍ତ କଳାଧୂଅଁା ବାହାରୁଥିବା ନେଇ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରକ୍ଷଣାବେକ୍ଷଣ ପରେ ପୁଣି ପ୍ଲାଣ୍ଟ ଆରମ୍ଭ ହେଲେ କଳାଧୂଅଁା ବାହାରିଥାଏ ବୋଲି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ସୂଚନା ଦେଇଥିଲେ। ଏଥିରୁ ଏସ୍‌ପିସିବିର ବିଆର୍‌ପିଏଲ୍‌ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ବିଆର୍‌ପିଏଲ୍‌ ତା’ର କାରଖାନାର ବର୍ଜ୍ୟଜଳ ବାହାରକୁ ଛାଡ଼ି ଗଣ୍ଡାନାଳକୁ ପ୍ରଦୂଷଣ କରୁଥିବା ନେଇ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜଟିରେ (୧୪୯/୨୦୧୭/ଇଜେଡ୍‌) ମାମଲା ରୁଜୁ ହୋଇଥିଲା। ଆସନ୍ତା ୫ ତାରିଖ ଶୁଣାଣି ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଗତ ୧୫ ତାରିଖ ଶୁଣାଣିରେ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲୋ। ତଦନୁସାରେ ଗତ ଜୁନ ୨୪ରେ ଏସ୍‌ପିସିିବି ପକ୍ଷରୁ ପରିବେଶ ଯନ୍ତ୍ରୀ ହିରଣ୍ୟ କୁମାର ନାୟକ ଓ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ରକ୍ଷଣାବେକ୍ଷଣ ପାଇଁ ଅଚଳ ଥିବା ବିଆର୍‌ପିଏଲ୍‌ ପ୍ଲାଣ୍ଟ ପରିସରକୁ ଯାଇ ନିରୀକ୍ଷଣ କରିଥିଲେ। ତେବେ ପ୍ଲାଣ୍ଟ ବନ୍ଦ ସମୟରେ ତଦନ୍ତ ପାଇଁ କାହିଁକି ତାରିଖ ଧାର୍ଯ୍ୟ ହୋଇଥିଲା ତାହା ଅଞ୍ଚଳବାସୀଙ୍କ ମନରେ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତା ଉପରେ ସନ୍ଦେହ ଜାତ କରିଛି।

ଅନ୍ୟପକ୍ଷରେ ଦାଖଲ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଆର୍‌ପିଏଲ୍‌ କାରଖାନା ଦୈନିକ ୨୫୦ କିଲୋଲିଟର(କେଏଲ୍‌) ଓ ୧୫୦ କେଏଲ୍‌ କ୍ଷମତା ବିଶିଷ୍ଟ ୨ଟି ୱେଷ୍ଟ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଟିପି) ପ୍ରତିଷ୍ଠା କରିଛି। ଏଥିରେ ଘଣ୍ଟାପ୍ରତି ୨୬୦ ଘନମିଟର ପାଣି ବିଶୋଧନ କରାଯାଉଛି। ତଦନ୍ତ ଦିନ କୌଣସି ବର୍ଜ୍ୟଜଳ କିମ୍ବା ବିଶୋଧିତ ଜଳ ବାହାରକୁ ଛଡ଼ାଯାଉ ନ ଥିଲା। ଏ ସଂକ୍ରାନ୍ତରେ ଅଧିକାରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କାରଖାନା ଚାଲୁଥିବା କିମ୍ବା ଅଚଳ ବିଷୟ ଏସ୍‌ପିସିବିର ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ବର୍ଜ୍ୟଜଳ ବିଶୋଧନ ପାଇଁ କାରଖାନା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି କି ନାହିଁ ତାହା ମୁଖ୍ୟ କଥା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କ୍ଷମତାଠାରୁ ଅଧିକ ପାଣି ଆସିଲେ ପ୍ରତିଷ୍ଠିତ ଯନ୍ତ୍ରାଂଶ ବାହାରେ ବର୍ଜ୍ୟଜଳ ଛାଡ଼ି ଦିଆଯାଉଥିବା ପୂର୍ବରୁ ନଜିର ରହିଛି। ଗତ ନଭେମ୍ବରରୁ ଜାନୁୟାରୀ ପର୍ଯ୍ୟନ୍ତ ଓସ୍ତପାଳ କ୍ରୋମାଇଟ୍‌ ମାଇନ୍ସର ପ୍ରାୟ ୧୫୦୦ ଲକ୍ଷ ଘନମିଟର ପାଣିକୁ ବିଶୋଧନ ନ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ହ୍ବାଟ୍ସଆପ୍‌ରେ ହୋଇଥିବା ବିଭାଗୀୟ ଚାଟ୍‌ରେ ମଧ୍ୟ ଜଣାପଡିଛି। ଏହାସହ ଇଟିପି ଏବଂ ଡବ୍ଲ୍ୟୁଡବ୍ଲ୍ୟୁଟିପିର ରକ୍ଷଣାବେକ୍ଷଣ ଖର୍ଚ୍ଚ କମାଇବାକୁ ଅଧିକାଂଶ ସମୟରେ ଏହାର ବାହାର ଦେଇ ପାଣି ନିଷ୍କାସନ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ବିଆର୍‌ପିଏଲ୍‌ କାରଖାନା ବନ୍ଦ ଥିବା ସମୟରେ ତାହାର ତଦନ୍ତ ରିପୋର୍ଟ କେତେଦୂର ଗ୍ରହଣୀୟ ହେବ ତାହା ଆଗକୁ ସ୍ପଷ୍ଟ ଜଣାପଡ଼ିବ ବୋଲି ସମିତି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri