ଏହି ଯୋଜନାରେ ନିବେଶକରି ପାଆନ୍ତୁ ଜବରଦସ୍ତ ଲାଭ, ଦୁଇଗୁଣା ହେବ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦେଶରେ ଅନେକ ସରକାରୀ ସ୍କିମ୍‌ ରହିଛି ଯେଉଁଥିରେ ସ୍ବଳ୍ପ ପରିମାଣର ନିବେଶକରି ଏହାର ଭରପୂର ଲାଭ ଉଠାଇପାରିବେ। ଏହା ମଧ୍ୟରେ ପୋଷ୍ଟ ଅଫିସର ବିଭିନ୍ନ ସ୍ମଲ୍‌ ସେଭିଂ ସ୍କିମ୍‌ ସାମିଲ ରହିଛି। ଡାକଘରର ସବୁ ଯୋଜନାକୁ କେନ୍ଦ୍ର ସରକାର ପରିଚାଳନା କରିଥାନ୍ତି। ଏହି ଯୋଜନାରେ ନିବେଶ ଦ୍ୱାରା ନିବେଶକଙ୍କୁ ଧାରା ୮୦ସି ଦ୍ୱାରା ଟିକସ ରିହାତି ମଧ୍ୟ ଉପଲବ୍ଧ ରହିଥାଏ। ସରକାର ପ୍ରତି ୩ ମାସରେ ଏହାର ସୁଧହାର ନିର୍ଦ୍ଧାରଣ କରିଥାନ୍ତି। ଏହି ଯୋଜନାର ସୁଧହାର ଉପରେ ବିଭିନ୍ନ ସମୟରେ ସମୀକ୍ଷା କରାଯାଇଥାଏ। ଯୋଜନା ଗୁଡିକ ମଧ୍ୟରେ ରହିଛି କିଷାନ ବିକାଶ ପତ୍ର(କେଭିପି)।
କିଷାନ ବିକାଶ ପତ୍ର (କେଭିପି) ଯୋଜନାକୁ ଚୟନ କରିବାକୁ ଏକ ବିକଳ୍ପ ରହିଛି। ଏହା ଏକ ଓ୍ବାନ୍‌ ଟାଇମ୍‌ ଇନଭେଷ୍ଟମେଣ୍ଟ ସ୍କିମ୍‌। ଯେଉଁଠି ନିର୍ଦ୍ଧାରିତ ଅବଧି ମଧ୍ୟରେ ଆପଣଙ୍କ ଟଙ୍କା ଦୁଇଗୁଣା ହେବ। ବର୍ତ୍ତମାନ ଏହି ସ୍କିମର ମାଚ୍ୟୁରିଟି ପିରିୟଡ୍‌ ୧୧୩ ମାସ ଅର୍ଥାତ୍‌ ୧୦ ବର୍ଷରୁ କମ୍‌ ରହିଛି। କେଭିପିରେ ୧୦୦୦ରୁ ଆରମ୍ଭ କରି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆପଣ ନିବେଶ କରିପାରିବେ। ଏହି ଯୋଜନାରେ ନିବେଶକଙ୍କୁ ଚଳିତ ଆର୍ଥିକ ବର୍ଷରେ ନିବେଶ ଉପରେ ବାର୍ଷିକ ୭.୬% ସୁଧ ମିଳୁଛି। କିଷାନ ବିକାଶ ପତ୍ର ଏକ ପ୍ରକାରର ପ୍ରମାଣପତ୍ର ଭାବେ କାର୍ଯ୍ୟ କରିଥାଏ। ପ୍ରତି ୩ ମାସରେ ଏହାର ସୁଧହାର ନିର୍ଦ୍ଧାରିତ ହୋଇଥାଏ। ସୁଧହାରକୁ ସରକାର ବିଭିନ୍ନ ସମୟରେ ସଂଶୋଧନ କରିଥାନ୍ତି। କେଭିପିରେ ନିବେଶ କରିବାକୁ ହେଲେ ନିବେଶକଙ୍କ ବୟସ ୧୮ରୁ ଊର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ଆଗ୍ରହୀ ଲୋକେ ପାଖ ଡାକଘର ଯାଇ କେଭିପି ଅରାକାଉଣ୍ଟ ଖୋଲି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri