ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ୩ଜଣଙ୍କୁ ବିବାହ, ଶାରୀରିକ ସମ୍ପର୍କ ରଖିବା ସହ ଲୁଟୁଥିଲେ ଟଙ୍କା

ଭୁବନେଶ୍ୱର,୨ା୯(ସୂର୍ଯ୍ୟକାନ୍ତ ବେହେରା): ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି ନେଉଥିଲେ। ଏଭଳି ଜଣେ ନକଲି ଇନ୍ସପେକ୍ଟରଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଭଦ୍ରକର ୫୫ବର୍ଷୀୟ ସୁବାସ ଚନ୍ଦ୍ର କହଁର। ତାଙ୍କଠାରୁ ନକଲି ଆଧାର କାର୍ଡ, ପୋଲିସ ପୋଷାକ ପିନ୍ଧା ଫଟୋ ଓ ବିବାହ ଫଟୋ ଜବତ କରାଯାଇଛି। ଅଭିଯୁକ୍ତ ମିଛ ପରିଚୟ ଦେଇ ୩ ଜଣଙ୍କୁ ବିବାହ କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ତେବେ ଜଣେ ପୀଡ଼ିତା ଆଗକୁ ଆସି ଅଭିଯୁକ୍ତଙ୍କ ନାଁରେ ଥାନାରେ ଅଭିଯୋଗ କରିବାରୁ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗକାରିଣୀ ଯୁବତୀ ଜଣଙ୍କୁ ବିବାହ ପରେ ଅଭିଯୁକ୍ତ ସୁବାସ ଟଙ୍କା ଠକି ନେଇଥିବାରୁ ସେ ଏଭଳି ଅନ୍ୟମାନଙ୍କୁ ବିବାହ କରିବା ପରେ ଠକେଇ କରିଥିବା ସନ୍ଦେହ କରାଯାଉଛି। ତେଣୁ ଏ ଦିଗରେ ପୋଲିସ ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ସୁବାସ ନିଜକୁ ଇନ୍ସପେକ୍ଟର ମନୋଜ କୁମାର ମିଶ୍ର ଭାବେ ପରିଚୟ ଦେଉଥିଲେ। ଏପରିକି ଫେସ୍‌ବୁକରେ ନିଜକୁ ଇନ୍ସପେକ୍ଟର ଭାବେ ଉଲ୍ଲେଖ କରିଥିଲେ। ବୟସ ୫୫ ବର୍ଷ ହୋଇଥିଲେ ମଧ୍ୟ ଫଟୋ ଏଡିଟ୍‌ କରି ପ୍ରୋଫାଇଲରେ ରଖିଥିଲେ। ଏହି ଫେସ୍‌ବୁକ୍‌ ଆକାଉଣ୍ଟ ଜରିଆରେ ସେ ଅଭିଯୋଗକାରିଣୀଙ୍କ ପାଖକୁ ପ୍ରଥମେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଇ କଥା ହୋଇଥିଲେ। ଧୀରେ ଧୀରେ କଥା ହେବା ପରେ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ତାଙ୍କ ମନରେ ଯେପରି ସନ୍ଦେହ ନ ହେବ, ସେଥିପାଇଁ ପୋଲିସ ଡ୍ରେସ୍‌ରେ ଫଟୋ ଏଡିଟ କରି ତାଙ୍କ ପାଖକୁ ପଠାଇଥିଲେ। ଗାଡ଼ିରେ ଯାଉଥିବାବେଳେ ବା କୌଣସି କୋଠାରେ ପୋଲିସ ପୋଷାକରେ ବସି ଥିବାବେଳର ଫଟୋ ପଠାଇ ବିଶ୍ୱାସ ଜନ୍ମାଇଥିଲେ। ରାଉରକେଲା ସେକ୍ଟର ୧୫ ଥାନାରେ ଇନ୍ସପେକ୍ଟର ଥିବା କହିଥିଲେ। ଏହାପରେ ଅଭିଯୁକ୍ତ ସୁବାସ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେବାରୁ ସେ ରାଜି ହୋଇ ପରବର୍ତ୍ତୀ ସମୟରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ସତ ଧରାପଡ଼ିଯିବା ଭୟରେ ଅଭିଯୁକ୍ତ ବିଭିନ୍ନ ବାହାନ ଦେଖାଇ ତାଙ୍କୁ ଘରକୁ ନ ନେଇ ଖଣ୍ଡଗିରି ସରକନ୍ତରାସ୍ଥିତ ଏକ ଭଡାଘରେ ରଖିଥିଲେ। ଫଳରେ ଯୁବତୀ ଜଣଙ୍କର ସନ୍ଦେହ ହେବାରୁ ସେ ଅଭିଯୁକ୍ତ ସୁବାସଙ୍କ ଉପରେ ଟିକିନିଖି ନଜର ରଖିଥିଲେ। ଏହି ସମୟରେ ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ବଢ଼ିବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେଶନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ। ଏହାପରେ ପୀଡିତା ଜଣକ ଏ ନେଇ ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତ ସୁବାସଙ୍କୁ ଗିରଫ କରିବା ସହ ତାଙ୍କ କେଳେଙ୍କାରୀର ପର୍ଦ୍ଦାଫାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri