ଅନ୍ତଃବସ୍ତ୍ର ପ୍ରସ୍ତୁତି କାରଖାନା ଦେଇଛି ପରିଚୟ

ରସୁଲପୁର,୨୮ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଡିଅକଇଞ୍ଚତ୍ ଗ୍ରାମର ୨୬ ବର୍ଷୀୟ ଯୁବକ ମଙ୍ଗୁଳି ବାରିକ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ ଉଦ୍ୟୋଗୀ ଭାବେ ପରିଚିତ। ତାଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ଅନ୍ତଃବସ୍ତ୍ର ତିଆରି କାରଖାନା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ସେ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ସେ ନିଯୁକ୍ତିଦାତା ସାଜିଛନ୍ତି। ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠା କରିଥିବା ତାଙ୍କ କାରଖାନାରେ ପୁରୁଷ ମହିଳାଙ୍କ ପାଇଁ ଉତ୍ପାଦିତ ସାମଗ୍ରୀକୁ ବିଭିନ୍ନ ଦୋକାନରେ ବିକ୍ରି କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତାଙ୍କ କାରଖାନାରେ ସେ ୮ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ତାଙ୍କ ଆର୍ଥତ୍କ ସ୍ଥିତି ସୁଧାରିବାରେ ସଫଳ ହେବା ସହ ଅନ୍ୟ ପରିବାରକୁ ରୋଜଗାର ଯୋଗାଇ ଦେବାରେ ସକ୍ଷମ ହୋଇ ପାରିଛନ୍ତି। ତାଙ୍କର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି। ଯୁବପିଢ଼ି ମଙ୍ଗୁଳିଙ୍କ ଭଳି ଉଦ୍‌ଯୋଗୀ ହୋଇପାରିଲେ ପରିବାର ଓ ଦେଶର ଆର୍ଥତ୍କ ସ୍ଥିତିରେ ସୁଧାର ଆସିପାରନ୍ତା ବୋଲି କୁହାଯାଉଛି।
ମଧୁବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ ମଙ୍ଗୁଳି। ପରିବାରର ଆର୍ଥତ୍କସ୍ଥିତ ଅତ୍ୟନ୍ତ ଖରାପ ଥିଲା। ତେଣୁ ତାଙ୍କୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଥିଲା। ୨୦୧୧ରୁ ସେ ପାଠପଢ଼ା ଛାଡ଼ି ମଧୁବନ ଅଞ୍ଚଳରେ ଥିବା ଏକ ଗଞ୍ଜି ଫ୍ୟାକ୍ଟ୍ରିରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ସେଥିରୁ ଯାହା ପାରିଶ୍ରମିକ ମିଳୁଥିଲା, ସେତକ ଘର ଚଳିବାରେ ଲାଗୁଥିଲା। ବଡ଼ ଭଉଣୀଙ୍କ ଅକାଳ ମୃତ୍ୟୁ ପରେ ଘରର ସମସ୍ତ ଚାପ ତାଙ୍କ ମୁଣ୍ଡ ଉପରେ ଥିଲା। ବାପା ଗୋକୁଳ ବାରିକ ଜଣେ କ୍ଷୁଦ୍ରଚାଷୀ। ସେ ଯାହା ରୋଜଗାର କରୁଥିଲେ, ସେଥିରେ ପରିବାର ଚଳିବା ସମ୍ଭବ ହେଉ ନ ଥିଲା। ତେଣୁ ରୋଜଗାର ପନ୍ଥା ଆପଣେଇବା ପାଇଁ ମଙ୍ଗୁଳି କାମ ଶିଖିବାକୁ ଭଦ୍ରକ ଚାଲି ଯାଇଥିଲେ। ସେଠାରେ ଏକ କାରଖାନରେ କାମ ଶିଖି ଘରକୁ ଫେରିଲେ। ପରେ ଗାଁ ମହାଜନଙ୍କଠାରୁ ଟଙ୍କା ସୁଧରେ ଆଣି ଏକ ଆଜ୍‌ବେଷ୍ଟସ ଘର ନିର୍ମାଣ କଲେ। ସେହି ଘରେ ୨ଟି ମେଶିନ ସହାୟତାରେ ଅନ୍ତଃବସ୍ତ୍ର ତିଆରି ଆରମ୍ଭ କଲେ। ଏହାଛଡ଼ା ଛୋଟ ପିଲାଙ୍କ ଟ୍ରାକ୍‌ ସୁଟ୍‌, ହାଫ୍‌ ପ୍ୟାଣ୍ଟ୍‌ ଆଦି ତିଆରି କରିବା ଆରମ୍ଭ କରିଛନ୍ତି। ମଙ୍ଗୁଳିଙ୍କୁ ଅଧିକ ପୁଞ୍ଜିର ଆବଶ୍ୟକତା ପଡ଼ିବାରୁ ସେ ବ୍ୟାଙ୍କରୁ ଋଣ ଆଣି କାରଖାନାରେ ବିନିଯୋଗ କରିଛନ୍ତି। ତାଙ୍କ ସିଲାଇ ମେଶିନ ସଂଖ୍ୟା ୮ରେ ପହଞ୍ଚତ୍ଛି। ମଙ୍ଗୁଳି ସାମଗ୍ରୀ ବିକ୍ରି ଦାୟିତ୍ୱ ନେଇଛନ୍ତି। ବେକାର ଯୁବତୀଙ୍କୁ ମାସିକ ୪/୫ ହଜାର ଟଙ୍କା ଦରମା ଦେବା ସହ ସେମାନଙ୍କୁ ମାଗଣା ପ୍ରଶିକ୍ଷଣ ଦେଉଛନ୍ତି। ମଙ୍ଗୁଳିଙ୍କ ଏହିଭଳି ପ୍ରୟାସ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ହେବାର ରାସ୍ତା ଦେଖାଉଛି। ମାସିକ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବାରେ ସେ ସକ୍ଷମ ହୋଇପାରୁଛନ୍ତି। ମଙ୍ଗୁଳି ତାଙ୍କ ପରିବାରକୁ ସୁରୁଖୁରୁରେ ଚଳାଇ ପାରୁଛନ୍ତି। ବ୍ୟବସାୟିକ ଆୟରୁ ସେ ଘର କରିଛନ୍ତି। ୨ଲକ୍ଷ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ମଙ୍ଗୁଳିଙ୍କ ବ୍ୟବସାୟ ପ୍ରତିଷ୍ଠାନର ମୂଳ ପୁଞ୍ଜି ଏବେ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ମଙ୍ଗୁଳି କାରଖାନା କଳେବର ବଢ଼ାଇବା ସହ ଅଧିକରୁ ଅଧିକ ବେରୋଜଗାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଗ୍ରାମାଞ୍ଚଳ ଯୁବତୀ ଯୁବକଙ୍କ ସଫଳ ନିଯୁକ୍ତିଦାତା ହୋଇପାରନ୍ତେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri