ଅନ୍ତଃବସ୍ତ୍ର ପ୍ରସ୍ତୁତି କାରଖାନା ଦେଇଛି ପରିଚୟ

ରସୁଲପୁର,୨୮ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଡିଅକଇଞ୍ଚତ୍ ଗ୍ରାମର ୨୬ ବର୍ଷୀୟ ଯୁବକ ମଙ୍ଗୁଳି ବାରିକ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ ଉଦ୍ୟୋଗୀ ଭାବେ ପରିଚିତ। ତାଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ଅନ୍ତଃବସ୍ତ୍ର ତିଆରି କାରଖାନା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ସେ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ସେ ନିଯୁକ୍ତିଦାତା ସାଜିଛନ୍ତି। ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠା କରିଥିବା ତାଙ୍କ କାରଖାନାରେ ପୁରୁଷ ମହିଳାଙ୍କ ପାଇଁ ଉତ୍ପାଦିତ ସାମଗ୍ରୀକୁ ବିଭିନ୍ନ ଦୋକାନରେ ବିକ୍ରି କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତାଙ୍କ କାରଖାନାରେ ସେ ୮ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ତାଙ୍କ ଆର୍ଥତ୍କ ସ୍ଥିତି ସୁଧାରିବାରେ ସଫଳ ହେବା ସହ ଅନ୍ୟ ପରିବାରକୁ ରୋଜଗାର ଯୋଗାଇ ଦେବାରେ ସକ୍ଷମ ହୋଇ ପାରିଛନ୍ତି। ତାଙ୍କର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି। ଯୁବପିଢ଼ି ମଙ୍ଗୁଳିଙ୍କ ଭଳି ଉଦ୍‌ଯୋଗୀ ହୋଇପାରିଲେ ପରିବାର ଓ ଦେଶର ଆର୍ଥତ୍କ ସ୍ଥିତିରେ ସୁଧାର ଆସିପାରନ୍ତା ବୋଲି କୁହାଯାଉଛି।
ମଧୁବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ ମଙ୍ଗୁଳି। ପରିବାରର ଆର୍ଥତ୍କସ୍ଥିତ ଅତ୍ୟନ୍ତ ଖରାପ ଥିଲା। ତେଣୁ ତାଙ୍କୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଥିଲା। ୨୦୧୧ରୁ ସେ ପାଠପଢ଼ା ଛାଡ଼ି ମଧୁବନ ଅଞ୍ଚଳରେ ଥିବା ଏକ ଗଞ୍ଜି ଫ୍ୟାକ୍ଟ୍ରିରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ସେଥିରୁ ଯାହା ପାରିଶ୍ରମିକ ମିଳୁଥିଲା, ସେତକ ଘର ଚଳିବାରେ ଲାଗୁଥିଲା। ବଡ଼ ଭଉଣୀଙ୍କ ଅକାଳ ମୃତ୍ୟୁ ପରେ ଘରର ସମସ୍ତ ଚାପ ତାଙ୍କ ମୁଣ୍ଡ ଉପରେ ଥିଲା। ବାପା ଗୋକୁଳ ବାରିକ ଜଣେ କ୍ଷୁଦ୍ରଚାଷୀ। ସେ ଯାହା ରୋଜଗାର କରୁଥିଲେ, ସେଥିରେ ପରିବାର ଚଳିବା ସମ୍ଭବ ହେଉ ନ ଥିଲା। ତେଣୁ ରୋଜଗାର ପନ୍ଥା ଆପଣେଇବା ପାଇଁ ମଙ୍ଗୁଳି କାମ ଶିଖିବାକୁ ଭଦ୍ରକ ଚାଲି ଯାଇଥିଲେ। ସେଠାରେ ଏକ କାରଖାନରେ କାମ ଶିଖି ଘରକୁ ଫେରିଲେ। ପରେ ଗାଁ ମହାଜନଙ୍କଠାରୁ ଟଙ୍କା ସୁଧରେ ଆଣି ଏକ ଆଜ୍‌ବେଷ୍ଟସ ଘର ନିର୍ମାଣ କଲେ। ସେହି ଘରେ ୨ଟି ମେଶିନ ସହାୟତାରେ ଅନ୍ତଃବସ୍ତ୍ର ତିଆରି ଆରମ୍ଭ କଲେ। ଏହାଛଡ଼ା ଛୋଟ ପିଲାଙ୍କ ଟ୍ରାକ୍‌ ସୁଟ୍‌, ହାଫ୍‌ ପ୍ୟାଣ୍ଟ୍‌ ଆଦି ତିଆରି କରିବା ଆରମ୍ଭ କରିଛନ୍ତି। ମଙ୍ଗୁଳିଙ୍କୁ ଅଧିକ ପୁଞ୍ଜିର ଆବଶ୍ୟକତା ପଡ଼ିବାରୁ ସେ ବ୍ୟାଙ୍କରୁ ଋଣ ଆଣି କାରଖାନାରେ ବିନିଯୋଗ କରିଛନ୍ତି। ତାଙ୍କ ସିଲାଇ ମେଶିନ ସଂଖ୍ୟା ୮ରେ ପହଞ୍ଚତ୍ଛି। ମଙ୍ଗୁଳି ସାମଗ୍ରୀ ବିକ୍ରି ଦାୟିତ୍ୱ ନେଇଛନ୍ତି। ବେକାର ଯୁବତୀଙ୍କୁ ମାସିକ ୪/୫ ହଜାର ଟଙ୍କା ଦରମା ଦେବା ସହ ସେମାନଙ୍କୁ ମାଗଣା ପ୍ରଶିକ୍ଷଣ ଦେଉଛନ୍ତି। ମଙ୍ଗୁଳିଙ୍କ ଏହିଭଳି ପ୍ରୟାସ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ହେବାର ରାସ୍ତା ଦେଖାଉଛି। ମାସିକ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବାରେ ସେ ସକ୍ଷମ ହୋଇପାରୁଛନ୍ତି। ମଙ୍ଗୁଳି ତାଙ୍କ ପରିବାରକୁ ସୁରୁଖୁରୁରେ ଚଳାଇ ପାରୁଛନ୍ତି। ବ୍ୟବସାୟିକ ଆୟରୁ ସେ ଘର କରିଛନ୍ତି। ୨ଲକ୍ଷ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ମଙ୍ଗୁଳିଙ୍କ ବ୍ୟବସାୟ ପ୍ରତିଷ୍ଠାନର ମୂଳ ପୁଞ୍ଜି ଏବେ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ମଙ୍ଗୁଳି କାରଖାନା କଳେବର ବଢ଼ାଇବା ସହ ଅଧିକରୁ ଅଧିକ ବେରୋଜଗାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଗ୍ରାମାଞ୍ଚଳ ଯୁବତୀ ଯୁବକଙ୍କ ସଫଳ ନିଯୁକ୍ତିଦାତା ହୋଇପାରନ୍ତେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri