ମତୁଆଲା କରେ ଐଶାନୀଙ୍କ ତବଲା ବାଦନ

ବାଲେଶ୍ୱର ଅଫିସ, ୮।୯-ବୟସ ତାଙ୍କୁ ୯। ଏଇ ବୟସରୁ ତବଲା ବାଦନ କରି ଶ୍ରୋତାଙ୍କୁ ମତୁଆଲା କରି ଦେଉଛନ୍ତି। ନିଜର ପ୍ରତିଭା ପ୍ରଦର୍ଶନ କରି ଦି ନ୍ୟାଶନାଲ ଏକାଡେମୀ ଫର୍‌ ଆର୍ଟ ଏଜୁକେଶନ (ମହାରାଷ୍ଟ୍ର) ପକ୍ଷରୁ ‘ଇଣ୍ଡିଆ ଷ୍ଟାର ଆଇକନ୍‌ କିଡ୍‌ସ ଆଚିଭର୍ସ ଆୱାର୍ଡ-୨୦୨୧’ରେ ସମ୍ମାନିତ ହୋଇ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଆଉ ଏଥିସହ ସାଉଁଟିଲେଣି ଢେର ପ୍ରଶଂସା। ସେହି କୁନି ପ୍ରତିଭା ହେଲେ ଐଶାନୀ ପ୍ରଧାନ।

ବାଲେଶ୍ୱର ବାରବାଟୀସ୍ଥିତ ଆଇନଜୀବୀ ଲିଟୁ ପ୍ରଧାନ ଓ ଶାଶ୍ୱତୀ କରଙ୍କ କନ୍ୟା ଐଶାନୀ। ଝିଅର ତବଲା ବାଦନ ପ୍ରତି ଆକର୍ଷଣକୁ ଲକ୍ଷ୍ୟ କରି ମା’ବାପା ଐଶାନୀଙ୍କୁ ୫ ବର୍ଷ ବୟସରୁ ତବଲା ଗୁରୁ କମଳାକାନ୍ତ ବେହେରାଙ୍କ ପାଖରେ ଛାଡ଼ିଥିଲେ। ତାଙ୍କର ପ୍ରତିଭା ବିଭିନ୍ନ ପ୍ରତିଯୋଗିତାରେ ଆଣିଦେଇଛି ସଫଳତା । ନବଭାରତ ରାଷ୍ଟ୍ରୀୟ ଜ୍ଞାନପୀଠ ସମ୍ମାନ, ୟଙ୍ଗ ଷ୍ଟାର ସମ୍ମାନ, କଳା ବେଦିକା ସମ୍ମାନ, ନ୍ୟାଶନାଲ ତାଲ୍‌ କୃତୀମଣି ସମ୍ମାନ ସହିତ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି। ଏଥିସହ ଅଧ୍ୟାପିକା ପୂର୍ଣ୍ଣିମା ବାରିକଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି ଐଶାନୀ । ବକ୍ତୃତା, ଗଳ୍ପକଥନ, ଶ୍ଳୋକାବୃତ୍ତି, କବିତା ଆବୃତ୍ତିରେ ବି ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି ସେ। ସେଣ୍ଟ କନ୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ଷ୍ଟାଣ୍ଡାର୍ଡ-୪ଛାତ୍ରୀ ଐଶାନୀ ପିଲାଦିନରୁ ନିଜ ବିଦ୍ୟାଳୟରେ ଆୟୋଜିତ ବକ୍ତୃତା, ରାଇମ୍‌, ଗଳ୍ପକଥନ ପ୍ରତିଯୋଗିତାରେ ଏକାଧିକ ପୁରସ୍କାର ପାଇଛନ୍ତି। ସେହିପରି ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ‘କବିତା ଆବୃତ୍ତି’ରେ ସ୍ବତନ୍ତ୍ର ସ୍ଥାନ ହାସଲ ସହ କିଡ୍ସ ଫେଷ୍ଟରେ ଗଳ୍ପ କଥନରେ କୃତିତ୍ୱ ଅର୍ଜନ କରିଛନ୍ତି। କରୋନା ସମୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଙ୍ଗୀତ ମହୋତ୍ସବରେ ଅନଲାଇନ୍‌ରେ ଲାଇଭ ପ୍ରୋଗ୍ରାମ୍‌ (ଏକକ ତବଲା ବାଦନ ପରିବେଷଣ) କରି କଳାକ୍ଷେତ୍ରକୁ ସମୃଦ୍ଧ କରିବା ସହ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଛନ୍ତି।
ଐଶାନୀ ଭବିଷ୍ୟତରେ ଜଣେ ସଫଳ କଳାକାର ହେବା ସହ ସ୍କୁଲ ପାଠ୍ୟକ୍ରମ ଶେଷ କରି ତାଙ୍କ ମା’ବାପାଙ୍କ ପରି ଆଇନ ପାଠପଢ଼ି ବିଚାର ବିଭାଗୀୟ ସେବାରେ ଯୋଗଦେବା ଲାଗି ଲକ୍ଷ୍ୟ ରଖିଥିବା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri