ମତୁଆଲା କରେ ଐଶାନୀଙ୍କ ତବଲା ବାଦନ

ବାଲେଶ୍ୱର ଅଫିସ, ୮।୯-ବୟସ ତାଙ୍କୁ ୯। ଏଇ ବୟସରୁ ତବଲା ବାଦନ କରି ଶ୍ରୋତାଙ୍କୁ ମତୁଆଲା କରି ଦେଉଛନ୍ତି। ନିଜର ପ୍ରତିଭା ପ୍ରଦର୍ଶନ କରି ଦି ନ୍ୟାଶନାଲ ଏକାଡେମୀ ଫର୍‌ ଆର୍ଟ ଏଜୁକେଶନ (ମହାରାଷ୍ଟ୍ର) ପକ୍ଷରୁ ‘ଇଣ୍ଡିଆ ଷ୍ଟାର ଆଇକନ୍‌ କିଡ୍‌ସ ଆଚିଭର୍ସ ଆୱାର୍ଡ-୨୦୨୧’ରେ ସମ୍ମାନିତ ହୋଇ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଆଉ ଏଥିସହ ସାଉଁଟିଲେଣି ଢେର ପ୍ରଶଂସା। ସେହି କୁନି ପ୍ରତିଭା ହେଲେ ଐଶାନୀ ପ୍ରଧାନ।

ବାଲେଶ୍ୱର ବାରବାଟୀସ୍ଥିତ ଆଇନଜୀବୀ ଲିଟୁ ପ୍ରଧାନ ଓ ଶାଶ୍ୱତୀ କରଙ୍କ କନ୍ୟା ଐଶାନୀ। ଝିଅର ତବଲା ବାଦନ ପ୍ରତି ଆକର୍ଷଣକୁ ଲକ୍ଷ୍ୟ କରି ମା’ବାପା ଐଶାନୀଙ୍କୁ ୫ ବର୍ଷ ବୟସରୁ ତବଲା ଗୁରୁ କମଳାକାନ୍ତ ବେହେରାଙ୍କ ପାଖରେ ଛାଡ଼ିଥିଲେ। ତାଙ୍କର ପ୍ରତିଭା ବିଭିନ୍ନ ପ୍ରତିଯୋଗିତାରେ ଆଣିଦେଇଛି ସଫଳତା । ନବଭାରତ ରାଷ୍ଟ୍ରୀୟ ଜ୍ଞାନପୀଠ ସମ୍ମାନ, ୟଙ୍ଗ ଷ୍ଟାର ସମ୍ମାନ, କଳା ବେଦିକା ସମ୍ମାନ, ନ୍ୟାଶନାଲ ତାଲ୍‌ କୃତୀମଣି ସମ୍ମାନ ସହିତ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି। ଏଥିସହ ଅଧ୍ୟାପିକା ପୂର୍ଣ୍ଣିମା ବାରିକଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି ଐଶାନୀ । ବକ୍ତୃତା, ଗଳ୍ପକଥନ, ଶ୍ଳୋକାବୃତ୍ତି, କବିତା ଆବୃତ୍ତିରେ ବି ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି ସେ। ସେଣ୍ଟ କନ୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ଷ୍ଟାଣ୍ଡାର୍ଡ-୪ଛାତ୍ରୀ ଐଶାନୀ ପିଲାଦିନରୁ ନିଜ ବିଦ୍ୟାଳୟରେ ଆୟୋଜିତ ବକ୍ତୃତା, ରାଇମ୍‌, ଗଳ୍ପକଥନ ପ୍ରତିଯୋଗିତାରେ ଏକାଧିକ ପୁରସ୍କାର ପାଇଛନ୍ତି। ସେହିପରି ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ‘କବିତା ଆବୃତ୍ତି’ରେ ସ୍ବତନ୍ତ୍ର ସ୍ଥାନ ହାସଲ ସହ କିଡ୍ସ ଫେଷ୍ଟରେ ଗଳ୍ପ କଥନରେ କୃତିତ୍ୱ ଅର୍ଜନ କରିଛନ୍ତି। କରୋନା ସମୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଙ୍ଗୀତ ମହୋତ୍ସବରେ ଅନଲାଇନ୍‌ରେ ଲାଇଭ ପ୍ରୋଗ୍ରାମ୍‌ (ଏକକ ତବଲା ବାଦନ ପରିବେଷଣ) କରି କଳାକ୍ଷେତ୍ରକୁ ସମୃଦ୍ଧ କରିବା ସହ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଛନ୍ତି।
ଐଶାନୀ ଭବିଷ୍ୟତରେ ଜଣେ ସଫଳ କଳାକାର ହେବା ସହ ସ୍କୁଲ ପାଠ୍ୟକ୍ରମ ଶେଷ କରି ତାଙ୍କ ମା’ବାପାଙ୍କ ପରି ଆଇନ ପାଠପଢ଼ି ବିଚାର ବିଭାଗୀୟ ସେବାରେ ଯୋଗଦେବା ଲାଗି ଲକ୍ଷ୍ୟ ରଖିଥିବା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri