ଜେଲରୁ ସାକ୍ଷୀଙ୍କୁ ଧମକାଇବା ମାମଲା, ଅଭିଯୁକ୍ତ ଦଣ୍ଡିତ

ଛତ୍ରପୁର,୨୯ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇ ଛତ୍ରପୁର ସବଜେଲରେ ବିଚାରାଧୀନ ବନ୍ଦୀ ଥିବା ଅଭିଯୁକ୍ତ ଫୋନରେ ସାକ୍ଷୀଙ୍କୁ ଧମକାଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଛତ୍ରପୁର ଏସଡ଼ିଜେଏମ୍‌ ପ୍ରୀତିଶ କୁମାର ରଥ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ବିପୁଳିଙ୍ଗି ଗ୍ରାମର ରାଧାଶ୍ୟାମ ପଣ୍ଡାଙ୍କୁ ୧ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହତ୍ୟା ମାମଲାର ଏତଲାକାରୀ ତଥା ସାକ୍ଷୀ ଆଶିଷ ପଣ୍ଡାଙ୍କୁ ରାଧାଶ୍ୟାମ ଜୀବନରେ ମାରିବାକୁ ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏହି ସଜା ପାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ ।
ସୂଚନାଯୋଗ୍ୟ, ୨୦୨୩ ଫେବୃଆରୀ ମାସରେ କୌଣସି ଏକ କାରଣକୁ ନେଇ ରାଧାଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଘରେ କେହି ନଥିବାର ସୁଯୋଗ ନେଇ ରାଧାଶ୍ୟାମ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଏହି ଖବରପାଇ ଓ ବାପାଙ୍କ ଅତ୍ୟାଚାର ସହି ନପାରି ତାଙ୍କ ପୁଅ ଦେବାଶିଷ ପଣ୍ଡା ଆତ୍ମହତ୍ୟା କରିଥିଲେ। ହତ୍ୟା ଅଭିଯୋଗରେ ଗତବର୍ଷ ମାର୍ଚ୍ଚରୁ ଅଭିଯୁକ୍ତ ରାଧାଶ୍ୟାମ ଛତ୍ରପୁର ସବଜେଲରେ ବିଚରାଧୀନ ବନ୍ଦୀ ଭାବେ ରହିଛନ୍ତି। ସେଠାରେ ରହିଲା ପରେ ବି ତାଙ୍କର ଅତ୍ୟାଚାର କମି ନ ଥିଲା। ସେ ନିଜର ଅନ୍ୟ ୨ ପୁଅ ଆଶିଷ ଓ ଶାନ୍ତନୁଙ୍କୁ ମାରିବା ପାଇଁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ତଥା ଫୋନ ମାଧ୍ୟମରେ ଧମକ ଦେଇ ଆସୁଥିଲେ। ଏହାକୁ ପ୍ରଥମେ ପୁଅମାନେ ଏତେ ଧ୍ୟାନ ଦେଉନଥିଲେ । ପରେ ଯେତେବେଳେ ଏହି କଥା ବଢିବାରେ ଲାଗିଲା, ସେତେବେଳେ ଦୁଇ ପୁଅ ଛତ୍ରପୁର ଥାନାକୁ ଜଣାଇଥିଲେ। ଗତ ଅଗଷ୍ଟ ୨୦ ତାରିଖରେ ଆଶିଷ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଗଷ୍ଟ ୨୦, ୨୦୨୩ରେ କେସ ନମ୍ବର ୫୪୭/୨୦୨୩ରେ ମାମଲାଟି ରୁଜ୍ଜୁ ହେବା ସହ ତଦନ୍ତକାରୀ ଅଧିକାରୀ ବିନୟ କୁମାର ଦାସ ଏହାର ବିଭିନ୍ନ ପ୍ରମାଣକୁ ଏକାଠି କରି ଚାର୍ଜସିଟ ଦାଖଲ କରିଥିଲେ । ଏହି ମାମଲାଟି ଜିଆର ୧୧୦୧/୨୩ ରେ ପଞ୍ଜିକୃତ ହୋଇ ଛତ୍ରପୁର କୋର୍ଟରେ ବିଚରାଧୀନ ରହିଥିଲା। ସୋମବାର ୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ତଥା ସାକ୍ଷୀଙ୍କ ସୁରକ୍ଷା କଥା ଚିନ୍ତା କରି ଅଭିଯୁକ୍ତଙ୍କୁ ୫୦୬ଧାରାରେ ଅଭିଯୁକ୍ତ ରାଧାଶ୍ୟାମଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଥିଲେ। ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri