Posted inଫୁରସତ

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ ‘ଲୌହମାନବୀ’ ବା ‘ଆଇରନ୍‌ ଲେଡି’ର ପରିଚୟ ଦେଇଥିଲା । ସେ ହେଉଛନ୍ତି ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ । ତାଙ୍କ ଜୀବନର ପ୍ରତ୍ୟେକଟି ଫର୍ଦ୍ଦ ଥିଲା ବେଶ୍‌ ପ୍ରେରଣାଦାୟକ। ପ୍ରତ୍ୟେକ ନାରୀଙ୍କର ପ୍ରେରଣାର ଉତ୍ସ ପାଲଟିଥିବା ଏହି ବଳିଷ୍ଠ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ପଲ୍ଲବୀ ରେବାପ୍ରାଗଡ଼ା, ଯେକି ଏକାଧାରରେ ଜଣେ ସାମ୍ବାଦିକା, ପବ୍ଲିକ ପଲିସି କନସଲଟାଣ୍ଟ(ଦିଲ୍ଲୀ) ଓ ଲେଖିକା। ଇଣ୍ଡିଆ ଟୁଡେ ଗ୍ରୁପ୍‌ରେ ଫିଚର ରାଇଟର୍‌ ଭାବେ ପଲ୍ଲବୀଙ୍କର କ୍ୟାରିୟର ଆରମ୍ଭ ହୁଏ। ଆଉ ସେ ଲାଇଫ୍‌ ଓ କଲଚର୍‌ ଉପରେ ଲେଖନ୍ତି ଅନେକ ଫିଚର୍‌। ପରେ ସେ କାମ କରନ୍ତି ଫୋର୍ବସ୍‌ ମାଗାଜିନ୍‌ ଓ ଫର୍ଷ୍ଟପୋଷ୍ଟରେ। ସେତେବେଳେ ସେ ଦେଶର ଅର୍ଥନୀତି, ପ୍ରିଜନ ରିଫର୍ମ, ଭାରତର ଡ୍ରଗ୍‌ କ୍ରାଇସିସ୍‌ ଭଳି ମାନବୀୟ ବାସ୍ତବତା ଉପରେ ନାନା ରିପୋର୍ଟ କରନ୍ତି। ପରେ ସେ ଢଳନ୍ତି କାଳ୍ପନିକ ଦୁନିଆ ଆଡକୁ। ଆଉ ଲେଖି ବସନ୍ତି ଅନେକ ଗଳ୍ପ। ଏବେ ତାଙ୍କ ଲେଖନୀ ରାଜନୈତିକ ଇତିହାସ ରଚନାରେ ଚଳଚଞ୍ଚଳ ଏବଂ ସେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ତଥା ଆଇରନ୍‌ ଲେଡି ଭାବେ ପରିଚିତ ନନ୍ଦିନୀ ଶତପଥୀଙ୍କ ଜୀବନୀ ଉପରେ ଲେଖିଛନ୍ତି ପୁସ୍ତକ ‘ନନ୍ଦିନୀ ଶତପଥୀ ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’। ପୁସ୍ତକକୁ ନେଇ ତାଙ୍କ ସହ କିଛି କଥା…

ପ୍ର-ଆପଣଙ୍କ ପ୍ରଥମ ପୁସ୍ତକ ‘ଅପ୍‌ ଅନ୍‌ ଏ ବ୍ରାଇଟ୍‌ ରେଡ୍‌ ବେଞ୍ଚ’ ଏକ କ୍ଷୁଦ୍ରଗଳ୍ପ ସଂକଳନ ଥିଲା। ତେବେ ପରବର୍ତ୍ତୀ ସମୟରେ କେଉଁ କଥା ଆପଣଙ୍କୁ ରାଜନୈତିକ ଇତିହାସ ରଚନା କରିବା ଲାଗି ପ୍ରେରଣା ଦେଇଥିଲା?

ଉତ୍ତର-‘ଅପ୍‌ ଅନ୍‌ ଏ ବ୍ରାଇଟ୍‌ ରେଡ୍‌ ବେଞ୍ଚ’ ଥିଲା କ୍ଷୁଦ୍ରଗଳ୍ପ ଥିବା ମୋର ଏକ ପ୍ୟାସନ ପ୍ରୋଜେକ୍ଟ, ଯାହାକୁ କି ମୁଁ ବେଶ୍‌ କିଛି ବର୍ଷର ଫ୍ୟାଶନଜଗତ ଓ ବ୍ୟବସାୟ ସମ୍ବନ୍ଧିତ ଫିଚର ରାଇଟିଂ ପରେ ଆରମ୍ଭ କରିଥିଲି। ସାମ୍ବାଦିକତା କ୍ଷେତ୍ରରେ ମୋର ଅଭିଜ୍ଞତା ଓ ଦକ୍ଷତା ବଢିବା ସହ ମୁଁ ଧୀରେ ଧୀରେ ସାମାଜିକ ଓ ରାଜନୈତିକ ବାସ୍ତବତାକୁ ନେଇ ରିପୋର୍ଟିଂ କରିବା ସହ ଲେଖିବା ଆରମ୍ଭ କଲି। ଆଉ ଏହି ସମୟରେ ହିଁ ମୁଁ ନନ୍ଦିନୀ ଶତପଥୀଙ୍କ ଜୀବନ କାହାଣୀକୁ ଦସ୍ତାବିଜର ରୂପ ଦେବାର ଆବଶ୍ୟକତାକୁ ଅନୁଭବ କଲି। ଫିକ୍ସନ ବା କାଳ୍ପନିକ କଥାବସ୍ତୁରେ ପାଗଳପଣ ଭରିରହିଥାଏ ଓ ଏହା ଭିନ୍ନ ଏକ ସ୍ବାଦର ହୋଇଥାଏ । ହେଲେ ନନ୍‌-ଫିକ୍ସନ ଗହନ ଗବେଷଣା ଉପରେ ଆଧାରିତ, ଯାହାର ଆବଶ୍ୟକତା ଏଭଳି ମହାନ୍‌ କାହାଣୀଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ପଡ଼ିଥାଏ।

ପ୍ର- ଏହି ପୁସ୍ତକ ଲେଖିବା ଓ ନନ୍ଦିନୀ ଶତପଥୀଙ୍କ ଜୀବନ କାହାଣୀ ଉପରେ ଗବେଷଣା ବେଳର ଅନୁଭୂତି କେମିତି ଥିଲା?
ଉତ୍ତର- ଅନୁଭୂତି ବେଶ୍‌ ରୋମାଞ୍ଚକର ଥିଲା। ମୁଁ ଇତିହାସର ସେଇ ଗହନ କଥାଗୁଡିକୁ ଉନ୍ମୋଚନ କରିପାରିଲି ଯାହା ଅଭିଲେଖାଗାରରେ ଲୁଚି ରହିଯାଇଥିଲା। ନନ୍ଦିନୀ ଶତପଥୀ ତାଙ୍କ ଜୀବନକାଳ ମଧ୍ୟରେ ଯାହାସବୁ କରିଯାଇଛନ୍ତି ସେ ସମ୍ପର୍କରେ ଅନେକେ ଅବଗତ ନାହାନ୍ତି କି ସେ ସମ୍ପର୍କିତ ବିଶେଷ କିଛି ତଥ୍ୟ ସଂଗ୍ରହ କରି ରଖାଯାଇ ନାହିଁ। ଏମିତିକି ପ୍ରଥମେ ଯେବେ ମୁଁ ତାଙ୍କ ସମ୍ପର୍କରେ ଗୁଗଲରେ ସର୍ଚ୍ଚ କରିଥିଲି ବିଶେଷ କିଛି ତଥ୍ୟ ପାଇ ନ ଥିଲି। ଏହି କଥା ମୋତେ ଗଭୀରଭାବେ ପ୍ରଭାବିତ କରିଥିଲା। ତେବେ ମୁଁ ଧନ୍ୟବାଦ ଦେବି ମୋ ସାଙ୍ଗ ରୋଶନ ଶଙ୍କରଙ୍କୁ ଯେକି ପ୍ରିନ୍ସଟନ ଲାଇବ୍ରେରିରୁ ୧୯୬୦ରେ ନନ୍ଦିନୀ ଶତପଥୀଙ୍କ ଉପରେ ପ୍ରକାଶ ପାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରିପୋର୍ଟ ମୋତେ ପ୍ରଦାନ କରିଥିଲେ। ଅନେକେ ହୁଏତ ଜାଣି ନ ଥିବେ ଯେ ୧୯୭୧ ମସିହା ଯୁଦ୍ଧରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଏହି ମହୀୟସୀ ମହିଳା ଭଗ୍‌ ପ୍ୟାରିସ୍‌ ମାଗାଜିନ୍‌ରେ ବି ସ୍ଥାନ ପାଇଥିଲେ। କାରଣ ବଲିଉଡ ସେଲିବ୍ରିଟିଙ୍କ ସହ ସେ ଭଲ ସମ୍ପର୍କରେ ଥିଲେ। ତା’ସହ ସେ ହିଁ ଭାରତର ଲ୍ୟାଣ୍ଡ ରିଫର୍ମ ପଲିସି ବା ଭୂ-ସଂସ୍କାର ନୀତିକୁ ସଂଜ୍ଞାକୃତ କରିଥିଲେ।

ପ୍ର- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁସ୍ତକ ରଚନା ସହ ରାଜ୍ୟର ବିଭିନ୍ନ ସାହିତ୍ୟ ମହୋତ୍ସବ ଯେମିତିକି କଳିଙ୍ଗ ଲିଟେରାରି ଫେଷ୍ଟିଭାଲରେ ବି ଆପଣ ଯୋଗ ଦେଇଛନ୍ତି। ଓଡ଼ିଶା ସହ ଆପଣଙ୍କର ଏହି ସମ୍ବନ୍ଧ ଏକ ସଂଯୋଗ ନା ଆଉ କିଛି?

ଉତ୍ତର- ମୋ ଜାତୀୟତା ତଥା ଜନ୍ମ ଆନ୍ଧ୍ରପ୍ରଦେଶରେ ହୋଇଥିଲେ ହେଁ ମୁଁ ନିଜକୁ ଓଡ଼ିଶାର ଝିଅ ବୋଲି ମନେକରେ। ୨୦୧୯ରେ ମୁଁ ଯେତେବେଳେ ଭାଗବତ ନନ୍ଦ ନାମକ ଜଣେ ଭଦ୍ରବ୍ୟକ୍ତିଙ୍କୁ ଭେଟିବା ପାଇଁ ପ୍ରଥମେ ସମ୍ବଲପୁର ଯାଇଥିଲି ସେତେବେଳେ ହିଁ ଏହି ପୁସ୍ତକ ଲେଖିବାର ଯୋଜନା କରିଥିଲି। ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ଭଦ୍ରବ୍ୟକ୍ତି ତାଙ୍କର ରାଜନୈତିକ ସଚିବ ଥିଲେ। ତାଙ୍କଠାରୁ ମୁଁ ନନ୍ଦିନୀ ଶତପଥୀଙ୍କ ସମ୍ପର୍କରେ ଅନେକ କିଛି ଜାଣିବାକୁ ପାଇଲି। ଯେତେ ଅଧିକ ମୁଁ ତାଙ୍କ ସମ୍ପର୍କରେ ଜାଣିଲି ତାଙ୍କ ଉପରେ ପୁସ୍ତକ ରଚନା କରିବାର ମୋର ଇଚ୍ଛା ଓ ଉତ୍କଣ୍ଠା ସେତେ ବଢ଼ିଲା। ସେହି ସମୟରେ କେଏଲ୍‌ଏଫ୍‌(କଳିଙ୍ଗ ଲିଟେରାରି ଫେଷ୍ଟିଭାଲ)ର ରଶ୍ମିରଞ୍ଜନ ମଧ୍ୟ ମୋ ସହ ଯୋଗ ଦେବାକୁ ଆଗେଇ ଆସିଥିଲେ। ସମସ୍ତଙ୍କ ସାହାଯ୍ୟ ସହଯୋଗରେ ହିଁ ଓଡ଼ିଶାର ଏହି ରତ୍ନଙ୍କ ଉପରେ ପୁସ୍ତକ ରଚନା କରିପାରିଲି। ଆଉ ଓଡ଼ିଶା ସହ ମୋର ସମ୍ପର୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଗଢ଼ିଉଠିଛି। ଏହି ପୁସ୍ତକକୁ ବି ମୁଁ ମହାପ୍ରଭୁଙ୍କୁ ସମର୍ପଣ କରିଛି।

ପ୍ର-ନନ୍ଦିନୀ ଶତପଥୀଙ୍କର କେଉଁ କଥା ଆପଣଙ୍କୁ ପ୍ରେରଣା ଯୋଗାଏ?
ଉତ୍ତର: ମୋ ପୁଅ ତିନି ମାସର ହୋଇଥିବାବେଳେ ମୁଁ ଏହି ବହି ଲେଖିବା ଆରମ୍ଭ କରିଥିଲି। ସେତେବେଳେ ମୁଁ ନା ଦିନରେ ନା ରାତିରେ ଶୋଇପାରୁଥିଲି। ତା’ସହ ସେତେବେଳେ ମୁଁ ମହାମାରୀ ନିୟନ୍ତ୍ରଣ ଲାଗି ଜଣେ ପରାମର୍ଶଦାତାଭାବେ ସ୍ବାସ୍ଥ୍ୟ ବିଭାଗ ସହ କାମ କରୁଥିଲି। ଏମିତି ପରିସ୍ଥିତିରେ ବି ଏହା କରିପାରିଲି କାରଣ ମୁଁ ଏଭଳି ଜଣେ ମହିଳାଙ୍କ ସମ୍ପର୍କରେ ଦସ୍ତାବିଜ ତିଆରି କରୁଥିଲି, ଯେ କି ଆଧୁନିକ ନାରୀଙ୍କ ପାଇଁ ଜଣେ ଦୃଷ୍ଟାନ୍ତ। ସେ ରାଜନୀତିରେ ଯେମିତି ସହଜ ଥିଲେ ସେମିତି ଖୁବ୍‌ ଆଗ୍ରହର ସହକାରେ ସାଧାରଣଲୋକଙ୍କ ଅଧିକାର ପାଇଁ କାମ କରୁଥିଲେ। ରାଜନୀତିରେ ତାଙ୍କର ନୀତି ତାଙ୍କୁ ଶୀର୍ଷକୁ ନେବା ସହ ଚିରସ୍ମରଣୀୟ କରାଇଛି। ରାଜନୈତିକ ଜୀବନର ଖାଲଢ଼ିପ ରାସ୍ତାକୁ ସେ ବେଶ୍‌ ଦୃଢ଼ତା ଓ ଆତ୍ମବିଶ୍ୱାସର ସହ ଅତିକ୍ରମ କରିଛନ୍ତି। ଫଳରେ ସେ ଆଗକୁ ବଢିବାର ସ୍ବପ୍ନ ଦେଖୁଥିବା ପ୍ରତ୍ୟେକ ମହିଳାଙ୍କର ପ୍ରେରଣା ପାଲଟିଛନ୍ତି।

ପ୍ର-ଶେଷରେ ଆପଣଙ୍କୁ ଗୋଟିଏ ପ୍ରଶ୍ନ, ଆପଣ ଲେଖିକା ନ ହୋଇଥିଲେ କ’ଣ ହୋଇଥାନ୍ତେ?
ଉତ୍ତର-ରାଜନୀତି ଓ ଭାରତର ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ରହିବାକୁ ମତେ ଭଲ ଲାଗେ। ମୋ ମତରେ ଯାହାକୁ ଆମେ ଭୁଲ୍‌ ବୋଲି ଭାବୁ କିମ୍ବା ଯାହା ଆହୁରି ଭଲ ହୋଇପାରିବ ବୋଲି ଚିନ୍ତାକରୁ ତାହା କେବଳ ରାଜନୀତି ଦ୍ୱାରା ହିଁ ସମ୍ଭବ। -ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri