ଜଳ ସଂରକ୍ଷଣରେ ବାଧା

ବାରିପଦା ଅଫିସ,୭ା୫ ଅପଚୟ ହେଉଥିବା ବର୍ଷାଜଳକୁ ଭୂତଳଗାମୀ କରିବା ପାଇଁ ମୟୂରଭଞ୍ଜ ଜିଲାରେ ବର୍ଷାଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଭୂତଳ ଜଳସ୍ତର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ବାରିପଦା ସହରରେ ୪ଶହରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ କାର୍ଯ୍ୟାରମ୍ଭ କରାଯାଇଛି। ମାତ୍ର କାର୍ଯ୍ୟର ମାନ ଓ ସ୍ଥାୟୀତ୍ୱକୁ ନେଇ ବିଭାଗୀୟ ଅଧିକାରୀମାନେ ଆଖି ବୁଜି ଦେଇଥିବାରୁ ସରକାରଙ୍କ ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ ା ଭୂତଳ ଜଳସ୍ତର ଦିନକୁ ଦିନ କମିବା ଦ୍ୱାରା ଖରାଦିନେ ପାନୀୟ ଜଳର ଘୋର ଅଭାବ ପରିଲ୍ଲଖିତ ହେଉଛି ା ଜନସଂଖ୍ୟା ବୃଦ୍ଧିକୁ ନେଇ ବାରିପଦା ସମେତ ମୟୂରଭଞ୍ଜ ଜିଲାରେ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି ା ଖାଲୁଆ ଅଞ୍ଚଳକୁ ପୋତି ରାସ୍ତା ଓ ଗୃହ ନିର୍ମାଣ କରାଯିବା ଦ୍ୱାରା ବର୍ଷାଜଳ ସଂରକ୍ଷଣରେ ବାଧକ ସାଜିଛି। ସହର ଉପକଣ୍ଠ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଜଳ ରାଶି ଓ ପୋଖରୀ ଗୁଡ଼ିକ ଗ୍ରୀଷ୍ମ ଋତୁରେ ଶୁଖିଯିବାରୁ ଭୂତଳ ଜଳସ୍ତର କମୁଛି। ଏନେଇ ସହରବାସୀଙ୍କ ମଧ୍ୟରେ ଭାଲେଣି ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଦୁଇ ବର୍ଷ ଧରି ସରକାରଙ୍କ ପକ୍ଷରୁ ବାରିପଦା ପୌରପରିଷଦର ୨୮ଟି ୱାଡର୍ର୍ରେ ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ୪୦୦ଟି ବର୍ଷାଜଳ ଅମଳ ପ୍ରକଳ୍ପ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ପ୍ରତ୍ୟେକ ୱାଡର୍ର୍ରେ କମିଟି ଗଠନ କରାଯାଇ ପ୍ରକଳ୍ପ ସ୍ଥାନ ଚୟନ ପାଇଁ କୁହାଯାଇଥିବା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ବର୍ଷାଜଳ ଜମୁଥିବା ସ୍ଥାନ ଚିହ୍ନଟ କରାଯାଇ ସେଠାରେ ୩୦ହଜାର ଟଙ୍କା ବ୍ୟୟ ଅଟକଳରେ ୫ମିଟର ଲମ୍ବର ଜଳ ନିଷ୍କାସନ ନାଳ ସହିତ ସକ୍‌ପିଟ୍‌ ସ୍ଥାପନ କରାଯାଉଛି। ଅନ୍ୟପକ୍ଷରେ ୩୮ହଜାର ଟଙ୍କା ବ୍ୟୟ ଅଟକଳରେ ୨ଶହ ବା ତଦୁର୍ଦ୍ଧ ବର୍ଗ ମିଟରର ସରକାରୀ ଛାତଘର ଚିହ୍ନଟ କରି ଉକ୍ତ ଘରର ଛାତ ବର୍ଷା ପାଣି ପାଇପ ଯୋଗେ ଭୂଇଁକୁ ଆଣିବା ପରେ ଭୂତଳକୁ ଯିବା ବ୍ୟବସ୍ଥା କରାଯାଉଛି।
ୱାର୍ଡ ମାନଙ୍କରେ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଉଛି। ମାତ୍ର କେତେଜଣ ଠିକାଦାର ଉକ୍ତ କାର୍ଯ୍ୟକୁ ଅତି ନିମ୍ନମାନର କରି ସରକାରୀ ଅର୍ଥ ହଡ଼ପ କରିବାରେ ଲାଗିଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ପ୍ରକଳ୍ପ ଗୁଡ଼ିକ କମିଟିକୁ ହସ୍ତାନ୍ତର କରିବା ପରେ ଏହାର ନିର୍ମାଣ ଓ ସ୍ଥାୟିତ୍ୱକୁ ନେଇ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନାହାନ୍ତି। ଫଳରେ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପର ଚିହ୍ନବର୍ଣ୍ଣ ରହୁ ନ ଥିବାରୁ ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଗତ ୨୦୨୦-୨୧ଆର୍ଥିକ ବର୍ଷରେ ପୌରପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ୨୮୦ଟି ପ୍ରକଳ୍ପ ନଷ୍ଟ ହେବାକୁ ବସିଛି। ଏ ସଂକ୍ରାନ୍ତରେ ପୌରପରିଷଦର ନିର୍ବାହୀ ଯନ୍ତ୍ରୀ ଇଂ. ସଚ୍ଚିଦାନନ୍ଦ ଶତପଥୀଙ୍କୁ ପଚାରିବାରୁ କାର୍ଯ୍ୟ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ତଦାରଖ କରାଯାଉଛି। ମନ୍ଦ ଉଦ୍ଦେଶ୍ୟ ରଖି ପ୍ରକଳ୍ପ ଗୁଡ଼ିକ ନଷ୍ଟ କରାଯାଉଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri