ଇଣ୍ଟର୍ନଶିପ୍

କର୍ମକ୍ଷେତ୍ରରେ ସଫଳତା ହାସଲ କରିବାର ଚାବିକାଠି ହେଉଛି କାର୍ଯ୍ୟଦକ୍ଷତା। ଏହା ଯାହା ପାଖରେ ଯେତେ ଅଧିକ, କର୍ମକ୍ଷେତ୍ରରେ ତା’ର ସ୍ଥିତି ସେତେ ମଜଭୁତ୍‌ ଏବଂ ସଫଳତାର ମାର୍ଗ ସେତେ ସରଳ। ତେବେ ବର୍ତ୍ତମାନ
ଏହାକୁ ହାସଲ
କରିବାର ସବୁଠୁ ବେଷ୍ଟ
ମାଧ୍ୟମ ପାଲଟିଛି ଇଣ୍ଟର୍ନଶିପ୍‌ …

ଯେକୌଣସି କ୍ଷେତ୍ରରେ ଆଗକୁ ବଢିବାକୁ ହେଲେ ସର୍ବପ୍ରଥମେ ଉକ୍ତ ଫିଲ୍ଡରେ ଭରପୂର ଜ୍ଞାନ ସହ କାର୍ଯ୍ୟଦକ୍ଷତା ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ମୂଳଦୁଆ ମଜଭୁତ ହେଲେ ସଫଳତା ହାସଲ କରିବା ସହଜ ହୋଇଥାଏ। ଆଉ ଏଥିପାଇଁ ଜବ୍‌ କରିବା ପୂର୍ବରୁ ନିଜ ଫିଲ୍ଡରେ ଅଧିକ ଜ୍ଞାନ ଆହରଣ କରିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧିଲାଗି ବର୍ତ୍ତମାନ ଅଧିକାଂଶ ଯୁବପିଢି ଇଣ୍ଟର୍ନଶିପ୍‌ କରୁଥିବା ଦେଖିବାକୁ ମିଳୁଛି…

ମିଳୁଛି ଶିଖିବାର ସୁଯୋଗ: ପାଠପଢ଼ା ଏବଂ କର୍ମକ୍ଷେତ୍ରରେ କାମ କରିବା ଭିତରେ ଅନେକ ପାର୍ଥକ୍ୟ ରହିଥାଏ। ତେଣୁ କ୍ୟାରିୟର ଭଲ ଥିଲେ ବା ଅଧିକ ନମ୍ବର ରଖିଲେ ଜଣେ ଭଲ ଚାକିରି ପାଇବା ତା’ ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। କାରଣ ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଅନେକ କ୍ଷେତ୍ରରେ ଆଗକୁ ବଢିବାରେ ଥିଓରି ଅପେକ୍ଷା ପ୍ରାକ୍ଟିକାଲ୍‌ ଜ୍ଞାନ ବେଶି ସହଯୋଗ କରିଥାଏ। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଇଣ୍ଟର୍ନଶିପ୍‌ କରିବା ଦ୍ୱାରା ଅଭିଜ୍ଞତା ବଢୁଥିବାରୁ ଅନେକ ଯୁବପିଢି ବେଶ୍‌ ଉପକୃତ ହେଉଛନ୍ତି। ଏହା ସେମାନଙ୍କୁ ଚାକିରି କରିବା ପୂର୍ବରୁ ଭଲ ଭାବେ କାମ ଶିଖିବା ଏବଂ ନୂଆ ନୂଆ ଜ୍ଞାନ ଆହରଣ କରିବାର ସୁଯୋଗ ଦେଉଛି।
ବୃଦ୍ଧି ହୁଏ କାର୍ଯ୍ୟଦକ୍ଷତା: କର୍ମକ୍ଷେତ୍ରରେ ସର୍ବଦା ଜଣେ ଦକ୍ଷ କର୍ମଚାରୀଙ୍କୁ ହିଁ ପ୍ରାଥମିକତା ଦିଆଯାଇଥାଏ। ତେଣୁ ଇଣ୍ଟର୍ନଶିପ୍‌ କରିବା ଦ୍ୱାରା କାର୍ଯ୍ୟଶୈଳୀଠାରୁ ଆରମ୍ଭ କରି ଆଗକୁ କ’ଣ କଲେ ନିଜ ଫିଲ୍ଡରେ ଅଧିକ ସଫଳ ହୋଇପାରିବେ ସେ ନେଇ ଶିଖିବାର ସୁଯୋଗ ମିଳିଥାଏ। ଅଧିକରୁ ଅଧିକ ଶିଖିବା ଦ୍ୱାରା କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ। ଫଳରେ ନୂଆ ଜବ୍‌ କରିବା ବେଳେ କାମ ଶିଖିବା ଲାଗି ଅନ୍ୟ ଉପରେ ନିର୍ଭର କରିବା, ଉପରିସ୍ଥ କର୍ମଚାରୀଙ୍କଠାରୁ ଗାଳି ଶୁଣିବା ଅବା ସହକର୍ମୀମାନଙ୍କ ନିକଟରେ ଅପଦସ୍ଥ ହେବା ଭଳି ସମସ୍ୟା ଉପୁଜି ନ ଥାଏ।
ଜବ୍‌ ମିଳିବା ହୁଏ ସହଜ: ଅନେକ ସମୟରେ ଇଣ୍ଟର୍ନଶିପ୍‌ରେ ଭଲ ଭାବେ ଶିଖୁଥିବା ଏବଂ ନିଜ କାର୍ଯ୍ୟଦକ୍ଷତା ପ୍ରମାଣିତ କରୁଥିବା ଟ୍ରେନି ଏମ୍ପ୍ଲୋଇମାନଙ୍କୁ ପ୍ରଥମେ ଜବ୍‌ ମିଳିଥାଏ। ନା କେବଳ ଅନ୍ୟଠାରେ ବରଂ ଇଣ୍ଟର୍ନଶିପ୍‌ କରୁଥିବା ସଂସ୍ଥାକୁ ମଧ୍ୟ କାର୍ଯ୍ୟ ପସନ୍ଦ ଆସିଲେ ସେହିଠାରେ ହିଁ ଜବ୍‌ ମିଳିବାର ସମ୍ଭାବନା ଅଧିକ ଥାଏ। ତେଣୁ ଇଣ୍ଟର୍ନଶିପ୍‌ ଲାଗି ନିର୍ଦ୍ଧାରିତ କମ୍‌ ସମୟ ସୀମା ମଧ୍ୟରେ ନିଜର ବେଷ୍ଟ ଦେବା ହିଁ ଜଣେ ଦକ୍ଷ କର୍ମଚାରୀର ପରିଚୟ।
ଦିଏ ରୋଜଗାରର ସୁଯୋଗ: ଅନେକ ସଂସ୍ଥା ଇଣ୍ଟର୍ନଶିପ୍‌ ଯୋଗାଇ ଦେବା ସମୟରେ ଟ୍ରେନି ଏମ୍ପ୍ଲୋଇମାନଙ୍କୁ ଷ୍ଟାଇପେଣ୍ଡ ଦେଇଥାନ୍ତି; ଯଦ୍ଦ୍ବାରା କାମ ଶିଖିବା ସହ ରୋଜଗାରର ମଧ୍ୟ ସୁଯୋଗ ମିଳିଥାଏ। କିଛି ସଂସ୍ଥାରେ ଇଣ୍ଟର୍ନଶିପ୍‌ ପିରିଅଡ୍‌ ସରିବା ପରେ ଷ୍ଟାଇପେଣ୍ଡ ଦେଇଥାନ୍ତି ତ ଆଉ କିଛି ସଂସ୍ଥା ଏହାକୁ ପ୍ରତିମାସରେ ଦେଇଥାନ୍ତି। ବର୍ତ୍ତମାନ ଅନେକ ମଲ୍ଟିନ୍ୟାଶନାଲ୍‌ ସଂସ୍ଥା ଦକ୍ଷ କର୍ମଚାରୀଙ୍କୁ ଚୟନ କରି ଜବ୍‌ ଦେବା ଲାଗି ଅନ୍‌ଲାଇନ୍‌ରେ ଇଣ୍ଟର୍ନଶିପ୍‌ ଯୋଗାଇ ଦେଉଛନ୍ତି ଏବଂ ମାସକୁ ୨୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ବିଭିନ୍ନ ଇ-କମର୍ସ କମ୍ପାନୀଗୁଡିକ ଏଭଳି ସୁବିଧା ଯୋଗାଇ ଦେଉଛନ୍ତି। ତେଣୁ ଜବ୍‌ ଆଶାୟୀ ପ୍ରାର୍ଥୀ ଏଭଳି ସଂସ୍ଥାରେ ଇଣ୍ଟର୍ନଶିପ୍‌ କରି କାର୍ଯ୍ୟ ଶିଖିବା ସହ ରୋଜଗାର କରିବାର ବି ସୁଯୋଗ ପାଇପାରିବେ।
ମିଳେ ରେଫରେନ୍ସ ସୁବିଧା: ପ୍ରତ୍ୟେକ ସଂସ୍ଥା ଅଧିକ କାମ ଜାଣିଥିବା ଏବଂ ବିଶ୍ୱସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚାହାନ୍ତି। ଏମିତିରେ ସେମାନେ ନିଯୁକ୍ତି ଦେବା ସମୟରେ ଅନ୍ୟ ବରିଷ୍ଠ କର୍ମଚାରୀମାନଙ୍କ ରେଫରେନ୍ସକୁ ପ୍ରାଥମିକତା ଦିଅନ୍ତି। ତେଣୁ ଯେଉଁମାନେ ଇଣ୍ଟର୍ନଶିପ୍‌ କରନ୍ତି ସେମାନଙ୍କର ଲୋକ ସମ୍ପର୍କ ବୃଦ୍ଧି ହେବା ସହ ପରବର୍ତ୍ତୀ ସମୟରେ ଜବ୍‌ ଖୋଜିବା ବେଳେ ପ୍ରଫେଶନାଲ୍‌ ରେଫରେନ୍ସ ଲାଗି ବେଶ୍‌ ସାହାଯ୍ୟ କରିଥାଏ।

 

ବିଶ୍ୱଜିତ୍‌ ଦାଶ( ଇଞ୍ଜିନିୟର, ସୁନ୍ଦରଗ୍ରାମ, କଟକ)- ଯେକୌଣସି ଫିଲ୍ଡରେ ଜବ୍‌ କରିବା ପୂର୍ବରୁ ଉକ୍ତ କାମକୁ ଭଲ ଭାବେ ବୁଝିବା ଏବଂ ଶିଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା କାମ କରିବା ସହଜ ହେବା ସହ ଶୀଘ୍ର ଗ୍ରୋଥ୍‌ କରି ହାୟର ପୋଷ୍ଟକୁ ଯିବାର ମାର୍ଗ ମଧ୍ୟ ସରଳ ହୋଇଯାଇଥାଏ। ନିଜ କଥା କହିବି, ବି.ଟେକ୍‌ ପଢା ପରେ ସିଧାସଳଖ ଜବ୍‌ ପାଇଁ ଆପ୍ଲାଏ ନ କରି ପ୍ରଥମେ ହାଇଦ୍ରାବାଦ ଯାଇ କାମ ଶିଖିବା ଲାଗି ଇଣ୍ଟର୍ନଶିପ୍‌ କଲି। ଏହା ନା କେବଳ ମୋର ସ୍କିଲ୍‌ ଏବଂ ଟେକ୍ନିକାଲ ନଲେଜ ବୃଦ୍ଧି କରିବାରେ ସାହାଯ୍ୟ କଲା ବରଂ ଇଣ୍ଟର୍ନଶିପ୍‌ ପିରିଅଡ୍‌ରେ ହିଁ କ୍ୟାମ୍ପସ୍‌ ସିଲେକ୍ସନରେ ବାଙ୍ଗାଲୋରଠାରେ ଥିବା ଏକ ମଲ୍ଟିନ୍ୟାଶନାଲ୍‌ କମ୍ପାନୀରେ ଜବ୍‌ କରିବାର ସୁଯୋଗ ମଧ୍ୟ ମିଳିଲା।

ପ୍ରଦୀପ କୁମାର ସ୍ବାଇଁ(ଏମ୍‌ଜେଏମ୍‌ସି ୨ୟ ବର୍ଷ, ଉତ୍କଳ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର)- ପାଠ୍ୟକ୍ରମରେ ଥିବା ସୀମିତ ବିଷୟଗୁଡିକୁ ଭଲ ଭାବେ ବୁଝିଯିବା ହିଁ ଯଥେଷ୍ଟ ବୋଲି ମୁଁ ଭାବେନି। କାରଣ ଜ୍ଞାନର ପରିସର ଯେତେ ବିସ୍ତୃତ ହେବ ମଣିଷ ସେତେ ଉନ୍ନତି କରିବ। ତେଣୁ ପାଠ ପଢା ସହିତ ଅଧିକରୁ ଅଧିକ ପ୍ରାକ୍ଟିକାଲ୍‌ ଜ୍ଞାନ ଆହରଣ ଲାଗି ଏକ ଇଲେକ୍ଟ୍ରୋନିକ୍ସ ଚ୍ୟାନେଲ୍‌ରେ ଇଣ୍ଟର୍ନଶିପ୍‌ କରୁଛି। ଏହାଦ୍ୱାରା ମତେ ବହୁତ କିଛି ଶିଖିବାର ସୁଯୋଗ ମିଳୁଛି ଏବଂ ନୂଆ ଯାଗାରେ କାମ କରିବାକୁ ନେଇ ମନ ଭିତରେ ଥିବା ଭୟ ଦୂର ହୋଇଯାଇଛି। ଏହି ଅଭିଜ୍ଞତା ଭବିଷ୍ୟତରେ ମୋର ନିଶ୍ଚେ କାମରେ ଆସିବ ସେଥିରେ ସନ୍ଦେହ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri